ଓଡିଶା

odisha

By

Published : Jul 26, 2023, 10:43 AM IST

Updated : Jul 26, 2023, 11:02 AM IST

ETV Bharat / entertainment

Dono: ରାଜବୀର ଦେଓଲ୍ ଓ ପଲୋମା ଡ଼ିଲନ୍ ତାରକାଙ୍କ ଡେବ୍ୟୁ ଫିଲ୍ମ 'ଦୋନୋ' ଟିଜର ରିଲିଜ

ସନ୍ନି ଦେଓଲଙ୍କ ସାନପୁଅ ରାଜବୀର ଦେଓଲ ଏବଂ ଅଭିନେତ୍ରୀ ପୁନମ ଡିଲୋନଙ୍କ ଝିଅ ପାଲୋମା ଡିଲୋନଙ୍କ ବଲିଉଡରେ ଏଣ୍ଟ୍ରି କରିଛନ୍ତି । ଫିଲ୍ମର ପୋଷ୍ଟର ରିଲିଜ ହୋଇଥିବା ବେଳେ ପ୍ରତିଶୃତି ଅନୁଯାୟୀ ଜୁଲାଇ 25ରେ ଫିଲ୍ମର ଟିଜର ରିଲିଜ କରିଛନ୍ତି ନିର୍ମାତା । ଅଧିକ ପଢନ୍ତୁ,

ରାଜବୀର ଦେଓଲ୍ ଏବଂ ପମୋଲା ଡ଼ିଲନ୍ ତାରକାଙ୍କ ଡେବ୍ୟୁ ଫିଲ୍ମ 'ଦୋନୋ' ଟିଜର ରିଲିଜ
ରାଜବୀର ଦେଓଲ୍ ଏବଂ ପମୋଲା ଡ଼ିଲନ୍ ତାରକାଙ୍କ ଡେବ୍ୟୁ ଫିଲ୍ମ 'ଦୋନୋ' ଟିଜର ରିଲିଜ

ହାଇଦ୍ରାବାଦ:ବଲିଉଡ ଲୋକପ୍ରିୟ ତାରକା ସନ୍ନି ଦେଓଲ ଶେଷରେ ତାଙ୍କର ଦ୍ୱିତୀୟ ତଥା ସାନପୁଅ ରାଜଭୀର ଦେଓଲଙ୍କୁ ବଲିଉଡରେ ଲଞ୍ଚ କରିଛନ୍ତି । ଜୁଲାଇ 24 ଅର୍ଥାତ ସୋମବାର ସନ୍ନି ଦେଓଲ ତାଙ୍କ ପୁଅ ରାଜବୀର ଦେଓଲଙ୍କ ଡେବ୍ୟୁ ଫିଲ୍ମ 'ଦୋନୋ'ର ଏକ ପୋଷ୍ଟର ସେୟାର କରି ଏହି ଘୋଷଣା କରିଥିଲେ । ଏହି ପୋଷ୍ଟର ସେୟାର କରି ସନ୍ନି ଦେଓଲ କହିଥିଲେ ଯେ, ଫିଲ୍ମର ପ୍ରଥମ ଟିଜର ଜୁଲାଇ 25 ଅର୍ଥାତ୍ ରିଲିଜ ହେବ । ପ୍ରତିଶୃତି ଅନୁଯାୟୀ ଫିଲ୍ମର ଟିଜର ରିଲିଜ କରିଛନ୍ତି ନିର୍ମାତା।

ସୋସିଆଲ ମିଡିଆରେ ଫିଲ୍ମର ଟିଜର ରିଲିଜ କରିଛନ୍ତି ନିର୍ମାତା । ଗତ ସୋମବାରରୁ ସେୟାର ହୋଇଥିବା ସମାନ ପୋଷ୍ଟରରୁ ଟିଜର ଆରମ୍ଭ ହୋଇଛି । ସମୁଦ୍ର କୂଳରେ ବସି ରାଜବୀର ଏବଂ ପଲୋମା କୁହନ୍ତି ଆମେ କାହିଁକି ପ୍ରତ୍ୟାଖ୍ୟାନ କରିବାକୁ ଭୟ କରୁଛୁ ? ଏହା ଶୁଣି ରାଜବୀର ହସୁଛନ୍ତି ଏବଂ ହଁ ୟାର ଆମ ମଧ୍ୟରେ କ’ଣ ଖରାପ ? ଉଭୟ ବିବାହ ଉତ୍ସବରେ ଭେଟନ୍ତି । ଯେଉଁଥିରେ ରାଜବୀର ଅର୍ଥାତ୍ ଦେବ ଝିଅର ବନ୍ଧୁ ଏବଂ ପଲୋମା ଅର୍ଥାତ୍ ମେଘନା ବରର ବନ୍ଧୁ । ଏଥିସହ ଉଭୟଙ୍କ ଲଭ କେମେଷ୍ଟ୍ରି ମଧ୍ୟ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ବଲିଉଡରେ ଏଣ୍ଟ୍ରି କଲେ ସନ୍ନି ଦେଓଲଙ୍କ ସାନ ପୁଅ ରାଜବୀର, ଫିଲ୍ମର ପୋଷ୍ଟର ରିଲିଜ

ପଲୋମା ଧିଲନ୍ 80 ଦଶକର ଅଭିନେତ୍ରୀ ପୁନମ୍ ଧିଲନଙ୍କ ଝିଅ । ଏହି ଫିଲ୍ମ ଜରିଆରେ ରାଜବୀର ଏବଂ ପଲୋମା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଉଭୟଙ୍କ ଇନୋସେଣ୍ଟ ଲଭ୍ ଷ୍ଟୋରୀ ଫିଲ୍ମ ଦେଖିବାକୁ ମିଳିବ । ଫିଲ୍ମକୁ ରାଜଶ୍ରୀ ପ୍ରଡକ୍ସନ୍ ଦ୍ୱାରା ନିର୍ମିତ କରାଯାଇଥିବା ବେଳେ ସୁରଜ ବଡଜାତ୍ୟାଙ୍କ ପୁଅ ଅଭିନାଶ ବରଜାତ୍ୟା ନିର୍ଦ୍ଦେଶନା ଦେଇଛନ୍ତି ।

ଅଭିନାଶ ମଧ୍ୟ ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି । ଚଳଚ୍ଚିତ୍ରର କାହାଣୀ କହିବାକୁ ଗଲେ, ଏକ ଆଧୁନିକ ପ୍ରେମ କାହାଣୀକୁ ଦର୍ଶାଯାଇଛି, ଯାହାର ଏକ ଝଲକ ଟିଜରରେ ମଧ୍ୟ ଦେଖାଯାଇଛି । ତେବେ ଟିଜରରେ ରାଜବୀର ଏବଂ ପଲୋମାଙ୍କ କେମେଷ୍ଟ୍ରି ଦେଖି ପ୍ରଶଂସକମାନେ ବଲିଉଡର ଏହି ନୂଆ ଯୋଡିଙ୍କ ଫିଲ୍ମ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ଖୁବ ଶୀଘ୍ର ପ୍ରେକ୍ଷାଳୟରେ ରିଲିଜ କରିବ ।

ସୂଚନା ଥାଉ କି, ସନ୍ନି ଦେଓଲ 22 ବର୍ଷ ପରେ ପୁଣି ଥରେ ବକ୍ସ ଅଫିସରେ ଧମାକା କରିବାକୁ ଆସୁଛନ୍ତି । ସନ୍ନି ଦେଓଲଙ୍କ ଫିଲ୍ମ 'ଗଦର-ଏକ ପ୍ରେମ କଥା'ର ଦ୍ୱିତୀୟ ଭାଗ' ଗଦର ୨ 'ଆସନ୍ତା ଅଗଷ୍ଟ ମାସରେ ରିଲିଜ କରିବ । 'ଗଦର ୨' ରିଲିଜ୍ ପୂର୍ବରୁ ସନ୍ନି ଏକ ବଡ ଘୋଷଣା କରିଛନ୍ତି । ସନ୍ନି ଦେଓଲ ତାଙ୍କ ସାନପୁଅ ରାଜବୀର ଦେଓଲଙ୍କୁ ବଲିଉଡରେ ଲଞ୍ଚ କରିଛନ୍ତି ।

Last Updated : Jul 26, 2023, 11:02 AM IST

ABOUT THE AUTHOR

...view details