ଓଡିଶା

odisha

ETV Bharat / entertainment

Alia Bhatt-Ranbir Kapoor Wedding Date: ସସପେନ୍ସରେ ଲଭବାର୍ଡଙ୍କ ବିବାହ, ଇଶାରା ଦେଲେ ଆଲିଆଙ୍କ ଭାଇ

ରଣବୀର ଏବଂ ଆଲିଆଙ୍କ ବିବାହକୁ ନେଇ ସମସ୍ତ କଳ୍ପନାଜଳ୍ପନା ମଧ୍ୟରେ ବର୍ତ୍ତମାନ ଖବର ଆସୁଛି ଯେ ଏହି କପଲ୍‌ ସେମାନଙ୍କର ବିବାହକୁ ସ୍ଥଗିତ ରଖିବାକୁ (Ranbir Alia Wedding Date) ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

ପୋଷ୍ଟପୋନ ହେଲା ଲଭ ବାର୍ଡ ବିବାହ, ଇଶାରା ଦେଲେ ରାହୁଲ ଭଟ୍ଟ
ପୋଷ୍ଟପୋନ ହେଲା ଲଭ ବାର୍ଡ ବିବାହ, ଇଶାରା ଦେଲେ ରାହୁଲ ଭଟ୍ଟ

By

Published : Apr 12, 2022, 11:26 AM IST

ହାଇଦ୍ରାବାଦ: ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହ ଖବର ଚର୍ଚ୍ଚାରେ ଥିବାବେଳେ ଫ୍ୟାନ୍ସଙ୍କୁ ଲାଗିଛି ଏକ ବଡ ଝଟକା । ମିଡିଆ ରିପୋର୍ଟ ଅନୁଯାୟୀ, ଉଭୟ ଏପ୍ରିଲ 14 ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । କିନ୍ତୁ ବର୍ତ୍ତମାନ ଏହି ବିବାହକୁ ନେଇ ଏକ ଅପଡେଟ ସାମ୍ନାକୁ ଆସିଛି । ଯାହା ଶୁଣିବା ପରେ ତାଙ୍କ ଫ୍ୟାନ୍ସ ନିରାଶ ହୋଇପାରନ୍ତି । ରଣବୀର ଏବଂ ଆଲିଆଙ୍କ ବିବାହକୁ ନେଇ ସମସ୍ତ କଳ୍ପନାଜଳ୍ପନା ମଧ୍ୟରେ ବର୍ତ୍ତମାନ ଖବର ଆସୁଛି ଯେ ଏହି କପଲ୍‌ ସେମାନଙ୍କ ବଡ ଦିନକୁ ସ୍ଥଗିତ ରଖିବାକୁ (Ranbir Alia Wedding Date) ନିଷ୍ପତ୍ତି ନେଇଛନ୍ତି । ଏହାର କାରଣ ହେଉଛି ସୁରକ୍ଷା । ସୁରକ୍ଷା ଦୃଷ୍ଟିରୁ ଆଲିଆ ଭଟ୍ଟ ଏବଂ ରଣବୀର କପୁର ସେମାନଙ୍କ ବିବାହ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିବା ଜଣାଯାଇଛି।

ଏହା ବି ପଢନ୍ତୁ: Alia Bhatt Ranbir Kapoor Wedding: ବିବାହ ପ୍ରସ୍ତୁତି ଆରମ୍ଭ, ଧଳା ଚାଦରରେ ଘୋଡାଇଲେ ବିଲ୍ଡିଂ

ଏକ ନ୍ୟୁଜ ଚ୍ୟାନେଲକୁ ଆଲିଆଙ୍କ ଭାଇ ରାହୁଲ କହିଛନ୍ତି ଯେ, ତାଙ୍କ ଭଉଣୀ ଏପ୍ରିଲ 13 କିମ୍ବା 14 ରେ ବିବାହ କରୁନାହାନ୍ତି। ଆଲିଆ ଏବଂ ରଣବୀର ସେମାନଙ୍କର ବିବାହ ତାରିଖ ଆଗକୁ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ଗଣମାଧ୍ୟମରେ ବିବାହ ସମ୍ବନ୍ଧୀୟ ସୂଚନା ଲିକ୍ ହେତୁ ଉଭୟ ବିବାହ ତାରିଖ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ରାହୁଲ ଭଟ୍ଟ ତାଙ୍କ ବୟାନରେ ଏହା ବି ସ୍ବୀକାର କରିଛନ୍ତି ଯେ, ତାଙ୍କ ଭଉଣୀ ଆଲିଆ ରଣବୀର କପୁରଙ୍କୁ ଏପ୍ରିଲ 14 ରେ ବିବାହ କରିଥାନ୍ତେ ।

ଏହା ବି ପଢନ୍ତୁ: ଆଲିଆଙ୍କୁ ନ ପାଇ ନିରାଶ ୟୁଟ୍ୟୁବର, ହସିହସି ଲୋଟପୋଟ ଅଭିନେତ୍ରୀ

ରଣବୀର-ଆଲିଆଙ୍କ ନୂଆ ବିବାହ ତାରିଖ

ଏହା ସହିତ ରାହୁଲ କହିଛନ୍ତି ଯେ. ଏହି ଦମ୍ପତି ଗଣମାଧ୍ୟମ ଏବଂ ପ୍ରଶଂସକଙ୍କ ପାଇଁ ସେମାନଙ୍କ ବିବାହର ଦିନକ ପୂର୍ବରୁ ଏକ ଆନୁଷ୍ଠାନିକ ଘୋଷଣା କରିବେ । ସେ କହିଛନ୍ତି- 'ମୁଁ ଯେତିକି ଜାଣିଛି, ତାରିଖ ବିଷୟରେ ଖୁବ୍ ଶୀଘ୍ର ଘୋଷଣା କରାଯିବ। ରାହୁଲ ଭଟ୍ଟ ବିବାହ ତାରିଖ ବିଷୟରେ ଇଶାରା ଦେଇ କହିଛନ୍ତି ଯେ, ରଣବୀର-ଆଲିଆଙ୍କ ବିବାହ ଆସନ୍ତା ସପ୍ତାହରେ ଅର୍ଥାତ ଏପ୍ରିଲ 20 ପାଖାପାଖି ହୋଇପାରେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details