ମୁମ୍ବାଇ: ରିଲିଜ ହେବାକୁ ଯାଉଛି ରଣବୀର କପୁର, ବବି ଦେଓଲ ଏବଂ ରଶ୍ମିକା ମନ୍ଦାନା ଷ୍ଟାରର ଆକ୍ସନ୍ ଥ୍ରୀଲର ଫିଲ୍ମ 'ଆନିମଲ' । ଏବେ ଫିଲ୍ମର ଜୋରଦାର ପ୍ରମୋସନରେ ଲାଗି ପଡ଼ିଛନ୍ତି ଫିଲ୍ମର ପୁରା କାଷ୍ଟ । ତେବେ ନିକଟରେ ଫିଲ୍ମଟି ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି)ରୁ ଏକ ସାର୍ଟିଫିକେଟ୍ ହାସଲ କରିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଫିଲ୍ମର ଅବଧି ୩ ଘଣ୍ଟାରୁ ଅଧିକ ରହିଛି । ଏଥି ସହିତ ବର୍ତ୍ତମାନ ଫିଲ୍ମର OTT ସଂସ୍କରଣର ଅବଧି ପ୍ରକାଶ ପାଇଛି । କୁହାଯାଉଛି ଯେ OTTରେ ଫିଲ୍ମର ସମୟ ଅଧିକ ହୋଇପାରେ ।
ସୂଚନା ମୁତାବକ, OTTରେ ଫିଲ୍ମର ଅବଧି ୩୦ ମିନିଟ ଅଧିକ ହୋଇପାରେ । ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଏହି 'ଆନିମଲ'ରେ ମୁଖ୍ୟ ଭୂମିକାରେ ରଶ୍ମିକା ମନ୍ଦାନା, ଅନିଲ କପୁର ଏବଂ ବବି ଦେଓଲ ଅଭିନୟ କରିଛନ୍ତି । ତେବେ ଫିଲ୍ମର ସମୟସୀମାକୁ ନେଇ ରଣବୀର କପୁର ଏକ ବିବୃତ୍ତିରେ କହିଛନ୍ତି ଯେ, ''ଆନିମଲ'ର କାହାଣୀ ଦର୍ଶକଙ୍କ ନିକଟରେ ପହଞ୍ଚିବା ପାଇଁ ଏତିକି ସମୟ ଆବଶ୍ୟକ କରେ । ଆମେ ପ୍ରଥମ କଟ୍ ଦେଖିଲୁ ଯାହା 3 ଘଣ୍ଟା 49 ମିନିଟ୍ ଲମ୍ବା ଥିଲା । ଆଉ ଏହାକୁ ଆମେ ଉପଭୋଗ ବି କରିଥିଲୁ । ଏହା ଏକ ଲମ୍ବା ଚଳଚ୍ଚିତ୍ର ହୋଇଥିବାରୁ ଦର୍ଶକ ସିନେମାକୁ ଉପଭୋଗ କରନ୍ତୁ ।''
ତେବେ ରିପୋର୍ଟ ଅନୁଯାୟୀ ନିର୍ମାତାମାନେ ଦୁଇଟି ଇଣ୍ଟରଭାଲ ସହିତ ଫିଲ୍ମକୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯୋଜନା କରିଥିଲେ । କିନ୍ତୁ ଅସୁବିଧା କାରଣରୁ ସେ ଫିଲ୍ମର ସମୟସୀମାକୁ 3 ଘଣ୍ଟା 21 ମିନିଟକୁ ହ୍ରାସ କରିଛନ୍ତି । କିଛି ଦୃଶ୍ୟ ଫିଲ୍ମରେ ଏଡିଟ୍ କରାଯାଇଛି । ଏଥି ସହିତ ଯଦି ମିଡିଆ ରିପୋର୍ଟକୁ ଦେଖାଯାଏ OTTରେ ଫିଲ୍ମର ସମୟସୀମା ବଢିପାରେ ।