ମୁମ୍ବାଇ: ଭେଟେରାନ୍ ଅଭିନେତା, ସ୍କ୍ରିପ୍ଟ ରାଇଟର, ନିର୍ମାତା ତଥା ହିନ୍ଦୀ ସିନେମାର ନିର୍ଦ୍ଦେଶକ ରାକେଶ ରୋଶନ ଆଜି ତାଙ୍କର 74 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ତାଙ୍କୁ ପୁଅ ତଥା ହ୍ରିତିଶ ରୋଶନ ସମେତ ଅନେକ କଳାକାର ଏବଂ ଫ୍ୟାନ୍ସ ଶୁଭେଚ୍ଛା ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଅଭିନେତା ମଧ୍ୟ ଭେଟେରାନ ଅଭିନେତା ଜିତେନ୍ଦ୍ରଙ୍କ ସମେତ ତାଙ୍କ ବନ୍ଧୁମାନଙ୍କ ସହ ତାଙ୍କର ବିଶେଷ ଦିନ ପାଳନ କରୁଥିବା ଦେଖିବାକୁ ମିଳିଛି ।
ରାକେଶ ରୋଶନ ନିଜ ଇନଷ୍ଟାଗ୍ରାମରେ ନିଜ ଜନ୍ମଦିନର ଭିଡିଓ ସେୟାର କରିଛନ୍ତି । କ୍ୟାପସନରେ ଲେଖିଛନ୍ତି, '50 ବର୍ଷର ବନ୍ଧୁତା... ଜନ୍ମଦିନ ଉତ୍ସବରେ ଯୋଗ ଦେଇଥିବାରୁ ଜିତୁ ଓ ଅନ୍ୟ ବନ୍ଧୁଙ୍କୁ ଧନ୍ୟବାଦ । ଭିଡିଓରେ ରାକେଶ ରୋଶନଙ୍କ ସହ ଜିତେନ୍ଦ୍ର, ପ୍ରେମ ଚୋପ୍ରା ଏବଂ ଅନ୍ୟ ବନ୍ଧୁମାନେ ନଜର ଆସିଛନ୍ତି । ଜନ୍ମଦିନର ଗୀତରୁ ଭିଡିଓ ଆରମ୍ଭ ହୋଇଥିବା ବେଳେ ସମସ୍ତ ବନ୍ଧୁମାନେ ରାକେଶ ରୋଶନଙ୍କ ପାଇଁ ମହମ୍ମଦ ରଫିଙ୍କ ଗୀତ 'ଶୁଭ ଜନ୍ମଦିନ' ଗୀତ ଗାଉଛନ୍ତି । ବନ୍ଧୁମାନଙ୍କ ସହ ରାକେଶ ରୋଶନ ନିଜ ବର୍ଥ ଡେ' ପାଳନ କରିବା ସହ କେକ୍ କାଟି ସାଙ୍ଗମାନଙ୍କୁ ଖୁଆଉଥିବା ଦେଖିବାକୁ ମିଳିଛି। '
ରାକେଶ ରୋଶନଙ୍କ ଏହି ପୋଷ୍ଟ ଉପରେ ବଲିଉଡର ସେଲିବ୍ରିଟି ଏବଂ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ବଲିଉଡ୍ ଅଭିନେତା ତୁଷାର କପୁର ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଶୁଭ ଜନ୍ମଦିନ ଗୁଡୁ ଅଙ୍କଲ।' ଏଥି ସହିତ ଅନୁପମ ଖେର ମଧ୍ୟ ଅଭିନେତାଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ରାକ୍ଷୀ ସାୱନ୍ତ ଏହି ପୋଷ୍ଟରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, 'ଜନ୍ମଦିନର ଶୁଭେଚ୍ଛା ରାକେଶ ଜୀ ।' ଏଥିସହ ଅନେକ ଫ୍ୟାନ୍ସ ମଧ୍ୟ ଏହି ଭିଡିଓକୁ ଲାଇକ୍ କରିବା ସହ ପ୍ରତିକ୍ରିୟାରେ ରାକେଶଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ:Rakesh Roshan B’day: ବିଗ୍ ବିଙ୍କ ସହ କାହିଁକି କାମ କରନ୍ତିନି ରାକେଶ ? K ସହିତ ରହିଛି ଖାସ୍ କନେକ୍ସନ୍
ରାକେଶ ରୋଶନଙ୍କ ଚଳଚ୍ଚିତ୍ର କ୍ୟାରିୟର ବିଷୟରେ କହିବାକୁ ଗଲେ, ରାକେଶ ରେଖାଙ୍କ ସହ ଜୟ ପ୍ରଦାଙ୍କ ସହ 'ଖୁବସୁରତ' (1980) ଏବଂ 'କାମଚୋର' (1982) ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି। ଏହି ଅଭିନେତା 1987ରେ 'ଖୁଦଗର୍ଜ' ସହ ତାଙ୍କର ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ। ପରେ ସେ 'ଖୁନ୍ ଭରୀ ମାଙ୍ଗ' (1988), 'କରଣ ଅର୍ଜୁନ' (1995) ଏବଂ ଶାହାରୁଖ ଖାନଙ୍କ ଅଭିନୀତ 'କୋଏଲା' (1997) ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ସେ ତାଙ୍କ ପୁଅ ହ୍ରିତିକ ରୋଶନଙ୍କ ସହ 'କୋଇ ମିଲ ଗୟା', 'କ୍ରିଶ' ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି ।