ମୁମ୍ବାଇ:ବଲିଉଡ ଅଭିନେତା ରଣଦୀପ ହୁଡା ଏବଂ ଲିନ୍ ଲୈସରମ ନଭେମ୍ବର ୨୯ରେ ବିବାହ କରିଥିଲେ । ପରିବାର, ସମ୍ପର୍କୀୟଙ୍କ ଉପସ୍ଥିତିରେ ପାରମ୍ପରିକ ମଣିପୁର ମୈତେଇ ରୀତିନୀତିରେ ଦୁହିଁଙ୍କ ହାତଗଣ୍ଠି ପଡିଥିଲା । ଏହାପରେ ଡିସେମ୍ବର ୧୧ରେ ଏହି ନବଦମ୍ପତି ମୁମ୍ବାଇରେ ୱେଡିଂ ରିସେପସନ ପାର୍ଟିର ଆୟୋଜନ କରିଛନ୍ତି । ରଣଦୀପ ଏବଂ ଲିନ୍ ସୋସିଆଲ ମିଡିଆରେ ରିସେପସନରୁ ସେମାନଙ୍କର ସୁନ୍ଦର ଫଟୋ ସେୟାର କରିଛନ୍ତି । ରଣଦୀପ-ଲିନଙ୍କ ୱେଡିଂ ରିସେପସନରେ ଟିଭି ତାରକାଙ୍କ ଠାରୁ ଆରମ୍ଭ କରି ବଲିଉଡର ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ରଣଦୀପ ହୁଡା ନିଜ ଇନଷ୍ଟାଗ୍ରାମରେ ଉଭୟଙ୍କ ରିସେପସନ ଫଟୋ ସେୟାର କରିଛନ୍ତି । ଏହି ସମୟରେ ରଣଦୀପ ବ୍ଲାକ ଆଉଟଫିଟ ଏବଂ ଲିନ ମେରୁନ ରଙ୍ଗର ଶାଢୀରେ ଖୁବ ସୁନ୍ଦର ଲାଗୁଛନ୍ତି । ଉଭୟ ବେଶ ଖୁସିଥିବା ନଜର ଆସିଥିବା ବେଳେ ଏହି ପାର୍ଟିରେ ଟିଭି ତାରକାଙ୍କ ଠାରୁ ଆରମ୍ଭ କରି ବଲିଉଡର ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ । ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲ, ପ୍ରେମିକା ତମନ୍ନା ଭାଟ୍ଟିଆଙ୍କ ସହ ବିଜୟ ବର୍ମା, ଜ୍ୟାକି ଶ୍ରଫ, ସାୟାନୀ ଗୁପ୍ତା, ଇମତିଆଜ ଅଲି ଏବଂ ତାଙ୍କ ଝିଅ ଇଦା ଅଲି, ମନଭୀ ଗଗ୍ରୋ, ମୋନା ସିଂ, ଅହାନା କୁମ୍ରା, ଦର୍ଶନ କୁମାର, ଚଙ୍କି ପାଣ୍ଡେ, ଜାଭେଦ୍ ଜାଫ୍ରି, ବିଶାଲ ଭରଦ୍ୱାଜ ଏବଂ ତାଙ୍କ ପତ୍ନୀ ଅଶୁତୋଷ ଗୋୱାରିକରଙ୍କ ସମେତ ବହୁ ସେଲିବ୍ରିଟି ଏହି ପାର୍ଟିରେ ଯୋଗ ଦେଇଥିଲେ ।