ହାଇଦ୍ରାବାଦ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଆଜି (ଅଗଷ୍ଟ 10)ର ଦିନଟି କୌଣସି ହୋଲି କି ଦିୱାଲିଠୁ କମ୍ ନୁହେଁ । କାରଣ ଆଜି ରଜନୀକାନ୍ତଙ୍କ ଅଭିନୀତ ବ୍ଲାକ୍ ଆକ୍ସନ୍ କମେଡି ଫିଲ୍ମ ‘ଜେଲର୍’ ତାଙ୍କ ଫ୍ୟାନ୍ସଙ୍କ ସାମ୍ନାକୁ ଆସିଛି । ଫିଲ୍ମ ଜେଲରକୁ ନେଇ ଦେଶରେ କେତେ କ୍ରେଜ ଅଛି, ଏହା ସୋସିଆଲ ମିଡିଆରେ ସ୍ପଷ୍ଟ ଦେଖାଯାଉଛି । କେବଳ ସେତିକି ନୁହେଁ, ଜେଲର ପାଇଁ ଆଜି ବେଙ୍ଗାଲୁରୁ ଏବଂ ଚେନ୍ନାଇର ସରକାରୀ କାର୍ଯ୍ୟାଳୟ ଛୁଟି ଘୋଷଣା କରାଯାଇଛି । ତେବେ ଚଳଚ୍ଚିତ୍ର ଜେଲର ରିଲିଜ ହେବାର ଗୋଟିଏ ଦିନ ପୂର୍ବରୁ ରଜନୀକାନ୍ତ ହିମାଳୟ ଅଭିମୁଖେ ଯାତ୍ରା କରିଛନ୍ତି ଏବଂ ତାଙ୍କୁ ଡେରାଡୁନ ବିମାନବନ୍ଦରରେ ପ୍ରଶଂସକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ।
ସାରା ବିଶ୍ୱରେ ମୁକ୍ତିଲାଭ କଲା ଜେଲର
ରଜନୀକାନ୍ତ ପ୍ରାୟ ଦୁଇ ବର୍ଷ ପରେ ଫିଲ୍ମ ଜେଲର ସହିତ ପରଦାକୁ ଫେରିଛନ୍ତି । ଏଥିପାଇଁ ଲୋକଙ୍କ ଉତ୍ସାହ କହିଲେ ନସରେ । ଫ୍ୟାନ୍ସମାନେ ପ୍ରେକ୍ଷାଳୟ ବାହାରେ ବାଣ ଫୁଟାଉଛନ୍ତି । କେହି କେହି ରଜନୀକାନ୍ତଙ୍କ ବିରାଟକାୟ ହୋର୍ଡିଂକୁ କ୍ଷୀରରେ ଗାଧୋଇ ଦେଉଛନ୍ତି, ଆଉ କେହି କେହି ଥାଲାଇଭାଙ୍କୁ ପୂଜା କରୁଛନ୍ତି, କିଛି ଲୋକ ଢୋଲ ବଜାଇ ନାଚଗୀତରେ ମସଗୁଲ ହୋଇଯାଇଛନ୍ତି । ଏହି ସବୁ ଦୃଶ୍ୟ ସାଧାରଣତଃ ସୁପରଷ୍ଚାର ରଜନୀକାନ୍ତ ଚଳଚ୍ଚିତ୍ରରେ ହିଁ ଦେଖିବାକୁ ମିଳେ ।
ଏହି ଚଳଚ୍ଚିତ୍ରଟି ଆଜି ସାରା ବିଶ୍ୱରେ 4000 ପରଦାରେ ମୁକ୍ତିଲାଭ କରିଛି । ଏଥି ସହିତ କେବଳ ତାମିଲନାଡୁର 800 ସ୍କ୍ରିନରେ ଏହି ଫିଲ୍ମ ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରଟି ମୂଳତଃ ତାମିଲରେ ନିର୍ମିତ ହୋଇଛି । ଏହାକୁ ହିନ୍ଦୀ ଏବଂ ଅନ୍ୟାନ୍ୟ ଭାଷାରେ ମଧ୍ୟ ମୁକ୍ତିଲାଭ କରିଯାଇଛି । ପ୍ରଶଂସକଙ୍କ ଉତ୍ସାହ ଚଳଚ୍ଚିତ୍ରର ଆଡଭାନ୍ସ ବୁକିଂ ସଂଖ୍ୟାରୁ ଫିଗରରୁ ଜାଣି ହେଉଛି । ସାକନିଲ୍କର ରିପୋର୍ଟ ଅନୁଯାୟୀ, ଜେଲର ଭାରତରେ 14.18 କୋଟି ପ୍ରି-ବୁକିଂ କରି ବହୁତ ସଫଳତା ହାସଲ କରିଛନ୍ତି । ଫିଲ୍ମର ତାମିଲ ସଂସ୍କରଣ 5,91,221 ଟିକେଟ୍ ବିକ୍ରିରୁ 12.82 କୋଟି ଲାଭ କରିଛି । ତେଲୁଗୁ ସଂସ୍କରଣ 77,554 ଟିକେଟ୍ ବିକ୍ରିରୁ 1.35 କୋଟି ଆଡଭାନ୍ସ ବୁକିଂ କରିଛି । ତାମିଲନାଡୁର 900 ପ୍ରେକ୍ଷାଳୟରେ ଜେଲର ରିଲିଜ ହୋଇଛି ।