ଓଡିଶା

odisha

ETV Bharat / entertainment

Adipurush: ସନ୍ନି ସିଂଙ୍କ ଚରିତ୍ର ଉପରେ ଏପରି କହିଲେ ରାମାୟଣର 'ଲକ୍ଷ୍ମଣ' - ସୁନୀଲ ଲହିରୀ

ରାମାୟଣ ଉପରେ ଆଧାରିତ ଏକ ଚଳଚ୍ଚିତ୍ର ଆଦିପୁରୁଷ ଜୁନ୍ 16 ରେ ରିଲିଜ୍ ହେବ । ଏଥିରେ ପ୍ରଭାସଙ୍କୁ ଶ୍ରୀ ରାମଙ୍କ ଭୂମିକାରେ ଏବଂ ସନ୍ନି ସିଂ ଲକ୍ଷ୍ମଣ ଭୂମିକାରେ ଦେଖିବାକୁ ମିଳିବ । ତେବେ 80 ଦଶକରେ ପ୍ରସିଦ୍ଧ 'ରାମାୟଣ'ରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହିରୀ ସନ୍ନି ସିଂଙ୍କ ଚରିତ୍ର ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । କଣ କହିଛନ୍ତି ଜାଣନ୍ତୁ

ସନ୍ନି ସିଂଙ୍କ ଚରିତ୍ର ଉପରେ ଏପରି କହିଲେ ରାମାୟଣର 'ଲକ୍ଷ୍ମଣ' ସୁନୀଲ ଲହିରୀ
ସନ୍ନି ସିଂଙ୍କ ଚରିତ୍ର ଉପରେ ଏପରି କହିଲେ ରାମାୟଣର 'ଲକ୍ଷ୍ମଣ' ସୁନୀଲ ଲହିରୀ

By

Published : Jun 4, 2023, 5:52 PM IST

ମୁମ୍ବାଇ: ଶିରୋନାମାରେ ରହିଛି ରାମାୟଣ ଉପରେ ଆଧାରିତ ଫିଲ୍ମ 'ଆଦିପୁରୁଷ' । ଏଥିରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କୁ ରାମ, ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କୁ ସୀତା ଏବଂ ଅଭିନେତା ସନ୍ନି ସିଂ ଲକ୍ଷ୍ମଣ ଚରିତ୍ରରେ ନଜର ଆସିବେ । ତେବେ ବର୍ତ୍ତମାନ ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ସନ୍ନି ସିଂ ଉପରେ ପ୍ରତିକ୍ରିୟା ଦେଇଛନ୍ତି 1987-1988ର ଚାଲିଥିବା 'ରାମାୟଣ' ଶୋ’ରେ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଥିବା ତାରକା ସୁନୀଲ ଲହିରୀ । ପୂର୍ବରୁ ସୁନୀଲଙ୍କ ଭୂମିକା ଦର୍ଶକଙ୍କ ମନ ଜିତିଥିଲା । ସେ ଏବେ ସନ୍ନିଙ୍କ ଭୂମିକାକୁ ପ୍ରଶଂସା କରିବା ସହ ଲୋକପ୍ରିୟତା ହାସଲ କରିବେ ବୋଲି କହିଛନ୍ତି।

ନିକଟରେ ଏକ ସାକ୍ଷାତକାରରେ ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ 'ଆଦିପୁରୁଷ'ରେ ଅଭିନେତା ସନ୍ନି ସିଂଙ୍କ ଲକ୍ଷ୍ମଣଙ୍କ ଭୂମିକା ବିଷୟରେ ସୁନୀଲ ଲହିରୀ କହିଛନ୍ତି ଯେ ଏହା ବିଷୟରେ କିଛି କହିବା କଷ୍ଟକର । ଏହାର କାରଣ ହେଉଛି, ଚଳଚ୍ଚିତ୍ରର ଟିଜରରେ 'ଲକ୍ଷ୍ମଣ'ର ଭୂମିକା ଖୁବ୍ କମ୍ ପ୍ରଦର୍ଶିତ ହୋଇଛି । କିନ୍ତୁ ମୁଁ ନିଶ୍ଚିତ ଯେ ସନ୍ନି ଜଣେ ବହୁତ ଭଲ ଅଭିନେତା । ସନ୍ନି ସିଂ ଏହି ଚରିତ୍ରକୁ ସମ୍ପୂର୍ଣ୍ଣ ଭଲରୂପେ ପ୍ରଦର୍ଶିତ କରିଥିବେ । ଏହାର କାରଣ ସେ ଭୂମିକା ବିଷୟରେ ବହୁତ କିଛି ଜାଣିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜଣେ ଅଭିନେତାଙ୍କର କୌଣସି ଭଲ ଅଭିନୟ ଲେଖକ, ନିର୍ଦ୍ଦେଶକ, ସିନେମାଟୋଗ୍ରାଫର ଏବଂ ସମ୍ପାଦକ କିପରି ତାଙ୍କ ଚରିତ୍ର ସୃଷ୍ଟି କରିଛନ୍ତି ତାହା ଉପରେ ନିର୍ଭର କରେ ।

ଏଥିସହ ନିଜର କଥା କହି ସୁନୀଲ ଲହିରୀ ତାଙ୍କ ସମୟକୁ ମନେ ପକାଇ କହିଥିଲେ, ''ଯେତେବେଳେ ମୁଁ' ରାମାୟଣ 'ପାଇଁ ସୁଟିଂ କରୁଥିଲି, ସେତେବେଳେ ଲକ୍ଷ୍ମଣଙ୍କ ଚରିତ୍ର ପାଇଁ ମୋର କୌଣସି ସୂଚନା ନଥିଲା । ଯଦିଓ ମୁଁ ମୋର ଭୂମିକା କରିବାରେ ବହୁତ ସଫଳ। ସାଗର ସାବ (ରମାନନ୍ଦ ସାଗର)ଙ୍କ ମାର୍ଗଦର୍ଶନ ହେତୁ ଏସବୁ ସମ୍ଭବ ହୋଇରପାରିଥିଲା । ଏଥିପାଇଁ ଶ୍ରେୟ ତାଙ୍କୁ ଏବଂ ଟିଭି ଶୋ’ର ଲେଖକଙ୍କୁ ଦେବି ।'' ଏବଂ ସେ କହିଥିଲେ, ''ମୁଁ ପ୍ରକୃତରେ ସନ୍ନି ସିଂ ସମେତ ଆଦିପୁରୁଷର ପୁରା ଟିମ ଏବଂ ଅନ୍ୟ କଳାକାରଙ୍କ ବଡ଼ ସଫଳତା କାମନା କରୁଛି ।''

ଓମ ରାଉତଙ୍କ ନିର୍ଦ୍ଦେଶିତ 'ଆଦିପୁରୁଷ' ସହ 'ରାମାୟଣ' ଖୁବ ଶୀଘ୍ର ଏକ ବଡ ପପଦାରେ ପୁଣି ଦେଖିବାକୁ ମିଳିବ । ଏହା ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ । ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କୁ ରାମ, କ୍ରିତି ସାନନ ମାତା ସୀତା, ସନ୍ନି ସିଂ ଲକ୍ଷ୍ମଣ ଏବଂ ସୈଫ ଅଲି ଖାନ ରାବଣ ଭୂମିକାରେ ନଜକ ଆସିବେ। ରାମାୟଣ ଭାରତର ଅନ୍ୟତମ ପ୍ରସିଦ୍ଧ ପୁରାଣ କାହାଣୀ ମଧ୍ୟରୁ ଅନ୍ୟତମ। 1987 ଏବଂ 1988 ରେ ରମଣନ୍ଦ ସାଗରଙ୍କ ଉପନ୍ୟାସ ଧାରାବାହିକ 'ରାମାୟଣ' ହିଟ୍ ହୋଇଥିଲା ଏବଂ ଲୋକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲା ।

ଏହା ପରେ ଏହା କୋଭିଡ ସମୟରେ ପୁନଃ ରିଲିଜ କରିଥିଲା। ଏପରିକି ସେହି ସମୟରେ ମଧ୍ୟ ଏହା ବେଶ ଲୋକପ୍ରିୟତା ହାସଲ କରିଥିଲା। ଶୋ’ର ମୂଳ ଭୂମିକାରେ ଅରୁଣ ଗୋବିଲ, ଦୀପିକା ଚିଖଲିଆ, ସୁନୀଲ ଲହିରି ଏବଂ ଅରବିନ୍ଦ ତ୍ରିବେଦୀ ସାମିଲ ହୋଇଥିଲେ। ସୁନୀଲ 'ରାମାୟଣ'ରେ ଲକ୍ଷ୍ମଣଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଏବେ ଆଦିପୁରୁଷରେ ସନ୍ନି ସିଂ ସମାନ ଭୂମିକା ଗ୍ରହଣ କରିଛନ୍ତି। ଟି-ସିରିଜ୍ ଏବଂ ରେଟ୍ରୋଫାଇଲ୍ ଦ୍ବାରା ନିର୍ମିତ ଆଦିପୁରୁଷ ଫିଲ୍ମ ଆସନ୍ତା ଜୁନ୍ ମାସ 16 ରେ ହିନ୍ଦୀ, ତେଲୁଗୁ, ତାମିଲ୍, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ସିନେମାହଲରେ ରିଲିଜ କରିବ।

ABOUT THE AUTHOR

...view details