ମୁମ୍ବାଇ:ଗତକାଲି ଥିଲା ବଲିଉଡ ଅଭିନେତା ଅଜୟ ଦେବଗନ୍ ଏବଂ ଅଭିନେତ୍ରୀ କାଜୋଲ 24ତମ ବିବାହ ବାର୍ଷିକୀ । ଏନେଇ ଅଭିନେତା ଅଜୟ ଦେବଗନ୍ ଏବଂ କାଜଲ ନିଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଚରେ ଏକ ସ୍ନେହପୂର୍ଣ୍ଣ ପୋଷ୍ଟ ସେୟାର କରିଛନ୍ତି ଏବଂ ପରସ୍ପରକୁ 24 ତମ ବାର୍ଷିକୀର ଶୁଭକାମନା ଜଣାଇଛନ୍ତି । ତେବେ ଏହି ଅନସ୍କ୍ରିନ ଏବଂ ଅଫ୍ ସ୍କ୍ରିନ୍ ଯୋଡ଼ି ସବୁବେଳେ ଫ୍ୟାନ୍ସଙ୍କ ମନ ଜିତିଥାନ୍ତି।
ତେବେ ନିଜର 24ତମ ବିବାହ ବାର୍ଷିକୀରେ ଉଭୟ କାଜଲ ଏବଂ ଅଜୟ ନିଜ ଇନଷ୍ଟାଗ୍ରାମରେ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ସେୟାର କରିଥିଲେ ଏବଂ ଅଜୟ ଦେବଗନ ମଧ୍ୟ ଏକ ସାକ୍ଷାତକାରର ଏକ କ୍ଲିପ ପୋଷ୍ଟ କରିଥିଲେ । ଭିଡିଓଟି ଦେଖି ପ୍ରଶଂସକମାନେ ଏହି ଦମ୍ପତିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଅଜୟ ଦେବଗନ୍ ଏକ ସାକ୍ଷାତକାରରୁ 4 ସେକେଣ୍ଡ୍ କ୍ଲିପ୍ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ମୁଁ ଆଶ୍ଚର୍ଯ୍ୟ ହୋଇଛି ଯେ ସେ ଏପର୍ଯ୍ୟନ୍ତ ମୋ ସାଥିରେ ଅଛନ୍ତି ଏବଂ କାଜଲ"ଭୟଭୀତ"। ଅଭିନେତା ଏହାର କ୍ୟାପସନରେ ଲେଖିଛନ୍ତି "1999 -ପ୍ୟାର୍ ତୋ ହୋନା ହି ଥା, 2022 - ପ୍ୟାର୍ ତୋ ସବୁବେଳେ ରହିଛି''। ଏଥିସହ ହୃଦୟ ଇମୋଜି ସହିତ ବାର୍ଷିକୀ ଶୁଭେଚ୍ଛା@କାଜୋଲ୍" ବୋଲି ଲେଖିଛନ୍ତି।