ହାଇଦ୍ରାବାଦ: ପୁଣି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଝଟକା । ଗତ କିଛି ଦିନ ମଧ୍ୟରେ ଇଣ୍ଡଷ୍ଟ୍ରିରୁ ଆସିଛି ଦୁଃଖଦ ଖବର । ଜଣକ ପରେ ଜଣେ ଲୋକପ୍ରିୟ ଅଭିନେତା, ଅଭିନେତ୍ରୀଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ଚକିତ କରୁଛି । ଏହାରି ମଧ୍ୟରେ ଆଜି ପୁଣି ହିନ୍ଦୀ ଏବଂ ପଞ୍ଜାବୀ ଅଭିନେତା ମଙ୍ଗଲ ଧିଲୋନଙ୍କର ଆଜି ସକାଳେ ଦେହାନ୍ତ ହୋଇଛି । କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ସେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଅଭିନେତା ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ପୁରା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।
ଅଭିନେତା ଗତ କିଛି ବର୍ଷ ଧରି କର୍କଟ ରୋଗ ସହ ଲଢୁଥିଲେ । କିଛି ଦିନ ପୂର୍ବରୁ ସେ ଅତ୍ୟନ୍ତ ଗୁରୁତର ଥିଲେ । ତାଙ୍କୁ ପଞ୍ଜାବର ଲୁଧିଆନା ସହରର ଏକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଫଳରେ ସେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଅଭିନେତା ଯଶପାଲ ଶର୍ମା ମଙ୍ଗଲ ଧିଲନଙ୍କ ବିୟୋଗ ନେଇ ସୂଚନା ଦେଇଛନ୍ତି ।
ଆରପାରିରେ ହିନ୍ଦୀ ଏବଂ ପଞ୍ଜାବୀ ଲୋକପ୍ରିୟ ଅଭିନେତା ମଙ୍ଗଲ ଧିଲନ୍ ଅଭିନେତା ଯଶପାଲ କହିଛନ୍ତି ଯେ ''ସେ ଦୀର୍ଘ ଦିନ ଧରି କର୍କଟ ରୋଗ ସହ ଲଢୁଥିଲେ ଏବଂ ଏକ ମାସ ପର୍ଯ୍ୟନ୍ତ ସେ ଲୁଧିଆନା କର୍କଟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଆଜି ଦୁନିଆକୁ ଅଲବିଦା କହିଛନ୍ତି ।'' ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ଖବର ଶୁଣି ବଲିଉଡ ଏବଂ ପଞ୍ଜାବୀ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି । ଏହି ଖବର ଶୁଣି ସମସ୍ତ ସେଲିବ୍ରେଟି ଅଭିନେତାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସମବେଦନା ଜଣାଇଛନ୍ତି ।
ମଙ୍ଗଲ ଧିଲନ୍ ଫରିଦକୋଟର ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ସେଠାରୁ ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ ଆରମ୍ଭ କରିଥିଲେ । ଏହା ପରେ ସେ ପରିବାର ସହ ଉତ୍ତରପ୍ରଦେଶକୁ ଚାଲି ଆସିଥିଲେ । ସେଠାରୁ ସେ ପୁଣି ପଞ୍ଜାବକୁ ଆସିଥିଲେ ଏବଂ ସେଠାରୁ ସେ ସ୍ନାତକ କରିଥିଲେ । ଜଣେ ଅଭିନେତା ହେବା ବ୍ୟତୀତ ସେ ଜଣେ ଲେଖକ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ମଧ୍ୟ ଥିଲେ ।
ସେ ନାଟକରେ କାମ କରି ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେ ଦିଲ୍ଲୀ ଏବଂ ଚଣ୍ଡିଗଡ଼ର ଥିଏଟରରେ କାମ କରିଥିଲେ ଏବଂ ପରେ ଚଳଚ୍ଚିତ୍ର ଏବଂ ସିରିଏଲ ଜଗତରେ ଏଣ୍ଟ୍ରି କରିଥିଲେ । ଅନେକ ହିନ୍ଦୀ ଚଳଚ୍ଚିତ୍ର ସହ ସେ ଅନେକ ପ୍ରସିଦ୍ଧ ଟିଭି ସିରିଏଲରେ ଚରିତ୍ର ଏବଂ ନେଗେଟିଭ ରୋଲରେ ଅଭିନୟ କରିଥିଲେ । ମଙ୍ଗଲ ଧିଲନ୍ 1988ରେ ଖୁନ୍ ଭାରୀ ମାଙ୍ଗ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ । ପରେ ଜଖମୀ ଅରତ, ଦୟାବାନ୍, ଭ୍ରଷ୍ଟାଚାର, ଅକେଲା, ବିଶ୍ବାତ୍ମା, ଅମ୍ବା, ଅକେଲା, ଜିନ୍ଦେଗି ଏକ ଜୁଆ, ଦଲାଲ, ସାହିବାନ୍ ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ ଏବଂ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ତାଙ୍କୁ ଶେଷ ଥର ପାଇଁ 2017 ଚଳଚ୍ଚିତ୍ର ତୋଫାନ୍ ସିଂରେ ଦେଖିବାକୁ ମିଳିଥିଲା ।