ମୁମ୍ବାଇ:ଖୁବଶୀଘ୍ର ବାଜିବ ଜ୍ୟାକି ଓ ରକୁଲଙ୍କ ସାହାନାଇ । ‘ଦେ ଦେ ପ୍ୟାର୍ ଦେ’ ଫେମ୍ ରକୁଲ୍ ପ୍ରୀତ୍ ସିଂହ ନିଜ ପୁରୁଷ ବନ୍ଧୁ ଜ୍ୟାକି ଭାଗ୍ନାନିଙ୍କ ସହ ଆସନ୍ତା ଫେବୃଆରୀ ମାସ ୨୨ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ । ଯାହାକୁ ନେଇ ଉଭୟ ଚର୍ଚ୍ଚାରେ ଅଛନ୍ତି । ତେବେ ଏହି କପଲ ତାଙ୍କ ବିବାହକୁ ନେଇ କଡା ନିୟମ କରିଥିବା ସୂଚନା ମିଳିଛି । ବିବାହ ଉତ୍ସବରେ ଯୋଗ ଦେବାକୁ ଥିବା ଅତିଥିମାନଙ୍କ ମୋବାଇଲ୍ ଫୋନ୍ ଉପରେ ପ୍ରତିବନ୍ଧକ ଲଗାଯିବ ।
ମିଡିଆ ରିପୋର୍ଟ ଅନୁଯାୟୀ, ହିନ୍ଦୁ ରୀତିନୀତି ଅନୁଯାୟୀ ରକୁଲ୍ ପ୍ରୀତ ସିଂହ ଏବଂ ଜ୍ୟାକି ଭାଗ୍ନାନି ଫେବୃଆରୀ 22ରେ ଗୋଆରେ ବିବାହ କରିବେ । ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ପୂର୍ବରୁ ନିକଟରେ ସେମାନେ ଭ୍ୟାକେସନରୁ ଫେରିଛନ୍ତି । ଏହି ଲଭବାର୍ଡ ନୂଆବର୍ଷ ପାଳନ କରିବାକୁ ଥାଇଲ୍ୟାଣ୍ଡ ଯାଇଥିଲେ । ରିପୋର୍ଟ ମୁତାବକ, କପଲ ନିଜର ବିବାହକୁ ଗୋପନୀୟ ରଖିବାକୁ ଚାହୁଁଛନ୍ତି । ବିବାହରେ ଇଣ୍ଡଷ୍ଟ୍ରିର ତାଙ୍କର ଘନିଷ୍ଠ ବନ୍ଧୁମାନେ ସାମିଲ ହେବେ । ସୂତ୍ର ଅନୁଯାୟୀ ବିବାହର ସମସ୍ତ ରୀତିନୀତି ଗୋଆରେ ହେବ । ବିବାହ ସାଜସଜ୍ଜା ଠାରୁ ଆରମ୍ଭ କରି ଥିମ୍ ପର୍ଯ୍ୟନ୍ତ ସବୁଥିରେ ଦମ୍ପତିଙ୍କ ସମ୍ପର୍କ ବିଷୟରେ ବର୍ଣ୍ଣନା କରାଯିବ ।