ଚେନ୍ନାଇ:ସୁପରଷ୍ଟାର ରଜନୀକାନ୍ତଙ୍କୁ ଇନକମ ଟାକ୍ସ ଡେ' (24 ଜୁଲାଇ)ରେ ତାମିଲନାଡୁରେ ସର୍ବାଧିକ ଟିକସ ଦେଇଥିବାରୁ ଆୟକର ବିଭାଗ ପୁରସ୍କୃତ କରିଛି । ଚେନ୍ନାଇରେ ଆୟକର ବିଭାଗ ଦ୍ୱାରା ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା । ଏଥିରେ ଅଭିନେତା ରଜନୀକାନ୍ତଙ୍କୁ ତାମିଲନାଡୁର ସର୍ବାଧିକ ଆୟକର ପ୍ରଦାନ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ପୁରସ୍କାର ପ୍ରଦାନ କରିଥିଲେ । ଏଥି ସହିତ ବଲିଉଡ ଅଭିନେତା ଅକ୍ଷୟ କୁମାର ପୁଣି ଥରେ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ସର୍ବାଧିକ ଟିକସ ଦେଉଥିବା ସେଲିବ୍ରିଟି ହୋଇପାରିଛନ୍ତି ।
ଅଭିନେତା ରଜନୀକାନ୍ତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ, ତାଙ୍କ ସ୍ଥାନରେ ତାଙ୍କ ବଡ଼ ଝିଅ ଐଶ୍ୱର୍ଯ୍ୟାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ତାମିଲସାଇ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ଜନସାଧାରଣ ଠିକ୍ ଭାବରେ ଟିକସ ଦେବାକୁ ଆଗେଇ ଆସିଛନ୍ତି । ସମସ୍ତଙ୍କୁ ସରକାରଙ୍କୁ ଟ୍ୟାକ୍ସ ଦେବାକୁ ପଡିବ । ଯଦି ଆମେ ଟିକସ ଦେବୁ ନାହିଁ, ତେବେ ଆମେ ଆମର ଅସ୍ତିତ୍ୱ ହରାଇବୁ । ’