ଓଡିଶା

odisha

ETV Bharat / entertainment

ବିପଦରୁ ବର୍ତ୍ତିଲେ ପଞ୍ଜାବୀ ଗାୟକ ଅଲଫାଜ, ଅଭିଯୁକ୍ତ ଗିରଫ - ଅମନଜୋତ୍‌ ସିଂହ ପନ୍‌ୱାର୍‌

ସୁଧୁରୁଛି ପଞ୍ଜାବୀ ଗାୟକ ଅଲଫାଜ ଓରଫ ଅମନଜୋତ୍‌ ସିଂହ ପନ୍‌ୱାର୍‌ଙ୍କ ସ୍ବାସ୍ଥ୍ୟାବସ୍ଥା । ଆକ୍ରମଣର ଶିକାର ହେବା ପରେ ଅଲଫାଜଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅଧିକ ପଢନ୍ତୁ

ବିପଦରୁ ବର୍ତ୍ତିଲେ ପଞ୍ଜାବୀ ଗାୟକ ଅଫ୍ଲାଜ୍‌, ଅଭିଯୁକ୍ତ ଗିରଫ
ବିପଦରୁ ବର୍ତ୍ତିଲେ ପଞ୍ଜାବୀ ଗାୟକ ଅଫ୍ଲାଜ୍‌, ଅଭିଯୁକ୍ତ ଗିରଫ

By

Published : Oct 3, 2022, 10:55 AM IST

Updated : Oct 3, 2022, 2:17 PM IST

ଚଣ୍ଡିଗଡ: ସୁଧୁରୁଛି ପଞ୍ଜାବୀ ଗାୟକ ଅଲଫାଜ ଓରଫ ଅମନଜୋତ୍‌ ସିଂହ ପନ୍‌ୱାର୍‌ଙ୍କ ସ୍ବାସ୍ଥ୍ୟାବସ୍ଥା । ଶନିବାର ରାତିରେ ମୋହାଲି ସ୍ଥିତ ଏକ ଢାବାରେ ଆକ୍ରମଣର ଶିକାର ହେବା ପରେ ଅଲଫାଜଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏନେଇ ଗାୟକ ହନି ସିଂହ ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେଇଥିଲେ । ଏହି ମାମଲାରେ ପୋଲିସ ଅଭିଯୁକ୍ତ ଭିକ୍କି ବିରୋଧରେ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ 12.30 ସମୟରେ ଅଲଫାଜ ବନ୍ଧୁ ଗୁରପ୍ରୀତ, ତେଜି ଏବଂ କୁଲ୍‌ଜିତ୍‌ଙ୍କ ସହିତ ବନୁର-ଲଣ୍ଡ୍ରାନ୍‌ ରାସ୍ତାରେ ଥିବା ପାଲ୍‌ ଢାବାକୁ ରାତ୍ର ଭୋଜନ ପାଇଁ ଯାଇଥିଲେ । ସେଠାରେ ଟଙ୍କାକୁ ନେଇ ତାଙ୍କର ରାୟପୁର ରାଣୀ ନିବାସୀ ଭିକ୍କି ଏବଂ ଢାବା ମାଲିକଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ଘଟଣାସ୍ଥଳରୁ ଅଭିଯୁକ୍ତ ଭିକ୍କି ଖସିଯିବାକୁ ଉଦ୍ୟମ କରୁଥିବା ବ‌େଳେ ଅଲଫାଜ କାର୍‌ ରଖି ତାଙ୍କୁ ଅଟକାଇଥିଲେ । ଫଳରେ ଅଭିଯୁକ୍ତ ଢାବା ମାଲିକଙ୍କ ମିନି ଟେମ୍ପୋ ଚଳାଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଅଲଫାଜଙ୍କୁ ଧକ୍କା ଦେଇଥିଲେ ବୋଲି କୁହାଯାଉଛି । ଏହି ଆକ୍ରମଣରେ ଅଲଫାଜଙ୍କର ମୁଣ୍ଡ, ବାହୁ ଓ ଗୋଡ଼ର ଅନେକ ସ୍ଥାନରେ ଆଘାତ ଲାଗିଛି ।

ଉଲ୍ଲେଖନୀୟ ଯେ, ଖ୍ୟାତିନାମା ରାପର ହନି ସିଂଙ୍କ ଟ୍ୱିଟ ପରେ ପୋଲିସ ଏହି ଘଟଣା ବିଷୟରେ ଜାଣିବାକୁ ପାଇଲା । ଯେତେବେଳେ ହନି ସିଂ ଏହି ଘଟଣାକୁ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି କହିଥିଲେ, ସେତେବେଳେ ତାଙ୍କ ପ୍ରଶଂସକଙ୍କ ସୋସିଆଲ ମିଡିଆରେ ପ୍ରତିକ୍ରିୟା ପ୍ରକାଶ କରିବାକୁ ଲାଗିଥିଲେ । ଇନ୍‌ଷ୍ଟାଗ୍ରାମ୍‌ରେ ଅଲଫାଜଙ୍କ ଫଟୋ ସେୟାର୍‌ କରି ହନି ସିଂହ ଲେଖିଛନ୍ତି, 'ଗତରାତିରେ ଭାଇ ଅଲଫାଜଙ୍କ ଉପରେ ଆକ୍ରମଣ ହୋଇଛି । ଆକ୍ରମଣ ପାଇଁ ଯିଏ ଯୋଜନା କରିଥାଉ । ମୁଁ ତାଙ୍କୁ ଛାଡ଼ିବି ନାହିଁ।' ଏହାପରଠୁ ପ୍ରଶଂସକମାନେ ଅଲଫାଜଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛନ୍ତି । ଟ୍ବିଟ୍‌ ଭାଇରାଲ ହେବା ପରେ ମୋହାଲି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏହା ପରେ ପୋଲିସ ଢାବାରେ ପହଞ୍ଚି ପୁରା ଘଟଣା ସମ୍ପର୍କରେ ପଚାରି ବୁଝିଥିଲା । ତେବେ ଏହି ମାମଲାରେ ଅଭିଯୁକ୍ତ ମିନି ଟେମ୍ପୋ ଡ୍ରାଇଭର ଭିକ୍କିଙ୍କୁ ଗିରଫ କରାଯାଇଛି । ଏହା କେବଳ ଦୁର୍ଘଟଣା ହୋଇଛି ନା ଅଲଫାଜଙ୍କ ଉପରେ ଆକ୍ରମଣ ହୋଇଛି ତାହା ପୋଲିସ ବର୍ତ୍ତମାନ ତଦନ୍ତ କରୁଛି ।

Last Updated : Oct 3, 2022, 2:17 PM IST

ABOUT THE AUTHOR

...view details