ହାଇଦ୍ରାବାଦ: ରଣବୀର କପୁର ଏବଂ ଶ୍ରଦ୍ଧା କପୁର ପ୍ରଥମ ଥର ପାଇଁ ଏକ ଫିଲ୍ମରେ ଏକାଠି ନଜର ଆସିବେ। 'ପ୍ୟାର୍ କା ପଞ୍ଚନାମା' ଏବଂ 'ସୋନୁ କେ ଟିଟୁ କି ସ୍ବିଟି' ଚଳଚ୍ଚିତ୍ରର ନିର୍ଦ୍ଦେଶକ ଲଭ୍ ରଞ୍ଜନ ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ସହ ଏକ ଅନଟାଇଟଲ୍ଡ ଚଳଚ୍ଚିତ୍ର କରୁଛନ୍ତି। ସେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିସାରିଛନ୍ତି। ଫିଲ୍ମର ସୁଟିଂ ଦୀର୍ଘ ସମୟ ଧରି ଚାଲିଆସୁଛି ଏବଂ ବେଳେବେଳେ ସୁଟିଂ ସେଟ୍ରୁ ଫଟୋ ଏବଂ ଭିଡିଓ ଭାଇରାଲ୍ ହେଉଛି । ପୁଣି ଥରେ ସୁଟିଂ ସେଟରୁ ଏକ ଭିଡିଓ ସାମ୍ନାକୁ ଆସିଛି ।
ଏହି ଭିଡିଓରେ ରଣବୀର କପୁର ଏବଂ ଶ୍ରଦ୍ଧା କପୁର ପାଣିରେ ସୁଟିଂ କରୁଛନ୍ତି। ଏଠାରେ ଏକ ରୋମାଣ୍ଟିକ୍ ସିନ୍ର ସୁଟିଂ ଚାଲିଛି । ଯେଉଁଥିରେ ରଣବୀର କପୁର ସାର୍ଟଲେସ୍ ନଜର ଆସିଛନ୍ତି । ସ୍ପେନରେ ଏହି ସୁଟିଂ ଚାଲିଛି ବୋଲି କୁହାଯାଉଛି । ଏହାପୂର୍ବରୁ, ନିକଟରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ କୋରିଓଗ୍ରାଫର ରଣବୀର ଏବଂ ଶ୍ରଦ୍ଧାଙ୍କୁ ଏକ ରୋମାଣ୍ଟିକ ସିନ୍ରେ ଷ୍ଟେପ୍ ଶିଖାଉଥିଲେ । ତେବେ ଚଳଚ୍ଚିତ୍ରଟି 2023 ମାର୍ଚ୍ଚ 8ରେ ରିଲିଜ ହୋଇପାରେ । ଏବେ ଫିଲ୍ମର ଏକ ଗୀତର ସୁଟିଂରୁ ରଣବୀର-ଶ୍ରଦ୍ଧାଙ୍କ ଡ୍ୟାନ୍ସ ଭିଡିଓ ଲିକ୍ ହୋଇଛି।