ହାଇଦ୍ରାବାଦ: ବଲିଉଡ ଅଭିନେତା ରଣଦୀପ ହୁଡା ଏବଂ ଲିନ ଲୈସରମ ବିବାହ ପରେ ପ୍ରଥମ ଥର ପାଇଁ ଏକାଠି ନୂଆ ବର୍ଷ ପାଳନ କରିଛନ୍ତି । ଉଭୟ ଏହି ଅବସରକୁ ଖାସ୍ କରିବା ପାଇଁ କେରଳରେ ଏହାକୁ ପାଳନ କରିଛନ୍ତି । ସୋସିଆଲ ମିଡିଆରେ ଅଭିନେତା ଉଭୟଙ୍କ ଫଟୋ ସେୟାର କରି ୨୦୨୩କୁ ବିଦାୟ ଦେଇ ୨୦୨୪କୁ ସ୍ବାଗତ କରିଛନ୍ତି । ସେହିପରି ଲଭବାର୍ଡ ତମନ୍ନା ଭାଟ୍ଟିଆ ଏବଂ ବିଜୟ ବର୍ମା ମଧ୍ୟ ନୂଆ ବର୍ଷକୁ ନିଜ ସାଙ୍ଗ ମାନଙ୍କ ସହ ଧୁମଧାମରେ ସେଲିବ୍ରେଟ୍ କରିଛନ୍ତି ।
ରଣଦୀପ ହୁଡା ଏବଂ ଲିନ ଲୈସରମ ନିଜ ଇନଷ୍ଟାଗ୍ରାମରେ ନିଜ ଭ୍ୟାକେସନ୍ର ଫଟୋ ସେୟାର କରିଛନ୍ତି । ସେ ଦୁଇଟି ଫଟୋ ସେୟାର କରିଛନ୍ତି । ଏବେ କ୍ୟାପସନରେ ଲେଖିଛନ୍ତି, ୨୦୨୩ ସୂର୍ଯ୍ୟାସ୍ତ ହୋଇଗଲା । ଫଟୋରେ ରଣଦୀପ ଏବଂ ଲିନ୍ ଏକ ବିଚ୍ରେ ସମୟ ବିତାଉଥିବା ଦେଖିବାକୁ ମିଳିଛି । ସୂର୍ଯ୍ୟାସ୍ତ ସମୟରେ ଉଭୟ ଛିଡ଼ା ହୋଇ ପୋଜ୍ ମଧ୍ୟ ଦେଇଛନ୍ତି । ତେବେ ଏହି ଫଟୋ ସେୟାର ହେବା ମାତ୍ରେ ୨.୫ ଲକ୍ଷରୁ ଅଧିକ ଲାଇକ୍ ମିଳି ସାରିଲାଣି । ଫ୍ୟାନ୍ସ ଏହାକୁ ଲାଇକ୍ କରିବା ସହ ଉଭୟଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ।
ସେହିପରି ତମନ୍ନା ଭାଟ୍ଟିଆ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ନୂଆ ବର୍ଷର ଝଲକ ଦେଖାଇଛନ୍ତି । ବିଜୟ ବର୍ମା ଓ ତମନ୍ନା ସାଙ୍ଗମାନଙ୍କ ସହ ସେଲଫି ନେଉଥିବା ନଜର ଆସିଛନ୍ତି । ଏହି ସମୟରେ ତମନ୍ନା ବ୍ଲାକ୍ ଆଉଟଫିଟ୍ରେ ନଜର ଆସିଥିବା ବେଳେ ବିଜୟ ବ୍ଲାକ ଟି-ସାର୍ଟ ଏବଂ ବ୍ଲୁ ଜ୍ୟାକଟେରେ ନଜର ଆସିଛନ୍ତି । କହିରଖୁଛୁ କି, ଏହା ପ୍ରଥମ ଥର ନୁହେଁ ଉଭୟ ଅନେକ ଥର ନୂଆବର୍ଷ ପାଳନ କରିଛନ୍ତି । ହେଲେ ଉଭୟ ନିଜ ସମ୍ପର୍କକୁ ଅଫିସିଆଲି ଘୋଷଣା କରିଥିବା ବେଳେ କିନ୍ତୁ ବିବାହକୁ ନେଇ ପ୍ରତିକ୍ରିୟା ଦେଇନାହାନ୍ତି ।