ଓଡିଶା

odisha

ETV Bharat / entertainment

ଖୁବଶୀଘ୍ର ୨୫୦କୋଟି କ୍ଲବରେ ସାମିଲ ହେବ 'ଆନିମଲ', ୪ର୍ଥ ଦିନରେ 'ସାମ ବାହାଦୂର' କଲା ଏତିକି ଆୟ

Animal Vs Sam Bahadur Bo Collection: ଲୋକଙ୍କୁ ମଧ୍ୟରେ ବଢୁଛି 'ଆନିମଲ' କ୍ରେଜ । ଫିଲ୍ମ ଦିନକୁ ଦିନ ଲୋକଙ୍କ ମନ ଜିତିବା ସହ ବମ୍ପର କଲେକ୍ସନ କରୁଛି । ଆନିମଲର ଜଲୱାର ପ୍ରଭାବ 'ସାମ ବାହାଦୂର' ଉପରେ ପଡୁଛି । ଫଳରେ ଫିଲ୍ମ ବକ୍ସ ଅଫିସରେ ରୋଜଗାର କରିବାରେ ଅସଫଳ ହେଉଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Dec 5, 2023, 12:21 PM IST

ଖୁବଶୀଘ୍ର ୨୫୦କୋଟି କ୍ଲବରେ ସାମିଲ ହେବ 'ଆନିମଲ', ୪ର୍ଥ ଦିନରେ 'ସାମ ବାହାଦୂର' କଲା ଏତିକି ଆୟ
ଖୁବଶୀଘ୍ର ୨୫୦କୋଟି କ୍ଲବରେ ସାମିଲ ହେବ 'ଆନିମଲ', ୪ର୍ଥ ଦିନରେ 'ସାମ ବାହାଦୂର' କଲା ଏତିକି ଆୟ

ହାଇଦ୍ରାବାଦ: ରଣବୀର କପୁରଙ୍କ ଫିଲ୍ମ ଆନିମଲ ଏବଂ ବିକି କୌଶଲଙ୍କ ଫିଲ୍ମ ସାମ ବାହାଦୂର ଏକାସାଙ୍ଗେ ଡିସେମ୍ବର ୧ରେ ରିଲିଜ ହୋଇଛି । ଆନିମଲ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବା ସହ ବମ୍ପର କଲେକ୍ସନ କରୁଛି । ସେହିପରି 'ସାମ ବାହାଦୂର' ଲୋକଙ୍କ ପ୍ରଶଂସା ସାଉଁଟୁଥିବା ବେଳେ କିନ୍ତୁ ରୋଜଗାରରେ ବହୁତ ପଛରେ ରହିଛି । ବର୍ତ୍ତମାନ ଉଭୟ ଫିଲ୍ମ ରିଲିଜର ୪ଦିନ ରେ ପହଞ୍ଚିଛି । ଆନିମଲ ୨୫୦କୋଟି ପାଖାପାଖି ଆୟ କରିଥିବା ବେଳେ ସାମ ବାହାଦୂର ୩୦ କୋଟି ପାଖାପାଖି କଲେକ୍ସନ କରିଛି ।

'ଆନମିଲ' ବକ୍ସ ଅଫିସ କଲେକ୍ସନ

ସାକ୍ନଲ୍କିଙ୍କ ରିପୋର୍ଟ ଅନୁଯାୟୀ, 'ଆନିମଲ' ୬୩.୮ କୋଟି ସହ ଓପନିଂ କରିଥିବା ବେଳେ ୨ୟ ଦିନ ୬୬.୨୭ କୋଟି ଏବଂ ୩ୟ ଦିନ ୭୧.୪୬ କୋଟି ଆୟ କରି ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି । ବର୍ତ୍ତମାନ ରିଲିଜ୍ ହେବାର ଚତୁର୍ଥ ଦିନରେ ଅର୍ଥାତ୍ ସୋମବାର ୩୯.୯ କୋଟି ଟଙ୍କା ଆୟ କରିଛି । 'ଆନିମଲ'ର ଚାରି ଦିନର ମୋଟ ରୋଜଗାର ବର୍ତ୍ତମାନ ୨୪୧.୪୩ କୋଟିରେ ପହଞ୍ଚିଛି । କେବଲ ହିନ୍ଦୀ ଭାଷାରେ ଫିଲ୍ମ ମୋଟ ୨୧୨.୫୮ କୋଟି ଆୟ କରିଛି । ୩ୟ ଦିନ ପରି ଆନିମଲ ୪ର୍ଥ ଦିନରେ ମଧ୍ୟ 'ଗଦର ୨', 'ଟାଇଗର ୩' ଏବଂ 'ପଠାନ', 'ଜବାନ'ର ରେକର୍ଡ ଭାଙ୍ଗିଛି । ୪ର୍ଥ ଦିନରେ ଜବାନ (32.92 କୋଟି), ପଠାନ (26.5 କୋଟି) ଏବଂ ଗଦର-2 (38.7 କୋଟି) କରିଥିବା ବେଳେ ଆନିମଲ ୩୯.୯ କୋଟି ଟଙ୍କା ଆୟ କରି ଏହି ସମସ୍ତ ଫିଲ୍ମର ରେକର୍ଡ ଭାଙ୍ଗିଛି ।

'ସାମ ବାହାଦୂର' ବକ୍ସ ଅଫିସ୍‌ କଲେକ୍ସନ୍‌

ସାମ ବାହାଦୂର ଫିଲ୍ମ ଏକ ବାୟୋପିକ ଉପରେ ନିର୍ମିତ ହୋଇଥିବା ବେଳେ ଫିଲ୍ମକୁ ଖୁବ ପ୍ରଶଂସା କରାଯାଉଛି । ବିକିଙ୍କ ଦମଦାର ଅଭିନୟ ଲୋକଙ୍କ ମନ ଜିତୁଛି । ହେଲେ ଆନିମଲର କ୍ରେଜ୍‌ ପାଇଁ ଫିଲ୍ମ ବକ୍ସ ଅଫିସରେ ଜଲୱା ଦେଖାଇପାରୁନି । ଫିଲ୍ମ ୬.୨୫ କୋଟି ସହ ଓପନିଂ କରିଥିବା ବେଳେ ୨ୟ ଦିନରେ ୯ କୋଟି ଏବଂ ୩ୟ ଦିନରେ ୧୦.୩୦ କୋଟି ଆୟ କରିଥିଲା । ସାକ୍‌ନିକ୍‌ଙ୍କ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ୪ର୍ଥ ଦିନରେ ଫିଲ୍ମ ମାତ୍ର ୩.୫୦ କୋଟି ଆୟ କରିଛି । ତେବେ ଫିଲ୍ମର ମୋଟ କଲେକ୍ସନ ୨୯.୦୫ କୋଟିକୁ ବୃଦ୍ଧି ହୋଇଛି ।

ଏହା ମଧ୍ୟ ପଢନ୍ତୁ:'ଆନିମଲ'ର ସଫଳତା : ବୈଷ୍ଣବ ଦେବୀଙ୍କ ଦର୍ଶନ କଲେ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଓ ଟିମ୍‌

'ଆନିମଲ' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦୀପ ରେଡ୍ଡୀ ଭଙ୍ଗା । ରଣବୀର କପୁରଙ୍କ ବ୍ୟତୀତ ବବି ଦେଓଲ, ସୁରେଶ ଓବରୋଇ, ରଶ୍ମିକା ମନ୍ଦାନା, ଅନିଲ କପୁର, ଶକ୍ତି କପୁରଙ୍କ ସମେତ ଅନେକ କଳାକାର ଏହି ଚଳଚ୍ଚିତ୍ରରେ ନଜର ଆସିଛନ୍ତି । ସେପଟେ 'ସାମ ବାହାଦୂର'ର କାହାଣୀ ବିଷୟରେ କହିବାକୁ ଗଲେ, ମେଘନା ଗୁଲଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁ'ବାଲାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ବିକି ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ତଥା ସୈନ୍ୟ ପରାକ୍ରମୀ ସାମ ମାନିକଶାହଙ୍କ ଭୂମିକାରେ ନଜର ଆସିଛନ୍ତି । ଏଥିସହ ଫାତିମା ସାନା ଶେଖଙ୍କୁ ଇନ୍ଦିରା ଗାନ୍ଧୀ ଏବଂ ସାନ୍ୟା ମାଲହୋତ୍ରାଙ୍କୁ ସାମ ମାନିକଶାହଙ୍କ ପତ୍ନୀ ସିଲୁଙ୍କ ଭୂମିକାରେ ଦେଖିବାକୁ ମିଳିଛି ।

ABOUT THE AUTHOR

...view details