ଓଡିଶା

odisha

By ETV Bharat Odisha Team

Published : Dec 29, 2023, 10:28 PM IST

ETV Bharat / entertainment

ବିଜୟକାନ୍ତଙ୍କ ଶେଷଦର୍ଶନ କଲେ ରଜନୀକାନ୍ତ, କହିଲେ-'ରାଜନୀତି ଏବଂ ସିନେମା ପାଇଁ ଅପୂରଣୀୟ କ୍ଷତି'

Rajinikanth Pays Last Respects To Dmdk Chief Vijayakanth; ସାଉଥ ଅଭିନେତା ତଥା ଡିଏମଡିକେ ସଭାପତି ବିଜୟକାନ୍ତଙ୍କ ଦେହାନ୍ତି ହୋଇଛି। ଏହି ସମୟରେ ପୁରା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଥିବା ବେଳେ ରଜନୀକାନ୍ତ ଅଭିନେତାଙ୍କ ଶେଷଦର୍ଶନ କରିଛନ୍ତି ।

ବିଜୟକାନ୍ତଙ୍କ ଶେଷଦର୍ଶନ କଲେ ରଜନୀକାନ୍ତ, କହିଲେ-'ଏହା ରାଜନୀତି ଏବଂ ସିନେମା ପାଇଁ ଅପୂରଣୀୟ କ୍ଷତି'
ବିଜୟକାନ୍ତଙ୍କ ଶେଷଦର୍ଶନ କଲେ ରଜନୀକାନ୍ତ, କହିଲେ-'ଏହା ରାଜନୀତି ଏବଂ ସିନେମା ପାଇଁ ଅପୂରଣୀୟ କ୍ଷତି'

ହାଇଦ୍ରାବାଦ: ଗତକାଲି ତାମିଲ ଅଭିନେତା ତଥା ଡିଏମଡିକେ ସଭାପତି ବିଜୟକାନ୍ତଙ୍କ ଦେହାନ୍ତ ହୋଇଛି । କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଅଭିନେତା । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ସାଉଥ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଥିବା ବେଳେ ତାଙ୍କର ଅନେକ ସହତାରକା ଦୁଃଖରେ ଭାଙ୍ଗିପଡିଛନ୍ତି । ଆଜି ଅଭିନେତାଙ୍କ ଶେଷରୀତିନୀତି କରାଯିବ । ତେବେ ଅଭିନେତାଙ୍କ ଶେଷ ଦର୍ଶନ କରିଛନ୍ତି ସାଉଥ ଅଭିନେତା ରଜନୀକାନ୍ତ ।

ପୂର୍ବରୁ ଥାଲାପତି ବିଜୟ ବିଜୟକାନ୍ତଙ୍କ ଶେଷଦର୍ଶନ କରିଥିବା ବେଳେ ଏବେ ରଜନୀକାନ୍ତ ଚେନ୍ନାଇର ଆନ୍ନା ସାଲାଇର ଆଇଲ୍ୟାଣ୍ଡ ଗ୍ରାଉଣ୍ଡରେ ପହଞ୍ଚି କ୍ୟାପଟେନ ବିଜୟକାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଏଥିସହ ପରିବାରକୁ ସମବେଦନା ଜଣାଇଛନ୍ତି । ଏହି ସମୟରେ ରଜନୀକାନ୍ତ ବିଜୟକାନ୍ତଙ୍କୁ ମନେ ପକାଇ କହିଛନ୍ତି, ଆମକୁ ବିଜୟକାନ୍ତ ଭଳି ଭଲ ବ୍ୟକ୍ତି କେବେ ମିଳିବେନି । ରାଜନୀତି ଏବଂ ସିନେମାରେ ତାଙ୍କ ଭଳି କେହି ନୁହଁ । ତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ଅଟେ । ସୂଚନା ଥାଉ କି, ବହୁ ବରିଷ୍ଠ ବ୍ୟକ୍ତି ମଧ୍ୟ ଅଭିନେତାଙ୍କ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସେଠାରେ ପହଞ୍ଚିଥିଲେ ।

ସୂଚନା ଥାଉ କି, କ୍ୟାପଟେନ ବିଜୟକାନ୍ତ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଡିସେମ୍ବର ୨୮ (ଗୁରୁବାର) ବିଜୟକାନ୍ତଙ୍କ ଦେହାନ୍ତ ହୋଇଛି । ଡାକ୍ତରଖାନା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ନିମୋନିଆ ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରୀ ଟିମ ଶତ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଶେଷରେ ବିଜୟକାନ୍ତ ଆଖି ବୁଜିଥିଲେ ।

ଏହା ମଧ୍ୟ ପଢନ୍ତୁ:ବିଜୟକାନ୍ତଙ୍କ ନିଧନ; ଶୋକବ୍ୟକ୍ତ କଲେ ବଲିଉଡରୁ ସାଉଥ ସେଲିବ୍ରିଟି

ବିଜୟକାନ୍ତ ତାମିଲ ଚଳଚ୍ଚିତ୍ରର ଜଣେ ଜଣାଶୁଣା ଅଭିନେତା ସହ ସେ ଜଣେ ରାଜନୀତିଜ୍ଞ ମଧ୍ୟ । ଚଳଚ୍ଚିତ୍ରରେ ସେ ସୈନ୍ୟ ଭୂମିକାରେ ବଳିଷ୍ଠ ଅଭିନୟ କରିଥିବାରୁ ତାଙ୍କୁ କ୍ୟାପଟେନର ଆଖ୍ୟା ଦିଆଯାଇଥିଲା । ସେ ନିଜ କ୍ୟାରିଅରରେ ୧୫୦ରୁ ଅଧିକ ଫିଲ୍ମରେ କାମ କରି ଦର୍ଶକଙ୍କ ମନ ଜିତିଛନ୍ତି । ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ । 2005 ମସିହାରେ ସେ ଡିଏମଡିକେ ଦଳ ଗଠନ କରି ରାଜନୀତିରେ ପ୍ରବେଶ କରିଥିଲେ । ପ୍ରଥମ ଥର ପାଇଁ ଡିଏମଡିକେ ଦଳ 2006 ତାମିଲନାଡୁ ବିଧାନସଭା ନିର୍ବାଚନରେ ଲଢିଥିଲା । ସ୍ବାଧୀନ ଭାବରେ ନିର୍ବାଚନ ଲଢି ଏକାଧିକ ଆସନରେ ବିଜୟୀ ମଧ୍ୟ ହୋଇଥିଲା । 2011 ତାମିଲନାଡୁ ବିଧାନସଭା ନିର୍ବାଚନରେ ଡିଏମଡିକେ ଓ ଏଆଇଏଡିଏମକେ ମେଣ୍ଟ ଗଠନ କରିଥିଲେ । ବିଜୟକାନ୍ତ ବିରୋଧୀ ଦଳର ନେତା ହୋଇଥିଲେ ।

ABOUT THE AUTHOR

...view details