ହାଇଦ୍ରାବାଦ:ସ୍ବାଧୀନତା ଦିବସ ଅବସରରେ ବକ୍ସ ଅଫିସରେ ଧମାକା ହେବାକୁ ଯାଉଛି । ରଜନୀକାନ୍ତଙ୍କ ଫିଲ୍ମ ଜେଲର, ସନ୍ନି ଦେଓଲଙ୍କ ଫିଲ୍ମ ଗଦର 2 ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ 'ଓଏମଜି ୨' ରିଲିଜ ହେବାକୁ ଯାଉଛି । ଆସନ୍ତାକାଲି ରଜନୀକାନ୍ତଙ୍କ ଫିଲ୍ମ ଜେଲର ରିଲିଜ ହେବାକୁ ଥିବା ବେଳେ ସନ୍ନି ଦେଓଲଙ୍କ ଫିଲ୍ମ ଗଦର-2 ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ 'ଓଏମଜି ୨' ଅଗଷ୍ଟ 11ରେ ରିଲିଜ ହେବ । ଏହି ସପ୍ତାହରେ ଏହି ତିନୋଟି ଚଳଚ୍ଚିତ୍ର ମଧ୍ୟରେ ଏକ କଡ଼ା ଟକ୍କର ଦେଖିବାକୁ ମିଳିବ । ତେବେ ରିଲିଜ ପୂର୍ବରୁ ଫିଲ୍ମଗୁଡିକ ଆଡଭାନ୍ସ ଟିକେଟ ବୁକିଂରେ ରେକର୍ଡ ସୃଷ୍ଟି କରିଛନ୍ତି । ଆଡଭାନ୍ସ ବୁକିଂ ଅଙ୍କରେ ରଜନୀକାନ୍ତଙ୍କ ଫିଲ୍ମ 'ଜେଲର' ଅକ୍ଷୟ କୁମାର ଏବଂ ସନ୍ନି ଦେଓଲଙ୍କ ଫିଲ୍ମକୁ ପଛରେ ପକାଇଛି ।
'ଜେଲର'ର ଆଡଭାନ୍ସ ବୁକିଂ
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେବଳ ଅଗଷ୍ଟ 10ରେ ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ ହେବାକୁ ଯାଉଥିବା ରଜନୀକାନ୍ତଙ୍କ ଫିଲ୍ମ 'ଜେଲର' ଆଗୁଆ ଟିକେଟ ବୁକିଂରେ 'ଗଦର 2'କୁ ପଛରେ ପକାଇଛି । କୁହାଯାଉଛି ଯେ ଫିଲ୍ମ 'ଜେଲର' 6.12 ଲକ୍ଷରୁ ଅଧିକ ଟିକେଟର ଅଗ୍ରୀମ ବୁକିଂ କରିଛି । ଆଡଭାନ୍ସ ବୁକିଂ ଆଧାରରେ କୁହାଯାଉଛି ଯେ ଚଳଚ୍ଚିତ୍ରଟି ଓପନିଂ ଦିନରେ 40ରୁ 45 କୋଟିରୁ ଅଧିକ ସଂଗ୍ରହ କରିବ, କାରଣ ଫିଲ୍ମ 'ଜେଲର' ଆଡଭାନ୍ସ ବୁକିଂରୁ ହିଁ 12 କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରସାରିଲାଣି ।
'ଗଦର ୨'ର ଆଡଭାନ୍ସ ବୁକିଂ
ଏଥି ସହିତ, ସନ୍ନି ଦେଓଲଙ୍କ ଆଡଭାନ୍ସ ବୁକିଂ କଥା କହିବାକୁ ଗଲେ, ଫିଲ୍ମ ମଙ୍ଗଳବାର ରାତି ପର୍ଯ୍ୟନ୍ତ 2 ଲକ୍ଷ 81ହଜାର 89ରେ ପହଞ୍ଚିଛି, ଯେଉଁଥିରେ ସିଙ୍ଗଲ୍ ସ୍କ୍ରିନ୍ଠାରୁ ମଲ୍ଟିପ୍ଲେକ୍ସ ପର୍ଯ୍ୟନ୍ତ ବୁକିଂ ଅନ୍ତର୍ଭୁକ୍ତ । ଗଦର 2 ଏହାର ଅଗ୍ରୀମ ବୁକିଂରୁ 7 କୋଟିରୁ ଅଧିକ ଆୟ କରିସାରିଲାଣି । ବୁଧବାର ଏବଂ ଗୁରୁବାର ଆକଳନ ଏପର୍ଯ୍ୟନ୍ତ ଆସି ନ ଥିବାବେଳେ ଗଦର-୨ର ଆଡଭାନ୍ସ ବୁକିଂର ରେକର୍ଡ ଦେଖି ଏହା କୁହାଯାଇପାରେ ଯେ ଏହି ଚଳଚ୍ଚିତ୍ରକୁ ଅଧିକ ଦର୍ଶକଙ୍କୁ ପସନ୍ଦ କରିବେ । ଏବଂ ଓପନିଂ ଦିନ ଫିଲ୍ମ 30ରୁ 40 କୋଟି ରୋଜଗାର କରିପାରେ ।