ହାଇଦ୍ରାବାଦ: ବଲିଉଡ ଅଭିନେତା ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆନିମଲ' ଡିସେମ୍ବର ୧ରେ ଦେଶର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । କିନ୍ତୁ ଏହାପୂର୍ବରୁ ଏହି ଫିଲ୍ମ ଆମେରିକାରେ ମୁକ୍ତିଲାଭ କରିବ । ଏହି ରଣବୀର ଷ୍ଟାରର ଫିଲ୍ମ ନଭେମ୍ବର 30ରେ ଆମେରିକାରେ ପ୍ରିମିୟର ହେବ । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ପ୍ରିମିୟର ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ ।
ଆନିମଲରେ ରଣଭୀର କପୁର ନୂଆ ଲୁକରେ ନଜର ଆସିବେ । ଫିଲ୍ମର ପୋଷ୍ଟର, ଟିଜର, ଟିଜର ଏବଂ ପ୍ରଥମ ଗୀତ 'ହୁଆ ମେଁ' ଫ୍ୟାନ୍ସଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ଫିଲ୍ମକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ଫିଲ୍ମର ନିର୍ମାତା ଆମେରିକାରେ ଫିଲ୍ମ ରିଲିଜ କରିବେ ବୋଲି ଜଣାପଡିଛି । ନଭେମ୍ବର 30ରେ ଆମେରିକାରେ ଫିଲ୍ମର ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ବଡ ଧରଣରେ ପ୍ରିମିୟର କରିବେ ବୋଲି ସୂଚନା ମିଳିଛି ।
ସୂଚନା ଥାଉ କି, ଅଗଷ୍ଟ ୧୧ରେ ଫିଲ୍ମ ରିଲିଜ ହେବାର ଥିଲା । ହେଲେ ଏହି ଦିନ ସନ୍ନି ଦେଓଲଙ୍କ ଫିଲ୍ମ ଗଦର ୨ ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି ୨ ଫିଲ୍ମ ରିଲିଜ ହୋଇଥିବା କାରଣରୁ ଆନିମଲର ରିଲିଜ ତାରିଖକୁ ଘୁଞ୍ଚାଇ ଦେଇଥିଲେ ନିର୍ମାତା । ଭାରତରେ ଫିଲ୍ମ ଡିସେମ୍ବର ୧ରେ ରିଲିଜ ହେବାକୁ ଥିବା ବେଳେ ଏହା ବିକି କୌଶଲ ଏବଂ ମେଘନା ଗୁଲଜାରଙ୍କ 'ସାମ୍ ବାହାଦୂର' ସହ ପ୍ରତିଦ୍ବନ୍ଦ୍ବିତା କରିବ । ଯାହା ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକଶଙ୍କ ଜୀବନ ଉପରେ ଆଧାରିତ। ଯିଏ 1971 ଯୁଦ୍ଧରେ ପାକିସ୍ତାନ ବିପକ୍ଷରେ ଲଢି ଭାରତ ପାଇଁ ବିଜୟ ଆଣିଥିଲେ ।
ଏହା ମଧ୍ୟ ପଢନ୍ତୁ:ରଣବୀରଙ୍କ ସହ ଲିପଲକ୍କୁ ନେଇ ଟ୍ରୋଲ ହେଲେ ରଶ୍ମିକା, ଏମିତି କମେଣ୍ଟ କଲେ ୟୁଜର୍ସ
ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଚଳଚ୍ଚିତ୍ରରେ ରଣବୀର କପୁର, ଅନିଲ କପୁର ଏବଂ ରଶ୍ମିକା ମନ୍ଦାନା, ବବି ଦେଓଲ ଏବଂ ତୃପ୍ତି ଡିମ୍ରି ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ । ‘ଆନିମଲ' ଫିଲ୍ମଟି ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ୍ ଭଳି 5ଟି ଭାଷାରେ ସିନେମା ହଲ୍ରେ ରିଲିଜ ହେବ । 'ଆନିମଲ' ଭୂଷଣ କୁମାର ଏବଂ କୃଷ୍ଣ କୁମାରଙ୍କ ଟି-ସିରିଜ୍, ମୁରାଦ ଖେତାନୀଙ୍କ ସିନେ1 ଷ୍ଟୁଡିଓ ଏବଂ ପ୍ରଣୟ ରେଡ୍ଡୀ ଭଙ୍ଗାଙ୍କ ଭଦ୍ରକଲି ପିକଚର୍ସ ଦ୍ୱାରା ନିର୍ମିତ ହୋଇଛି ।