ହାଇଦ୍ରାବାଦ: ଅଭିନେତା ରଣବୀର କପୁର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି । ରଣବୀର ନୀତିଶ ତିୱାରୀଙ୍କ ଫିଲ୍ମରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ତେବେ ଫିଲ୍ମ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ । ଏହି ଚଳଚ୍ଚିତ୍ରକୁ ନେଇ ନୂଆ ନୂଆ ରିପୋର୍ଟ ପ୍ରତିଦିନ ସାମ୍ନାକୁ ଆସୁଛି । ବର୍ତ୍ତମାନ ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଷ୍ଟାର କାଷ୍ଟ ଫିଲ୍ମ ପାଇଁ ସେମାନଙ୍କର ଜୀବନଶୈଳୀରେ ପ୍ରଥମେ ପରିବର୍ତ୍ତନ ଆଣୁଛନ୍ତି । ଏଥିରେ ପ୍ରଥମେ ରଣବୀର କପୁରଙ୍କ ନାମ ସାମ୍ନାକୁ ଆସିଛି । ରଣବୀର ‘ରାମ’ଙ୍କ ପରି ପବିତ୍ର ହେବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ସେ ମଦ୍ୟପାନ ଏବଂ ମାଂସ ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରଣବୀରଙ୍କ ସହ ଫିଲ୍ମରେ ମୁଖ୍ୟ ଭୂମିକାରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲଭୀଙ୍କୁ ଦେଖିବାକୁ ମିଳିବ । ସେ ଏହି ଚଳଚ୍ଚିତ୍ରରେ ‘ସୀତା’ ଭୂମିକାରେ ଅଭିନୟ କରିବେ ।
ଏକ ରିପୋର୍ଟ ଅନୁଯାୟୀ, ରଣବୀର ପବ୍ଲିକ ଇମେଜ ପାଇଁ ନୁହେଁ, ବରଂ ରାମ ଚରିତ୍ରକୁ ନ୍ୟାୟ ଦେବା ପାଇଁ ମଦ୍ୟପାନ ଏବଂ ନନ୍ଭେଜ ଖାଇବା ବନ୍ଦ କରୁଛନ୍ତି । ରିପୋର୍ଟ ଅନୁଯାୟୀ, ଫିଲ୍ମର ସୁଟିଂ ଆରମ୍ଭ ହେବା ବେଳକୁ ରଣବୀର ମଦ୍ୟପାନ ଏବଂ ନନ୍ଭେଜ୍ ଠାରୁ ସମ୍ପୂର୍ଣ୍ଣ ଦୂରରେ ଥିବେ ।
ରାମଙ୍କ ପରି ପବିତ୍ର ହେବାକୁ ଚାହାଁନ୍ତି:
ରିପୋର୍ଟ ଅନୁଯାୟୀ, ରଣବୀର ଶ୍ରୀ ରାମଙ୍କ ପରି ପବିତ୍ର ଏବଂ ଶୁଦ୍ଧ ଅନୁଭବ କରିବାକୁ ଚାହୁଁଛନ୍ତି, ସେଥିପାଇଁ ସେ ଏସବୁ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ରଣବୀର ଲେଟ୍ ନାଇଟ୍ ପାର୍ଟି ମଧ୍ୟ କରୁନାହାଁନ୍ତି ।