ହାଇଦ୍ରାବାଦ: ଆରପାରିକୁ ଚାଲିଗଲେ ‘ଗଜୋଧର ଭୟା’ ଓରଫ୍ ଫେମସ୍ ଷ୍ଟାଣ୍ଡଅପ୍ କମେଡିଆନ୍ ରାଜୁ ଶ୍ରୀବାସ୍ତବ । ୫୮ ବର୍ଷ ବୟସରେ ସେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ।
Raju Srivastav Death: ଶୋକରେ ବୁଡିଲା ବଲିଉଡ ଜଗତ - ରାଜୁ ଶ୍ରୀବାସ୍ତବ ଫଟୋ
ରାଜୁ ଶ୍ରୀବାସ୍ତବଙ୍କ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକରେ ଛାୟା ଖେଳିଯାଇଛି । ବର୍ତ୍ତମାନ ବଲିଉଡ ସେଲିବ୍ରିଟି ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ଅଧିକ ପଢନ୍ତୁ
ରାଜୁ ଶ୍ରୀବାସ୍ତବଙ୍କର ଅଗଷ୍ଟ 10ରେ ହୃଦଘାତ ହୋଇଥିଲା । ଜିମରେ ୱାର୍କଆଉଟ ବେଳେ ଅସୁସ୍ଥ ହୋଇ ପଡିଥିଲେ । ଛାତିରେ ଯନ୍ତ୍ରଣା ଯୋଗୁଁ ହଠାତ୍ ତଳେ ପଡି ଯାଇଥିଲେ । ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କର ଭେଣ୍ଟିଲେଟରରେ ଚିକିତ୍ସାଧୀନ ଥିଲେ । ଦୀର୍ଘ 42 ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରୁଥିଲେ ରାଜୁ । ଶେଷରେ ସମସ୍ତଙ୍କୁ ହସାଉଥିବା ମଣିଷଟି ଏବେ ସମସ୍ତ ଆଖିରେ ଲୁହ ଦେଇ ଆରପାରିକୁ ଚାଲିଯାଇଛି ।
ବର୍ତ୍ତମାନ ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ଟ୍ୱିଟରରେ ରାଜୁ ଶ୍ରୀବାସ୍ତବଙ୍କୁ ମନେ ପକାଇ ସମସ୍ତେ ତାଙ୍କ କମେଡିକୁ ପ୍ରଶଂସା କରୁଥିବାବେଳେ କେହି କେହି ତାଙ୍କୁ ଅଲବିଦା କହୁଛନ୍ତି । ଏହା ବ୍ୟତୀତ ପ୍ରଶଂସକମାନେ ତାଙ୍କର ପୁରୁଣା ଭିଡିଓ ମଧ୍ୟ ସେୟାର କରୁଛନ୍ତି ।