ମୁମ୍ବାଇ: ବଲିଉଡର ପାୱରଫୁଲ୍ କପଲ ହେଉଛନ୍ତି ରଣବୀର କପୁର ଏବଂ ଆଲିଆ ଭଟ୍ଟ( Ranbir Kapoor and Alia Bhat) । ଦୁହେଁ ନିଜର ଝିଅକୁ ନେଇ ବେଶ ରକ୍ଷଣଶୀଳ । ଝିଅ ରାହାକୁ (Daughter Raha) ୨ମାସ ହୋଇଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେମାନେ ସୋସିଆଲ ମିଡିଆରେ ଫଟୋ ସେୟାର କରିନାହାନ୍ତି । ଶନିବାର ଦିନ ଆଲିଆ, ରଣବୀର ଏବଂ ନୀତୁ କପୁର ଗଣମାଧ୍ୟମକୁ ନିଜର ଏକ ସାକ୍ଷାତ୍କାର ଦେଇଥିଲେ । ଏହି ସମୟରେ ସାଙ୍ଗରେ ତାଙ୍କ ଝିଅ ରାହା ମଧ୍ୟ ରହିଥିଲା । ତେବେ କପୁର ପରିବାର ସହ ରାହାର ଫଟୋ ମଧ୍ୟ ପାପାରାଜିରେ କଏଦ ହୋଇଥିଲା । ତେବେ ଝିଅ ରାହାକୁ ୨ ବର୍ଷ ହେବା ଯାଏଁ ଫଟୋ ସେୟାର ନକରିବା ପାଇଁ ଅନୁରୋଧ କରିଥିଲେ ଆଲିଆ ଏବଂ ରଣବୀର । ରଣବୀର ନୋ ପିକ୍ଚର୍ ପଲିସି ଆପଣାଇବା ପାଇଁ କହିଥିଲେ ।
ବିଗତ ବର୍ଷ ନଭେମ୍ବର 6 ତାରିଖରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଝିଅ ରାହା ଜନ୍ମ ନେଇଥିଲା(Alia and Ranbir became parents to Raha on November 6, 2022 । ଉଭୟ ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କୁ ଏହା ଜଣାଇଥିଲେ । ଆଲିଆ ଇନଷ୍ଟାଗ୍ରାମରେ ଏକ କାର୍ଟୁନ ଫଟୋ ପୋଷ୍ଟ କରି ଲେଖିଥିଲେ, "ଆମ ଜୀବନର ସର୍ବୋତ୍ତମ ଖବର । ଆମ ଜୀବନକୁ ଏକ ଶିଶୁ କନ୍ୟା ଆସିଛି । ଏହା କୌଣସି ଯାଦୁଗରୀଠାରୁ କମ ନୁହେଁ ।"
ଏହା ମଧ୍ୟ ପଢନ୍ତୁ: ବଲିଉଡ ବାଦଶାହାଙ୍କ ମହାନତା, ମୃତ ଅଞ୍ଜଳିଙ୍କ ପରିବାରକୁ ବଢାଇଲେ ସାହାଯ୍ୟର ହାତ