ଓଡିଶା

odisha

By

Published : Oct 21, 2022, 9:45 PM IST

ETV Bharat / entertainment

ଟ୍ରୋଲ ହେଲେ ରାମାୟଣର ସୀତା, ୟୁଜର କହିଲେ ଆପଣଙ୍କୁ ଏସବୁ ଶୋଭା ପାଉନି

ଟ୍ରୋଲ ହେଲେ ରାମାୟଣର ସୀତା । ରାମାୟଣର ସୀତା ଦୀପିକା ଚିଖଲିଆ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯାହାକୁ ଅନେକ ପସନ୍ଦ କରିଥିବା ବେଳେ ଆଉ କିଛି ଜଣ ତାଙ୍କୁ ଟ୍ରୋଲ କରିଛନ୍ତି । ଅଧିକ ପଢନ୍ତୁ

ଟ୍ରୋଲ ହେଲେ ରାମାୟଣର ସୀତା, ୟୁଜର କହିଲେ- ଆପଣଙ୍କୁ ଏସବୁ ଶୋଭା ପାଉନି
ଟ୍ରୋଲ ହେଲେ ରାମାୟଣର ସୀତା, ୟୁଜର କହିଲେ- ଆପଣଙ୍କୁ ଏସବୁ ଶୋଭା ପାଉନି

ହାଇଦ୍ରାବାଦ: ରାମାୟଣରେ ସୀତା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତ୍ରୀ ଦୀପିକା ଚିଖଲିଆ (Dipika Chikhlia) ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି । ସେ ପ୍ରାୟତଃ ପ୍ରଶଂସକଙ୍କ ପାଇଁ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ନିଜର ଫଟୋ ଏବଂ ଭିଡିଓ ସେୟାର କରନ୍ତି । ଦୀପିକା ଚିଖଲିଆ ନିକଟରେ ଏକ ଭିଡିଓ ସେୟାର କରିଥିଲେ, ଯାହାକୁ ନେଇ ଏବେ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି । ଏହି ଭିଡିଓକୁ କିଛି ଫ୍ୟାନ୍ସ ପସନ୍ଦ କରୁଥିବା ବେଳେ ଆଉ କିଛି ଜଣ ଅଭିନେତ୍ରୀଙ୍କ ପୋଷାକ ପାଇଁ ତାଙ୍କୁ ଜୋରରେ ଟ୍ରୋଲ କରୁଛନ୍ତି ।

ଅଭିନେତ୍ରୀ ଦୀପିକା ଚିଖଲିଆ ଇନଷ୍ଟାଗ୍ରାମରେ 'Change and transformation' କ୍ୟାପସନ୍ ସହିତ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ହାଇ ହିଲ୍ ଏବଂ ସବୁଜ ରଙ୍ଗର ପୋଷାକରେ ନଜର ଆସିଛନ୍ତି । ଏହି ଭିଡିଓକୁ ଦେଖି କିଛି ଜଣ ତାଙ୍କୁ ଟ୍ରୋଲ କରୁଛନ୍ତି । ଅନେକ ଲୋକ ଅଭିନେତ୍ରୀଙ୍କୁ ପରାମର୍ଶ ଦେବା ଆରମ୍ଭ କରିଦେଇଛନ୍ତି । କେହି କେହି ୟୁଜର ଲେଖିଛନ୍ତି- ଇଏ କି ସିନ୍‌ ଅଟେ । ଆଉ କେହି କେହି ଲେଖିଛନ୍ତି- ‘ସମସ୍ତେ ତୁମକୁ ସୀତା ମାଆ ପରି ଦେଖନ୍ତି । ଦୟାକରି ଏହିପରି ଭିଡିଓ ପୋଷ୍ଟ କରନ୍ତୁ ନାହିଁ ।' ଆଉ ଜଣେ ୟୁଜର ଲେଖିଛନ୍ତି, 'ଏହା ଆପଣଙ୍କୁ ଆଦୌ ଶୋଭା ଦେଉନାହିଁ ।' ଏଥିସହିତ, ଅନ୍ୟ ଜଣେ ୟୁଜର ଲେଖିଛନ୍ତି, 'ଆପଣଙ୍କର ଏହିପରି ଭିଡିଓ ପୋଷ୍ଟ ଦ୍ବାରା ମାତା ସୀତାଙ୍କ ଭାବମୂର୍ତ୍ତି ଖରାପ ହୋଇଯିବ ।'

ଏଥି ସହିତ ଅନେକ ଲୋକ ଅଭିନେତ୍ରୀଙ୍କ ଫ୍ୟାସନ ଭାବନାକୁ ପ୍ରଶଂସା କରିଛନ୍ତି । ଏହା ସହିତ ସେ ଲେଖିଛନ୍ତି ଯେ, ସେ ତ କେବଳ ସୀତା ମାଆଙ୍କ ଚରିତ୍ରରେ ଅଭିନୟ କରିଥିଲେ, ବର୍ତ୍ତମାନ ଆପଣ ତାଙ୍କୁ ଭଗବାନ ଭାବି ବସିଲେଣି, ଏହା ଆପଣଙ୍କ ଭୁଲ୍‌ । ଆପଣ ନିଜର ଚିକିତ୍ସା କରାନ୍ତୁ । ଅଭିନେତ୍ରୀଙ୍କୁ ସାଧାରଣ ଜୀବନଯାପନ କରିବାକୁ ମଧ୍ୟ ସମସ୍ତ ଅଧିକାର ଅଛି ।

ଉଲ୍ଲେଖନୀୟ ଯେ, ଦୀପିକା ଚିଖଲିଆ ରାମାନନ୍ଦ ସାଗରଙ୍କ 'ରାମାୟଣ'ରେ ସୀତା ମାତା ଭୂମିକାରେ ଅଭିନୟ କରିଥିଲେ । 1987 ରେ 'ରାମାୟଣ' ଦୂରଦର୍ଶନରେ ପ୍ରସାରିତ ହୋଇଥିଲା । 2020 ରେ ଲକଡାଉନ୍ ସମୟରେ, ଏହା ପୁଣି DD ନ୍ୟାସନାଲ୍‌ରେ ପ୍ରସାରିତ ହୋଇଥିଲା ।

ABOUT THE AUTHOR

...view details