ଓଡିଶା

odisha

ETV Bharat / entertainment

'ପୁଷ୍ପା' ଫେମ୍ ଅଭିନେତା ଜଗଦୀଶ ପ୍ରତାପ ଗିରଫ, ମହିଳାଙ୍କୁ ସୁଇସାଇଡ କରିବାକୁ ପ୍ରବର୍ତ୍ତାଇବା ଅଭିଯୋଗ - ମହିଳାଙ୍କୁ ସୁଇସାଇଡ କରିବାକୁ ପ୍ରବର୍ତ୍ତାଇବା ଅଭିଯୋଗ

Pushpa Actor Jagdish Bandari Arrested: 'ପୁଷ୍ପା' ଅଭିନେତା ଜଗଦୀଶ ପ୍ରତାପ ବନ୍ଦାରୀଙ୍କୁ ହାଇଦ୍ରାବାଦ ପୋଲିସ ଗିରଫ କରିଛି । ଜଗଦୀଶ ଜଣେ ମହିଳାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ଅଭିଯୋଗରେ ବନ୍ଧା ହୋଇଛନ୍ତି । ବର୍ତ୍ତମାନ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ,

'ପୁଷ୍ପା' ଫେମ୍ ଅଭିନେତା ଜଗଦୀଶ ପ୍ରତାପ ଗିରଫ, ମହିଳାଙ୍କୁ ସୁଇସାଇଡ କରିବାକୁ ପ୍ରବର୍ତ୍ତାଇବା ଅଭିଯୋଗ
'ପୁଷ୍ପା' ଫେମ୍ ଅଭିନେତା ଜଗଦୀଶ ପ୍ରତାପ ଗିରଫ, ମହିଳାଙ୍କୁ ସୁଇସାଇଡ କରିବାକୁ ପ୍ରବର୍ତ୍ତାଇବା ଅଭିଯୋଗ

By ETV Bharat Odisha Team

Published : Dec 7, 2023, 11:23 AM IST

Updated : Dec 7, 2023, 12:04 PM IST

ହାଇଦ୍ରାବାଦ:ସାଉଥ ଅଭିନେତା ଜଗଦୀଶ ପ୍ରତାପ ବନ୍ଦାରୀ ଗିରଫ । ବ୍ଲକବଷ୍ଟର ପାନ-ଇଣ୍ଡିଆ ଆକ୍ସନ୍ ଡ୍ରାମା ପୁଷ୍ପା ଦ ରାଇଜରେ ଅଲୁ ଅର୍ଜୁନଙ୍କ ବନ୍ଧୁ କେଶବଙ୍କ ଭୂମିକାରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିଲେ। ପୁଷ୍ପା ଫେମ ଅଭିନେତା ଜଗଦୀଶ ଜଣେ ମହିଳାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ହାଇଦ୍ରାବାଦର ପଞ୍ଜାଗୁଟ୍ଟା ପୋଲିସ ଅଭିନେତାଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ନଭେମ୍ବର ୨୯ରେ ଜଣେ ମହିଳାଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିଲା । ପରିବାର ସଦସ୍ୟ ମହିଳାଙ୍କ ମୃତ୍ୟୁ ପାଇଁ ଜଗଦୀଶଙ୍କୁ ଦାୟୀ କରିଥିଲେ । ମହିଳାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ନେଇ ଜଗଦୀଶଙ୍କ ନାଁରେ ଅଭିଯୋଗ ହୋଇଛି । ଅଭିଯୋଗ ଏବଂ ଅନୁସନ୍ଧାନ ଆଧାରରେ ପୁଷ୍ପା ଫେମ ଅଭିନେତାଙ୍କୁ ବୁଧବାର ଗିରଫ କରାଯାଇଥିଲା । ମୃତ ମହିଳା ଜଣକ ମଧ୍ୟ ଜଣେ କଳାକାର ଥିଲେ ଏବଂ କିଛି କ୍ଷୁଦ୍ର ଚଳଚ୍ଚିତ୍ରରେ କାମ କରିଥିଲେ ।

ମିଡିଆ ରିପୋର୍ଟ ଅନୁସାରେ, ମହିଳାଙ୍କ ମୃତ୍ୟୁ ପରେ ତଦନ୍ତ ସମୟରେ ପଞ୍ଜାଗୁଟ୍ଟା ପୋଲିସ ଜାଣିବାକୁ ପାଇଥିଲା ଯେ, ୨୭ନଭେମ୍ବରରେ ଜଗଦୀଶ ମୃତ ମହିଳାଙ୍କ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଥିବାବେଳେ ସେ ଏକ ଭିଡିଓ କରିଥିଲେ । ଏହା ପରେ ଜଗଦୀଶ ମହିଳାଙ୍କୁ ବ୍ଲାକ୍‌ମେଲ୍‌ କରିଥିଲେ । ଏହା ସହି ନପାରି ଶେଷରେ ମହିଳା ଜଣଙ୍କ ଜୀବନ ହାରିିଥିଲେ । ବନ୍ଦ କୋଠରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମହିଳାଙ୍କ ମୃତ୍ୟୁ ପରଠାରୁ ଜଗଦୀଶ ଫେରାର ଥିବା ଜଣାପଡିଥିଲା ​ । ତେବେ ଶେଷରେ ପୋଲିସ ତାଙ୍କୁ ଗିରଫ କରିଛି । ପୋଲିସ ଦାବି କରିଛି ଯେ ଜଗଦୀଶ ପୂର୍ବରୁ ମୃତ ମହିଳାଙ୍କ ସହ ପରିଚିତ ଥିଲେ । ବର୍ତ୍ତମାନ ପୋଲିସ ଅଭିନେତାଙ୍କୁ ରିମାଣ୍ଡରେ ପଠାଇଛି । ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ:ବନ୍ଧା ହେଲେ ଟିଭି ଅଭିନେତା ଭୂପେନ୍ଦ୍ର ସିଂ, ଯୁବକଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ

ଜଗଦୀଶଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ଜଗଦୀଶଙ୍କୁ ଶେଷ ଥର ପାଇଁ ମୈଥ୍ରୀ ମୁଭି ମେକର୍ସର ଛୋଟ ବଜେଟ୍ ଡ୍ରାମା ଫିଲ୍ମ ସଥି ଗନି ରେଣ୍ଡୁ ୟେକାରାଲୁରେ ଦେଖିବାକୁ ମିଳିଥିଲା । ତାଙ୍କୁ ଖୁବ୍ ଶୀଘ୍ର ନିତିନ୍ ଏବଂ ଶ୍ରୀଲୀଲାଙ୍କ ଏକ୍ସଟ୍ରା ଅଡିନାରୀ ମ୍ୟାନ୍ ଏବଂ ଖୁବ ଶୀଘ୍ର ରିଲିଜ୍ ହେବାକୁ ଥିବା ଗ୍ରାମୀଣ ଡ୍ରାମା ଅମ୍ବାଜୀପେଟା ମ୍ୟାରେଜ୍‌ ବ୍ୟାଣ୍ଡରେ ଦେଖିବାକୁ ମିଳିବ । ଏଥିସହ ସେ ପୁଷ୍ପା ୨ ରେ ମଧ୍ୟ ନଜର ଆସିବେ ବୋଲି କୁହାଯାଉଛି ।

Last Updated : Dec 7, 2023, 12:04 PM IST

ABOUT THE AUTHOR

...view details