ହାଇଦ୍ରାବାଦ:ବଲିଉଡର ଚର୍ଚ୍ଚିତ ଦମ୍ପତି ଆଲିଆ ଭଟ୍ଟ ଏବଂ ରଣବୀର କପୁର 14 ଏପ୍ରିଲରେ ମୁମ୍ବାଇର ବାସ୍ତୁ ଆପାର୍ଟମେଣ୍ଟରେ ବିବାହ କରିଥିଲେ। ଏହି ବିବାହ ସମୟରେ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ଥିଲେ । ବିବାହକୁ 10 ଦିନ ବିତିଗଲାଣି ତଥାପି ସୋସିଆଲ ମିଡିଆରେ ଚର୍ଚ୍ଚିତ ଦମ୍ପତିଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି । ବର୍ତ୍ତମାନ ଆଲିଆ ଭଟ୍ଟଙ୍କ ମାଉସୀ ଟିନା ରଜଦାନ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏଥିରେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ପରିବାର ସଦସ୍ୟ ହସୁଥିବା ଦେଖିବାକୁ ମିଳିଛି ।
ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ସୁନ୍ଦର ଫଟୋ
ରବିବାର ଟିନା ରଜଦାନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ଟିନା ରଜଦାନ, ଆଲିଆ ଭଟ୍ଟ, ରଣବୀର କପୁର, ସୋନି ରଜଦାନ, ମହେଶ ଭଟ୍ଟ, ଶାହିନ ଭଟ୍ଟ, ନୀତୁ କପୁର, ରିଦ୍ଧିମା କପୁର ସାହନି, ସମାରା ସାହନି, ରିମା ଜୈନ ଏବଂ ଅନ୍ୟ ପରିବାର ସଦସ୍ୟ ନଜର ଆସିଛନ୍ତି । ଏହି ଫଟୋରେ ଆପଣ ଦେଖିପାରିବେ, ରଣବୀର କପୁର ତାଙ୍କ ପତ୍ନୀ ଆଲିଆ ଭଟ୍ଟଙ୍କୁ ତାଙ୍କ ବାହୁରେ ଜାବୁଡି ଧରିଛନ୍ତି । ଟିନା ରଜଦାନ ସେୟାର କରିଥିବା ଏହି ଫଟୋରେ ପ୍ରଶଂସକଙ୍କ ସହିତ ସୋନି ରଜଦାନ ଏବଂ ରିଦ୍ଧିମା କପୁର ସାହିନା ମଧ୍ୟ କମେଣ୍ଟ ଦେଇଛନ୍ତି ।