ଓଡିଶା

odisha

Pushpa 2: ପୁଣି ହଲ୍‌ରେ ଚାଲିବ ପୁଷ୍ପାଙ୍କ ରାଜ୍, ଏହି ଦିନ ରିଲିଜ ହେବ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

By ETV Bharat Odisha Team

Published : Sep 11, 2023, 5:21 PM IST

ଫ୍ୟାନ୍ସଙ୍କ ଅପେକ୍ଷାର ହେଲା ଅନ୍ତ। ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନା ଅଭିନୀତ ପୁଷ୍ପା ୨ ରିଲିଜକୁ ନେଇ ବେଶ ଉତ୍ସାହର ସହ ଅପେକ୍ଷା କରିଥିଲେ ଫ୍ୟାନ୍ସ। ବର୍ତ୍ତମାନ ଫିଲ୍ମର ନିର୍ମାତା ରିଲିଜ ତାରିଖ ଘୋଷଣା କରିଛନ୍ତି । ଅଧିକ ପଢ଼ନ୍ତୁ

ପୁଣି ସିନେମାହଲରେ ଚାଲିବ ପୁଷ୍ପାଙ୍କ ରାଜ୍, ଏହି ଦିନ ରିଲିଜ ହେବ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ
ପୁଣି ସିନେମାହଲରେ ଚାଲିବ ପୁଷ୍ପାଙ୍କ ରାଜ୍, ଏହି ଦିନ ରିଲିଜ ହେବ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ହାଇଦ୍ରାବାଦ:ଫ୍ୟାନ୍ସଙ୍କ ଦୀର୍ଘ ଦିନର ଅପେକ୍ଷା ହେଲା ଅନ୍ତ। ପୁଣି ସିନେମାହଲରେ ଅଲ୍ଲୁ ଅର୍ଜୁନ ଓରଫ ପୁଷ୍ପାଙ୍କ ଜଲୱା ଦେଖିବାକୁ ମିଳିବ। ପୁଷ୍ପା: ଦ ରୁଲ୍ ଘୋଷଣା ହେବାଠାରୁ ଫିଲ୍ମ ରିଲିଜକୁ ନେଇ ବେଶ ଉତ୍ସାହିତ ଥିଲେ ଫ୍ୟାନ୍ସ । ବର୍ତ୍ତମାନ ଫିଲ୍ମର ନିର୍ମାତା ରିଲିଜ ତାରିଖ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ପ୍ରଡକ୍ସନ୍ ବ୍ୟାନର ମୈତ୍ରୀ ମୁଭି ମେକର୍ସ ଫିଲ୍ମ ଆସନ୍ତା ବର୍ଷ(2024) ଅଗଷ୍ଟ 15ରେ ରିଲିଜ ହେବା ନେଇ ଘୋଷଣା କରିଛନ୍ତି।

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଅଭିନୀତ ପୁଷ୍ପାର ପ୍ରଥମ ଭାଗର ଦମଦାର ସଫଳତା ହାସଲ କରିଥିଲା । ଏହାପରେ ନିର୍ମାତା ଏହାର 2ୟ ଭାଗ ପ୍ରସ୍ତୁତ କରିଛନ୍ତି । ପୁଷ୍ପାର ସିକ୍ବେଲ ଅର୍ଥାତ୍ ପୁଷ୍ପା: ଦ ରୁଲ୍ ନେଇ ପରଦାକୁ ଫେରୁଛନ୍ତି ଅଲ୍ଲୁ ଅର୍ଜୁନ । ଅଲ୍ଲୁ ଅର୍ଜୁନଙ୍କୁ ନେଇ ଏକ ଆକର୍ଷଣୀୟ ପୋଷ୍ଟର ସେୟାର କରି ନିର୍ମାତାମାନେ ପୁଷ୍ପା 2 ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ମୈତ୍ରୀ ମୁଭି ମେକର୍ସ ନିଜ ଇନ୍‌ଷ୍ଟାଗ୍ରାମରେ ଫିଲ୍ମର ଏକ ନୂଆ ପୋଷ୍ଟର ସେୟାର କରି ଏହି ଚଳଚ୍ଚିତ୍ରଟି ଅଗଷ୍ଟ 15, 2024ରେ ବଡ଼ ପରଦାରେ ରିଲିଜ ହେବ ବୋଲି କହିଛନ୍ତି । ସେୟାର ହୋଇଥିବା ପୋଷ୍ଟରରେ ଅଲ୍ଲୁଙ୍କ ଦମଦାର ଲୁକ୍‌ ଦେଖିବାକୁ ମିଳିଛି ।

ପୁଷ୍ପା ୨ ହେଉଛି ଅଲ୍ଲୁ ଅର୍ଜୁନଙ୍କ ବ୍ଲକବଷ୍ଟର ହିଟ୍ ପୁଷ୍ପା: ଦ ରାଇଜ୍‌ର ସିକ୍ବେଲ୍‌ । ଯାହା 2021 ଡିସେମ୍ବରରେ ମୁକ୍ତିଲାଭ କରିବା ପରେ ବକ୍ସ ଅଫିସ୍‌ରେ ଧମାକା କରିଥିଲା । ଏହି ଚଳଚ୍ଚିତ୍ର ବେସ ଲୋକପ୍ରିୟତା ହାସଲ କରିବା ସହ ବ୍ଲକବ୍ଲଷ୍ଟର ହୋଇଥିଲା । ପୁଷ୍ପାର ପ୍ରଥମ ଭାଗ ସାରା ବିଶ୍ୱରେ 4000ରୁ ଅଧିକ ସ୍କ୍ରିନ୍‌ରେ ରିଲିଜ କରିଥିଲା । ସାକ୍‌ନିକ୍‌ଙ୍କ ମୁତାବକ, ଏହି ଚଳଚ୍ଚିତ୍ରଟି ସାରା ବିଶ୍ୱରେ 350.1 କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିବାବେଳେ 10 ସପ୍ତାହରେ ଭାରତରେ ମୋଟ 267.55 କୋଟି କଲେକ୍ସ କରି ସଫଳତା ହାସଲ କରିଥିଲା ।

ଏହା ମଧ୍ୟ ପଢନ୍ତୁ:ଫ୍ୟାନ୍ସଙ୍କୁ ରାମୋଜୀ ଫିଲ୍ମ ସିଟିର ସୁନ୍ଦର ଝଲକ ଦେଖାଇଲେ ଅଲ୍ଲୁ ଅର୍ଜୁନ

ପ୍ରକାଶ ଥାଉ କି, ନିକଟରେ 69ତମ ଜାତୀୟ ଫିଲ୍ମ ପୁରସ୍କାର 2021ର ଘୋଷଣା ହୋଇଥିଲା । ଯେଉଁଥିରେ ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ କରାଯାଇଛି । ପ୍ରଥମ ଭାଗ ପରି 2ୟ ଭାଗରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା, ଫାହାଦ୍ ଫାସିଲ, ସୁନୀଲ, ଅଜୟ, ରାଓ ରମେଶ, ଅନାସୁୟା ଏବଂ ଅନ୍ୟ କଳାକାର ନଜର ଆସିବେ । ଏପ୍ରିଲ୍ 8ରେ ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ ଅବସରରେ ପୁଷ୍ପା ଭୁମିକାର ପ୍ରଥମ ଲୁକ୍ ରିଲିଜ ହୋଇଛି । ଏହାପରେ ଶ୍ରୀବଲି ଭୂମିକାରେ ଅଭିନୟ କରିଥିବା ସାଉଥ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଜନ୍ମଦିନ (ଏପ୍ରିଲ୍)ରେ ଶ୍ରୀଭଲି ଚରିତ୍ରର ପ୍ରଥମ ଲୁକ୍ ରିଲିଜ ହୋଇଥିଲା। ପରେ ଫହାଦଙ୍କ ମଧ୍ୟ ଲୁକ୍‌ ରିଲିଜ ହୋଇଥିଲା । ବର୍ତ୍ତମାନ ଫିଲ୍ମର ସମସ୍ତ ମୁଖ୍ୟ ଚରିତ୍ରଗୁଡ଼ିକର ପ୍ରଥମ ଲୁକ୍ ଆଉଟ୍ ହୋଇଥିବା ବେଳେ ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି ।

ABOUT THE AUTHOR

...view details