ଓଡିଶା

odisha

ETV Bharat / entertainment

ରାମଚରଣଙ୍କ ଘରେ ସେଲିବ୍ରସନ, ଲାଡଲି ଆସିବା ପୂର୍ବର ଭିଡିଓ ସେୟାର କଲେ ଉପାସନା - Upasana Konidela

ଜୁନ୍ 20ରେ, ରାମ ଚରଣଙ୍କ ପତ୍ନୀ ଉପସାନା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ବିବାହର 11ବର୍ଷ ପରେ ଏହି ଦମ୍ପତି ପିତାମାତା ହୋଇଛନ୍ତି । ବର୍ତ୍ତମାନ, ଉପସାନା ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜ ଝିଅର ଜନ୍ମ ପୂର୍ବ କିଛି ମୁହୂର୍ତ୍ତର ଭିଡିଓ ସେୟାର କରିଛନ୍ତି । ଅଧିକ ପଢନ୍ତୁ

Ram Charan and Upasana Konidela
Ram Charan and Upasana Konidela

By

Published : Jun 25, 2023, 8:03 PM IST

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ରାମ ଚରଣ ଏବଂ ଉପସାନା କୋନିଡେଲା ଆଜିକାଲି ଶିରୋନାମାରେ ରହିଛନ୍ତି । ନିକଟରେ ଏହି ଦମ୍ପତି ବିବାହର 11ବର୍ଷ ପରେ ଏକ ଶିଶୁ କନ୍ୟାର ପିତାମାତା ହୋଇଛନ୍ତି । ଏନେଇ ପରିବାରରେ ସେଲିବ୍ରେସନର ମାହୋଲ ରହିଛି । ଏହାରି ମଧ୍ୟରେ ରାମଙ୍କ ସ୍ତ୍ରୀ ଉପାସନା ନିଜ ଝିଅର ଜନ୍ମ ପୂର୍ବର କିଛି ମୁହୁର୍ତ୍ତର ଭିଡିଓ ସେୟାର କରିଛନ୍ତି । ଫ୍ୟାନ୍ସ ଏହି ପୋଷ୍ଟକୁ ଅଧିକ ଲାଇକ କରି ଲାଲ ହାର୍ଟ ଇମୋଜି ସେୟାର କରିଥିଲେ ।

ଲାଡଲି ଆସିବା ପୂର୍ବ କିଛି ମୁହୂର୍ତ୍ତର ଭିଡିଓ ସେୟାର କରିଛନ୍ତି ଉପାସନା

ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜ ଝିଅ ଜନ୍ମ ପୂର୍ବରୁ କିଛି ଫଟୋ ପୋଷ୍ଟ କରିଛନ୍ତି ଉପାସନା । ଇନଷ୍ଟାଗ୍ରାମ ଷ୍ଟୋରୀରେ ଉପାସନା ରାମଙ୍କ ସହ କଫି ଏବଂ କୁକିଜକୁ ଖାଉଥିବାର ଦେଖିବାକୁ ମିଳିଛି । ଏଥିସହ ସେ ଆଉ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଏହି ଭିଡିଓଟି ହେଉଛି ଯେଉଁଦିନ ସେ ତାଙ୍କ ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ ସେହି ଦିନର । ଫଟୋରେ, ରାମ ଚରଣ ସିନ୍ଦୂରୀ ରେଡ୍ଡୀଙ୍କ ସହ ପୋଜ୍ କରୁଥିବା ନଜର ଆସିଛନ୍ତି । ଫଟୋ ସେୟାର କରି ଉପସାନା ଲେଖିଛନ୍ତି: "ଛୋଟ ରାଜକୁମାରୀ ପହଞ୍ଚିବା ପୂର୍ବର ଫଟୋ । ଏହି ସମୟରେ ସିନ୍ଦୂରୀ ଫଟୋ କ୍ୟାପସନରେ ଲେଖିଥଲେ, "କଫି ଏବଂ କୁକିଜ୍'', ଶିଶୁ ଇମୋଜି ସହ ଆମେ ଅପେକ୍ଷା କରିଛୁ।"

ଲାଡଲି ଆସିବା ପୂର୍ବ କିଛି ମୁହୂର୍ତ୍ତର ଭିଡିଓ ସେୟାର କରିଛନ୍ତି ଉପାସନା

ଏହାପୂର୍ବରୁ ଉପାସାନା ରବିବାର ଦିନ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ବନ୍ଧୁ ମେହେ ପଟେଲଙ୍କ ଦ୍ୱାରା ସେୟାର ହୋଇଥିବା ଏକ ଭିଡିଓକୁ ରିପୋଷ୍ଟ କରିଥିଲେ, ଯେଉଁଥିରେ ସେ ଏକ ହ୍ୱିଲ ଚେୟାରରେ ବସିଥିବାର ଦେଖିବାକୁ ମିଳିଥିଲା । ଡାକ୍ତର ଏବଂ ନର୍ସମାନଙ୍କର ଏକ ଟିମ ଉପସାନାକୁ ଡେଲିଭରି ରୁମକୁ ନେଉଥିବା ସମୟରେ ସେ ସ୍ୱାସ୍ଥ୍ୟ ସେବା ବିଶେଷଜ୍ଞଙ୍କ ସହ ଉପାସନାଙ୍କ ଫଟୋ କ୍ଲିକ କରାଯାଇଥିଲା । ଉପସାନା ଏହି ପୋଷ୍ଟକୁ ରିପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, "5 ଦିନ ପୂର୍ବରୁ । ଆମ ଜୀବନର ସବୁଠୁ ଖୁସି ସମୟ ! ଲାଲ ହାର୍ଟ ଇମୋଜି ସହ ବହୁତ ଭଲପାଇବା ।

ଲାଡଲି ଆସିବା ପୂର୍ବ କିଛି ମୁହୂର୍ତ୍ତର ଭିଡିଓ ସେୟାର କରିଛନ୍ତି ଉପାସନା

ଜୁନ୍ 20, 2023ରେ ରାମ ଏବଂ ଉପସାନା ଏକ ଶିଶୁ କନ୍ୟା ପାଇଁ ପିତାମାତା ହୋଇଥିଲେ । ଜୁନ 24ରେ ହସ୍ପିଟାଲରୁ ଡିସଚାର୍ଜ ପରେ ଲାଡଲିକୁ ନେଇ ଘରକୁ ଫେରିଥିଲେ ରାମ ଏବଂ ଉପାସନା । ଏହି ଅବସରରେ ଝିଅ ଏବଂ ପତ୍ନୀଙ୍କୁ ଡାକ୍ତରଖାନାରୁ ଘରକୁ ନେବା ପୂର୍ବରୁ ଗଣମାଧ୍ୟମ ସହ କଥାବାର୍ତ୍ତା କରି ରାମ ଚରଣ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଥିଲେ । 11ବର୍ଷ ପରେ ଏହି ଦମ୍ପତି ପିତାମାତା ହୋଇଥିବାରୁ ପରିବାର ଏବଂ ଫ୍ୟାନ୍ସଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।

ABOUT THE AUTHOR

...view details