ଓଡିଶା

odisha

ETV Bharat / entertainment

Aligarh@7: ଫିଲ୍ମକୁ ପ୍ରଶଂସା କରି ସୋସିଆଲ ମିଡିଆରେ ନୋଟ୍‌ ଲେଖିଲେ ନିର୍ଦ୍ଦେଶକ - ଅଭିନେତା ରାଜକୁମାର ରାଓ

ହନସଲ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଆଲିଗଡ' ରିଲିଜକୁ 7ବର୍ଷ ପୂରଛି, ସୋସିଆଲ ମିଡିଆରେ ଏହାର ପ୍ରଶଂସା କରି ଏକ ନୋଟ୍ ଲେଖିଛନ୍ତି ହନସଲ ମେହେଟ୍ଟା । ଜାଣନ୍ତୁ କଣ ଲେଖିଛନ୍ତି

ଆଲିଗଡ ରିଲିଜକୁ ପୂରିଲା 7ବର୍ଷ
ଆଲିଗଡ ରିଲିଜକୁ ପୂରିଲା 7ବର୍ଷ

By

Published : Feb 26, 2023, 7:24 PM IST

ମୁମ୍ବାଇ:ଅଭିନେତା ମନୋଜ ବାଜପେୟୀ ଏବଂ ରାଜକୁମାର ରାଓଙ୍କ ଅଭିନୀତ ଫିଲ୍ମ ଆଲିଗଡ଼ ମୁକ୍ତିଲାଭ କରିବାର ଆଜିକୁ 7 ବର୍ଷ ପୂରିଛି । ଏନେଇ ନିର୍ଦ୍ଦେଶକ ହନସଲ ମେହେଟ୍ଟା ସୋସିଆଲ ମିଡିଆରେ ଫିଲ୍ମ ପ୍ରଶଂସା କରିବା ସହ ଏକ ନୋଟ୍ ଲେଖିଛନ୍ତି । ଏହି ଚଳଚ୍ଚିତ୍ର 2016 ମସିହାରେ ମୁକ୍ତିଲାଭ କରିଥିବା ବେଳେ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିବା ସହ ବେଶ ଲୋକପ୍ରିୟତା ସାଉଁଟିଥିଲା ।

ସୂଚନା ଅନୁସାରେ, ନିର୍ଦ୍ଦେଶକ ହନସଲ ମେହେଟ୍ଟା ଇନଷ୍ଟାଗ୍ରାମରେ ଫିଲ୍ମର ଏକ ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, "7 ବର୍ଷ # ଆଲିଗଡ। ପ୍ରେମ, ଲାଳସା ଏବଂ ଏକାନ୍ତପଣ ପାଇଁ ଏହି ନୀରବ ମୋ ଚଳଚ୍ଚିତ୍ର ସର୍ବଦା ଗର୍ବର ବିଷୟ ରହିବ । ଏଥିସହ ଏଥିରେ ଅଭିନୟ କରିଥିବା ଅଭିନେତା ମନୋଜ ବାଜପେୟୀ ଏବଂ ରାଜକୁମାର ରାଓ, ଲେଖକ ବା ସମ୍ପାଦକ ଅପୂର୍ବ ଆଶ୍ରାନି, ସିନେମାଟୋଗ୍ରାଫି ସତ୍ୟରାଇ ନାଗପୌଲ, ପ୍ରଡକ୍ସନ ଡିଜାଇନ୍ ପାଇଁ ନୈଲୋଫର, ମନ୍ଦରାଜ କୁଲକର୍ଣ୍ଣିଙ୍କ ଧ୍ବନି, କାଷ୍ଟିଂ ଛାବ୍ରାଙ୍କ ଦ୍ବାରା ସଙ୍ଗୀତ ଓ କରନ କୁଲକର୍ଣ୍ଣିଙ୍କ ସମେତ ଫିଲ୍ମରେ ଜଡ଼ିତ ସମସ୍ତ କଳାକାର ଓ ବ୍ୟକ୍ତି ବିଶେଷଙ୍କୁ ଶୁଭେଚ୍ଛା । ଏଥିସହ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି ନିର୍ଦ୍ଦେଶକ ।

ସେହିପରି ଟ୍ବିଟର ହ୍ୟାଣ୍ଡେଲରେ ମଧ୍ୟ ଫିଲ୍ମ 'ଆଲିଗଡ' ରିଲିଜ 7ବର୍ଷ ପୂରଣ ନେଇ ଏକ ପୋଷ୍ଟର ସେୟାର କରିଛନ୍ତି ନିର୍ଦ୍ଦେଶକ ଲେଖିଛନ୍ତି କି, "ଏକାକୀ, ଲାଳସା ଏବଂ ପ୍ରେମର ସ୍ରୋତରେ ଯୋଡି ହେବା ନେଇ 7 ବର୍ଷ ପୂରିଛି । #ଆଲିଗଡ ମୋତେ ସବୁବେଳେ ଗର୍ବିତ କରେ । ତେବେ ଏନେଇ ସେ ଫିଲ୍ମରେ ଜଡ଼ିତ ସମସ୍ତ କଳାକାର ଓ ବ୍ୟକ୍ତି ବିଶେଷଙ୍କୁ ଶ୍ରେୟ ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନା ଥାଉ କି, 26 ଫେବୃୟାରୀ 2016ରେ ମୁକ୍ତିଲାଭ କରିଥିବା ଜୀବନୀ ନାଟକ ଉପରେ ଆଧାରିତ ଫିଲ୍ମ ଅଟେ । ଏହା ମରାଠୀର ପ୍ରଫେସର ତଥା ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟର ଅଧ୍ୟାପିକ ରାମଚନ୍ଦ୍ର ସିରାସଙ୍କ ଉପରେ ଆଧାରିତ କାହାଣୀ । ତେବେ ଅଭିନେତା ରାଜକୁମାର ରାଓ 2013ରେ ସହୀଦ, 2014ରେ କ୍ବିନ, 2014ରେ ସିଟିଲାଇଟ୍ସ , 2017ରେ ଟ୍ରାପଡ ଏବଂ ବେହେନ ହୋଗୀ ତେରୀ, 2018ରେ ସ୍ତ୍ରୀ, 2021ରେ ହମ ଦୋ ହମାରେ ଦୋ, 2022ରେ ବଧାଇ ହୋ ଭଳି ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇ ବେଶ ଲୋକପ୍ରିୟତା ସାଉଁଟିପାରିଛନ୍ତି । ଏଥିସହ ଆଗାମୀ ଫିଲ୍ମ 'ଭିଡ' ଏବଂ ଗନ୍ସ ଓ ଗୁଲାବ ଭଳି ୱେବସିରିଜରେ ମୁଖ୍ୟ ଭୂମିକାରେ ନଜର ଆସିବେ ।

ABOUT THE AUTHOR

...view details