ହାଇଦ୍ରାବାଦ:ସସ୍ପେନ୍ସକୁ ପଛରେ ପକାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡର ଚର୍ଚ୍ଚିତ ଯୋଡି ଆଲିଆ ଓ ରଣବୀର । 5ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଉଭୟ ଅଗ୍ନୀକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥୀ ହୋଇଛନ୍ତି । ଏବେ ପତି-ପତ୍ନୀ ଭାବରେ ନିଜର ଯାତ୍ରା ଆରମ୍ଭ କରିବେ ଆଲିଆ ଓ ରଣବୀର । ବାସ୍ତୁ ଆପାର୍ଟମେଣ୍ଟରେ ଦୁହିଁଙ୍କ ପରିବାର ସଦସ୍ୟ ଏବଂ କିଛି ଅତିଥିଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଛି । ଏହି ସମୟରେ, ଆଉ ଏକ ଖବର ଆସୁଛି ଯାହା ଶୁଣି ପ୍ରଶଂସକମାନେ ଖୁସି ହୋଇଯିବେ ।
ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ରଣବୀର ଏବଂ ଆଲିଆଙ୍କ ବିବାହରେ କଡା ସୁରକ୍ଷା ଜାରି ରହିଛି । କୁହାଯାଉଛି ଯେ ରଣବୀର ଆଲିଆଙ୍କ ବିବାହକୁ ଏତେ ବ୍ୟକ୍ତିଗତ ଏଥିପାଇଁ ରଖାଯାଉଛି କାରଣ ଖବର ଅନୁଯାୟୀ, ଏକ ପ୍ରମୁଖ OTT ପ୍ଲାଟଫର୍ମକୁ ଉଭୟଙ୍କ ଫଟୋ ଏବଂ ଭିଡିଓ ଷ୍ଟ୍ରିମ୍ କରିବା ପାଇଁ ରାଇଟ୍ସ ଦିଆଯାଇଛି । ଆସନ୍ତା କିଛି ମାସ ମଧ୍ୟରେ ରଣବୀର ଏବଂ ଆଲିଆଙ୍କ ବିବାହର ଫୁଟେଜ୍ OTT ପ୍ଲାଟଫର୍ମରେ ସିଧା ପ୍ରସାରଣ ହେବ । କେବଳ ଏତିକି ନୁହେଁ, OTT କମ୍ପାନୀ ଏହି କିଣିବା ପାଇଁ 90-110 କୋଟି ଟଙ୍କା ଦେଇଥିବାର ଖବର ମଧ୍ୟ ଅଛି ।