ମୁମ୍ବାଇ:ଦିପ୍ତୀ ଶର୍ମାଙ୍କୁ ରକୁଲଙ୍କ ପ୍ରଶଂସା । ଦକ୍ଷିଣ ଆଫ୍ରିକାର କେପଟାଉନରେ ମହିଳା ଟି ଟ୍ବେଣ୍ଟି ବିଶ୍ବକପ ଜାରି ରହିଛି । ୱେଷ୍ଟ ଇଣ୍ଡିଜ ବିପକ୍ଷ ଦ୍ବିତୀୟ ମୁକାବିଲାରେ ଭାରତୀୟ ଅଲରାଉଣ୍ଡର କ୍ରିକେଟର ଦୀପ୍ତି ଶର୍ମା 3ଟି ୱିକେଟ ନେବା ସହ ପ୍ରଥମ ଭାରତୀୟ ଭାବେ ଟି 20ରେ 100ଟି ୱିକେଟ ହାସଲ କରିଛନ୍ତି । ଦିପ୍ତୀଙ୍କ ଏହି ସଫଳତା ପାଇଁ ତାଙ୍କୁ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ପ୍ରଶଂସା କରିଛନ୍ତି ।
ରାକୁଲ ତାଙ୍କ ସୋସିଆଲ ମିଡିଆରେ ଦିପ୍ତୀଙ୍କୁ ପ୍ରଶଂସା କରିଛନ୍ତି । ଦିପ୍ତୀ ଶର୍ମାଙ୍କ ଏକ ଫଟୋ ସେୟାର କରି ରାକୁଲ ଲେଖିଛନ୍ତି ପ୍ରଥମ ଭାରତୀୟ ମହିଳା କ୍ରିକେଟର ଯିଏ କି 100ଟି ଟି 20 ୱିକେଟ ହାସଲ କରିଛନ୍ତି । ବହୁତ ସୁନ୍ଦର । ମହିଳା ଟି ଟ୍ବେଣ୍ଟ ବିଶ୍ବକପରେ ୱେଷ୍ଟ ଇଣ୍ଡିଜ ବିପକ୍ଷ ଦ୍ବିତୀୟ ମୁକାବିଲାରେ ଦିପ୍ତୀ 3ଟି ୱିକେଟ ଅକ୍ତିଆର କରିଥିଲେ । ଭାରତ ଉକ୍ତ ମ୍ୟାଚକୁ 6 ୱିକେଟରେ ଜିତିଥିଲା । 24 ବର୍ଷୀୟ ଦିପ୍ତୀ ଶର୍ମା 2014 ନଭେମ୍ବର 28ରେ ଡେବ୍ୟୁ କରିଥିଲେ । ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ । ମହିଳା ଟି-ଟ୍ବେଣ୍ଟି ବିଶ୍ବକପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦମଦାର ବୋଲିଂ କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ଦିପ୍ତୀ ଶର୍ମା ।