ଓଡିଶା

odisha

ETV Bharat / entertainment

Death Anniversary: ମନେ ପଡନ୍ତି ପୁନିତ, ପାୱାର ଷ୍ଟାରଙ୍କୁ ଝୁରୁଛନ୍ତି ଫ୍ୟାନ୍ସ

ସ୍ୱର୍ଗତ ଅଭିନେତା ପୁନିତ ରାଜକୁମାରଙ୍କ ଆଜି ପ୍ରଥମ ମୃତ୍ୟୁ ବାର୍ଷିକୀ । ଏହି ଅବସରରେ ତାଙ୍କ ପ୍ରଶଂସକ ଏବଂ ସେଲିବ୍ରିଟିମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ଅଧିକ ପଢନ୍ତୁ

By

Published : Oct 29, 2022, 12:41 PM IST

ପୁନିତ ରାଜକୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସେଲିବ୍ରିଟି
ପୁନିତ ରାଜକୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସେଲିବ୍ରିଟି

ହାଇଦ୍ରାବାଦ: କନ୍ନଡ ସିନେମାର 'ପାୱାର ଷ୍ଟାର' ଏବଂ 'ଅପ୍ପୁ' ଭାବରେ ଜଣାଶୁଣା ସ୍ୱର୍ଗତ ଅଭିନେତା ପୁନିତ ରାଜକୁମାରଙ୍କ ଆଜି ପ୍ରଥମ ମୃତ୍ୟୁ ବାର୍ଷିକୀ । ଗତ ବର୍ଷ ଅକ୍ଟୋବର 29ରେ 46 ବର୍ଷୀୟ ଅଭିନେତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ପୁନିତଙ୍କ ଅଚାନକ ବିୟୋଗରେ ସାରା ଦେଶ ସ୍ତବ୍ଧହୋଇଯାଇଥିଲା । ପ୍ରିୟ ଅଭିନେତା ଏମିତି ଚାଲିଯିବାକୁ ଗ୍ରହଣ କରିପାରିନଥିଲେ ଫ୍ୟାନ୍ସ । ପୁନିତ ରାଜକୁମାର ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ସବୁଠାରୁ ଦାମୀ ଅଭିନେତା ଥିଲେ । ଅଭିନେତାଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀ ଅବସରରେ ତାଙ୍କ ପ୍ରଶଂସକ ଏବଂ ସେଲିବ୍ରିଟିମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।

ଦକ୍ଷିଣ ଚଳଚ୍ଚିତ୍ରରେ ଭିଲେନ୍ ଭୂମିକାରେ ଅଭିନୟ କରୁଥିବା ଭେଟେରାନ୍ ଅଭିନେତା ପ୍ରକାଶ ରାଜ ପୁନିତ ରାଜକୁମାରଙ୍କର ପ୍ରଥମ ମୃତ୍ୟୁ ବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ସହିତ ପ୍ରକାଶ ରାଜ ଲେଖିଛନ୍ତି 'ସେ ବହୁତ ଭଲ ବ୍ୟକ୍ତି ଥିଲେ। ମୁଁ ତାଙ୍କୁ ଶିଶୁ ଅଭିନେତା ଭାବରେ ଦେଖିଥିଲି ଏବଂ ମୁଁ ତାଙ୍କ ସହ ଅନେକ ଚଳଚ୍ଚିତ୍ର ମଧ୍ୟ କରିଛି, ସେଥିପାଇଁ ମୁଁ ତାଙ୍କୁ ଅଧିକ ମିସ୍‌ କରୁଛି, କାରଣ ତାଙ୍କର ଲୋକଙ୍କୁ ଭେଟିବା ଏବଂ ସେମାନଙ୍କୁ ବୁଝାଇବାର ତରିକା ବହୁତ ସୁନ୍ଦର ଥିଲା।'

ଏହା ବି ପଢନ୍ତୁ:ହୃଦଘାତରେ କନ୍ନଡ ଅଭିନେତା ପୁନିତ ରାଜକୁମାରଙ୍କ ଦେହାନ୍ତ

ଦକ୍ଷିଣ ଅଭିନେତା ତଥା ନିର୍ଦ୍ଦେଶକ ରମେଶ ଅରବିନ୍ଦ ପୁନିତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଲେଖିଛନ୍ତି, 'ମୋର ମନେ ଅଛି, 2021 ଅକ୍ଟୋବର 28 ତାରିଖ, ଯେତେବେଳେ ପୁନିତ ମୋ ପରିବାର ସହିତ ଥିଲେ, ସେତେବେଳେ ଆମେ ସଙ୍ଗୀତ ନିର୍ଦ୍ଦେଶକ ଗୁରୁକିରଣଙ୍କ ଘରେ ଥିଲୁ, ସେଦିନ ରାତିରେ ଆମେ ବହୁତ ମଜା କରିଥିଲୁ । ସେ ମୋତେ ଏକ କୋଣକୁ ନେଇ ଚଳଚ୍ଚିତ୍ର ଗନ୍ଧଦା ଗୁଡିର ଟ୍ରେଲର ଦେଖାଇଥିଲେ ଏବଂ 12 ଘଣ୍ଟା ପରେ ମୁଁ ତାଙ୍କ ମୃତ୍ୟୁ ଖବର ଶୁଣିଲି, ମୁଁ ଏହାକୁ ବିଶ୍ବାସ କରିପାରିଲି ନାହିଁ । ଭୂମି ତଳୁ ପାଦ ଖସିଗଲା ପରି ମନେ ହେଲା, ତାଙ୍କ ନୃତ୍ୟ ଏବଂ ଷ୍ଟଣ୍ଟ ଆଜି ବି ମୋର ମନେ ଅଛି । କହିବାକୁ ଗଲେ ପୁନିତ ଜଣେ ଅଭିନେତା ତଥା ଗାୟକ ତଥା ଆଙ୍କର୍ ମଧ୍ୟ ଥିଲେ ।

ଏହା ବି ପଢନ୍ତୁ:Celebs who died of cardiac arrests: ସେଲିବ୍ରିଟିଙ୍କ ଆକସ୍ମିକ ମୃତ୍ୟୁ ପ୍ରଶଂସକଙ୍କୁ କରି ଦେଇଥିଲା ଚକିତ

ପୁନିତ 'ପ୍ରେମାଦା କନିକେ' (1976) ଚଳଚ୍ଚିତ୍ରରୁ ଶିଶୁ କଳାକାର ଭାବରେ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ପୁନିତଙ୍କୁ ଏହି ଚଳଚ୍ଚିତ୍ରରେ ଏକ ଶିଶୁ କଳାକାର ଭାବରେ ଦେଖିବାକୁ ମିଳିଥିଲା । ପୁନିତ 17 ମାର୍ଚ୍ଚ 1975 ରେ ମାଡ୍ରାସ (ଚେନ୍ନାଇ)ରେ ଜନ୍ମଗ୍ରହଣ କରିଥିଲେ। ପୁନିତ କନ୍ନଡ ସିନେମାରେ 'ଅପ୍ପୁ' ଏବଂ 'ପାୱାର ଷ୍ଟାର' ଭାବରେ ଜଣାଶୁଣା । ପୁନିତ ଗତ ଦୁଇ ଦଶନ୍ଧି ଧରି କ୍ରମାଗତ ଭାବରେ ହିଟ୍ ଫିଲ୍ମ ଦେଉଥିଲେ ।

ABOUT THE AUTHOR

...view details