ଓଡିଶା

odisha

ETV Bharat / entertainment

Brahmastra In Cinema Now: ପରଦାକୁ ଆସିଲା ବ୍ରହ୍ମାସ୍ତ୍ର

ଆଜି ବଡ ପରଦାରେ ମୁକ୍ତିଲାଭ କରିଛି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ବ୍ରହ୍ମାସ୍ତ୍ର । ଅଧିକ ପଢନ୍ତୁ

By

Published : Sep 9, 2022, 10:53 AM IST

ପରଦାକୁ ଆସିଲା ରଣବୀର-ଆଲିଆଙ୍କ ପ୍ରଥମ ଫିଲ୍ମ ବ୍ରହ୍ମାସ୍ତ୍ର
ପରଦାକୁ ଆସିଲା ରଣବୀର-ଆଲିଆଙ୍କ ପ୍ରଥମ ଫିଲ୍ମ ବ୍ରହ୍ମାସ୍ତ୍ର

ହାଇଦ୍ରାବାଦ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜି ବଡ ପରଦାରେ ମୁକ୍ତିଲାଭ କରିଛି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ବ୍ରହ୍ମାସ୍ତ୍ର' । ରଣବୀର-ଆଲିଆଙ୍କ ପ୍ରଶଂସକମାନେ ମଧ୍ୟ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଥିଲେ। ଉଲ୍ଲେଖନୀୟ କଥା ହେଉଛି, 400 କୋଟି ବଜେଟରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ତେବେ ଗତ କିଛି ଦିନ ହେବ ବଲିଉଡରେ ବୟକଟ୍‌ ଟ୍ରେଣ୍ଡ ଜାରି ରହିଛି । ଏବେ ବି-ଟାଉନରେ ଉତ୍ତେଜନା ଦେଖାଦେଇଛି କି, ଯଦି 'ବ୍ରହ୍ମାସ୍ତ୍ର'ର ଅବସ୍ଥା ଏହିଭଳି ରୁହେ, ତେବେ ବଲିଉଡର ରାସ୍ତା ପାରିବା କଷ୍ଟସାଧ୍ୟ ହୋଇପଡିବ।

ଓପନିଂ ଡେ'ରେ ରୋଜଗାର

ସବୁଠୁ ଖାସ୍‌ କଥା ହେଉଛି ଫିଲ୍ମ 'ବ୍ରହ୍ମାସ୍ତ୍ର' ରିଲିଜ୍‌ ପୂର୍ବରୁ ହିଁ ଆଡଭାନ୍ସ ଟିକେଟ ବୁକିଂ ଆରମ୍ଭ ହୋଇଯାଇଥିଲା । ଚଳିତ ବର୍ଷ ଏହି ବଲିଉଡ ଫିଲ୍ମଟି ସର୍ବାଧିକ ରେକର୍ଡ କରିଛି । ତେବେ ଏଥିରୁ ଅନୁମାନ କରାଯାଉଛି ଯେ, ଚଳଚ୍ଚିତ୍ରଟି ପ୍ରଥମ ଦିନର ସଂଗ୍ରହରୁ 30 କୋଟି ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବ । ଯାହା ଚଳିତବର୍ଷ ବଲିଉଡର ସର୍ବାଧିକ ବୋଲି କୁହାଯାଉଛି । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଫିଲ୍ମର ଆଡଭାନ୍ସ ବୁକିଂରେ 2 ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇସାରିଛି । ଏଥିସହିତ, ଆଜି (ସେପ୍ଟେମ୍ବର 9) ହେଉଛି ଗଣେଶ ବିସର୍ଜନ ଏବଂ ତା’ପରେ ଶନିବାର-ରବିବାରର ତିନି ଦିନିଆ କ୍ରମାଗତ ଛୁଟି ଚଳଚ୍ଚିତ୍ର ରୋଜଗାରରେ ଏକ ବଡ଼ ଯୋଗଦାନ ଦେଇପାରେ ବୋଲି ଆଶା ରହିଛି ।

ଏହା ବି ପଢନ୍ତୁ: ବାବା ମହାକାଳଙ୍କ ଦୁଆରୁ ଫେରିଲେ ରଣବୀର-ଆଲିଆ, ଦର୍ଶନ କରିବାକୁ ଦେଲାନି ବଜରଙ୍ଗ ଦଳ

VFXରେ ହୋଇଛି କାମ

ଏହି ଚଳଚ୍ଚିତ୍ର ପାଇଁ ଆୟାନ୍ ମୁଖାର୍ଜୀ ଏବଂ ତାଙ୍କ ଟିମ୍‌ କଠିନ ପରିଶ୍ରମ କରିଛନ୍ତି ଏବଂ ଫିଲ୍ମର VFX ରେ ମଧ୍ୟ ଏକ ଭଲ କାମ କରାଯାଇଛି । ଫିଲ୍ମର ଟ୍ରେଲର ଏବଂ ଟିଜର ମଧ୍ୟ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି । ତେବେ ଆଶା କରାଯାଉଛି ଫିଲ୍ମଟି ବକ୍ସ ଅଫିସର୍‌ ଭଲ ଆୟ କରିବ । ଏପଟେ ରିଲିଜ୍‌ ପୂର୍ବରୁ ମଧ୍ୟ ରଣବୀରଙ୍କ ମନ୍ତବ୍ୟକୁ ନେଇ ବିରୋଧ କରାଯାଉଛି । ଏପରିକି ଅଭିନେତା ରଣବୀର ଏବଂ ଆଲିଆ ଭଟ୍ଟଙ୍କୁ ଉଜୈନରେ ମହାକାଳଙ୍କ ଦର୍ଶନ ପାଇଁ ଯାଇଥିବାବେଳେ ବିରୋଧ କରାଯାଇଥିଲା ଏବଂ ମନ୍ଦିରର ଭିତରକୁ ପ୍ରବେଶ ପାଇଁ ଦିଆଯାଇନଥିଲା ।

ଉଲ୍ଲେଖନୀୟ ଯେ, ଏହି ଫିଲ୍ମରେ ରଣବୀର-ଆଲିଆଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ଦକ୍ଷିଣ ଅଭିନେତା ନାଗାର୍ଜୁନ, ମୋନି ରୟ ଏବଂ ଶାହାରୁଖ ଖାନଙ୍କୁ କେମୋରେ ଦେଖିବାକୁ ମିଳିବ । ଫିଲ୍ମ ରିଲିଜ୍ ହୋଇଛି ଏବଂ ଆଜି ରାତି ସୁଦ୍ଧା ଫିଲ୍ମର ପ୍ରଥମ ଦିନ କଲେକ୍ସନ ସାମ୍ନାକୁ ଆସିବ ।

ABOUT THE AUTHOR

...view details