ଓଡିଶା

odisha

ETV Bharat / entertainment

ପୁଷ୍ପା ୨ କଳାକାରଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ, ଆହତ ଡାକ୍ତରଖାନାରେ ଭର୍ତ୍ତି

ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ପୁଷ୍ପା-୨ର ଏକ ଟିମ୍ ବସ୍ ଯୋଗେ ସୁଟିଂ ପାଇଁ ଯାଉଥିଲା । ଏହି ସମୟରେ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇ କଳାକାର ଆହତ ହୋଇ ଡାକ୍ତରଖାନା ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ

By

Published : May 31, 2023, 7:16 PM IST

Updated : May 31, 2023, 8:41 PM IST

ପୁଷ୍ପା ୨ କଳାକାରଙ୍କ ବସ୍ ଦୁର୍ଘଟଣା ଗସ୍ତ, ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି
ପୁଷ୍ପା ୨ କଳାକାରଙ୍କ ବସ୍ ଦୁର୍ଘଟଣା ଗସ୍ତ, ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ହାଇଦ୍ରାବାଦ: ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର ପୁଷ୍ପା-୨ର ଏକ ଟିମ୍ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛି । ଆଜି ପୁଷ୍ପା-୨ର ୟୁନିଟର ବସ୍ ତେଲେଙ୍ଗାନାରୁ ଆନ୍ଧ୍ରପ୍ରଦେଶକୁ ଫେରୁଥିବା ବେଳେ ଏକ ବସ୍‌କୁ ଧକ୍କା ଦେଇଛି। ନାକେଟପଲି ନିକଟ ହାଇଦ୍ରାବାଦ-ବିଜୟୱାଡା ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଦୁର୍ଘଟଣାରେ ଟିମ୍‌ର ଦୁଇଜଣ କଳାକାର ଆହତ ହୋଇଛନ୍ତି । ଫଳରେ ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି ।

ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ସୁଟିଂ କରାଯାଇଥିଲା । ଯେଉଁଠାରେ ଫିଲ୍ମର ଗୋଟିଏ ସୁଟିଂ ସେଡ୍ୟୁଲ୍‌ ସମାପ୍ତ ହୋଇଛି । ଶ୍ରୀକାକୁଲମରେ ଜଙ୍ଗଲ ଏବଂ କୃଷି ଜମି ବଳି ସ୍ଥାନ ରହିଥିବାରୁ ଫିଲ୍ମର ସୁଟିଂ ହୋଇଛି । ତେବେ ସୁଟିଂ ସାରି କଳାକରାଙ୍କୁ ନେଇ ବସ୍‌ ଫେରୁଥିବା ବେଳେ ହାଇଦ୍ରାବାଦ-ବିଜୟୱାଡା ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବସରେ ଥିବା 2 କଳାକାର ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଥାଉ କି, 'ପୁଷ୍ପା ୨: ଦି ରୁଲ' ଫିଲ୍ମ 2021 ବ୍ଲକବଷ୍ଟର 'ପୁଷ୍ପା: ଦି ରାଇଜ୍'ର ଏକ ସିକ୍ୱେଲ। ପୁଷ୍ପା-ଦି ରାଇଜ୍ ଫିଲ୍ମ ପରେ ସୁକୁମାର 'ପୁଷ୍ପା-ଦି ରୁଲ'ର କାହାଣୀ ଲେଖିଛନ୍ତି। ଯେଉଁଥିରେ ପ୍ରଥମ ଭାଗ ପରି ଦ୍ବିତୀୟ ଭାଗରେ ମଧ୍ୟ ପୁଣି ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ପୁଷ୍ପରାଜ ଭୂମିକାରେ ଏବଂ ତାଙ୍କ ସହ ଅଭିନେତ୍ରୀ ରଶ୍ମିକା ମନ୍ଦନା ନଜର ଆସିବେ। ଏଥିସହିତ ଫହାଦ ଫାସିଲଙ୍କୁ ପୁଣିଥରେ ଭିଲେନ ଭୂମିକାରେ ଦେଖିବାକୁ ମିଳିବ । ସେପଟେ ଗଣମାଧ୍ୟମ ଅନୁଯାୟୀ, ରଣଭୀର ସିଂଙ୍କୁ ମଧ୍ୟ ଏହି ଫିଲ୍ମରେ ଜଣେ ପୋଲିସ ଅଫିସର ଭୂମିକାରେ ଦେଖିବାକୁ ମିଳିପାରେ, କିନ୍ତୁ ଏହାକୁ ନିର୍ମାତାମାନେ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାଁନ୍ତି । ଫିଲ୍ମର ପ୍ରଥମ ଭାଗରେ ଦେବୀଶ୍ରୀ ପ୍ରସାଦ 'ଉ ଆଣ୍ଟୱା', ସାମି-ସାମି ଏବଂ ଶ୍ରୀବଲ୍ଲୀ ଗୀତରେ ଦମଦାର ଗୀତ ଗାଇ ଲୋକପ୍ରିୟତା ହାସଲ କରିଥିଲେ। ତେବେ ବର୍ତ୍ତମାନ ଫିଲ୍ମର ଦ୍ୱିତୀୟ ଭାଗରେ ମଧ୍ୟ ଅଧିକ ଗୀତ ଗାଇବେ ବୋଲି ଆଶା କରାଯାଉଛି । ପୂର୍ବରୁ ରିଲିଜ ହୋଇଥିବା ପୁଷ୍ପା-2ର ଟିଜର ଏବଂ ପ୍ରଥମ ଲୁକ୍‌ ପୂର୍ବରୁ ପ୍ରଶଂସକ ପସନ୍ଦ କରିଛନ୍ତି । ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନା ରହିଥିବା ବେଳେ ଫାହାଦ୍ ଫସିଲ, ଅନସୁୟା ଭରଦ୍ବାଜ, ଧନୁଞ୍ଜୟ, ଜଗଦୀଶ ପ୍ରତାପ ବନ୍ଦାରୀ, ସୁନୀଲ, ଅଜୟ ଏବଂ ରାଓ ରମେଶ ପାର୍ଶ୍ବ ଚରିତ୍ରରେ ନଜର ଆସିବେ । ଏହି ଫିଲ୍ମ ଆସନ୍ତା ବର୍ଷ ସୁଦ୍ଧା ରିଲିଜ ହେବ ।

Last Updated : May 31, 2023, 8:41 PM IST

ABOUT THE AUTHOR

...view details