ଓଡିଶା

odisha

ETV Bharat / entertainment

'ପ୍ରୋଜେକ୍ଟ କେ'ରୁ ଦୀପିକା ପାଦୁକୋନଙ୍କ ପ୍ରଥମ ଲୁକ୍ ଆଉଟ, 2024ରେ ରିଲିଜ ହେବ ଫିଲ୍ମ

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର 'ପ୍ରୋଜେକ୍ଟ-କେ' 2024ରେ ରିଲିଜ ହେବ । ବର୍ତ୍ତମାନ ଫିଲ୍ମରୁ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି । ନଜର ପକାନ୍ତୁ

By

Published : Jul 18, 2023, 10:24 AM IST

'ପ୍ରୋଜେକ୍ଟ କେ'ରୁ ଦୀପିକା ପାଦୁକୋନଙ୍କ ପ୍ରଥମ ଲୁକ୍ ଆଉଟ, 2024ରେ ରିଲିଜ ହେବ ଫିଲ୍ମ
'ପ୍ରୋଜେକ୍ଟ କେ'ରୁ ଦୀପିକା ପାଦୁକୋନଙ୍କ ପ୍ରଥମ ଲୁକ୍ ଆଉଟ, 2024ରେ ରିଲିଜ ହେବ ଫିଲ୍ମ

ମୁମ୍ବାଇ: ଫ୍ୟାନ୍ସଙ୍କ ଅପେକ୍ଷାର ହେଲା ଅନ୍ତ। ପ୍ରଭାସଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପ୍ରୋଜେକ୍ଟ କେ'ରୁ ଦୀପିକା ପାଦୁକୋନଙ୍କ ପ୍ରଥମ ଲୁକ ରିଲିଜ ହୋଇଛି। ଗତକାଲି ଫିଲ୍ମର ପୋଷ୍ଟର ଟାଇମ ସ୍କ୍ବାୟାର ବିଲବୋର୍ଡରେ ପ୍ରଦର୍ଶିତ ହୋଇଥିବା ବେଳେ ଏବେ ଦୀପିକାଙ୍କ ଲୁକ ସାମ୍ନାକୁ ଆସିଛି। ଏବଂ ଫିଲ୍ମର ପ୍ରଥମ ଝଲକ ଜୁଲାଇ 20 ଏବଂ 21ରେ ରିଲିଜ ହେବ । ଏହି ଫିଲ୍ମରେ ପ୍ରଭାସ, ଦୀପିକାଙ୍କ ବ୍ୟତୀତ ସାଉଥ ଅଭିନେତା କମଲ ହାସନ, ବଲିଉଡ ବିଗ ବି ଅମିତାଭ ବଚ୍ଚନ, ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ମୁଖ୍ୟ ଭୂମିକାରେ ନଜର ଆସିବେ ।

ବିଳମ୍ବିତ ରାତିରେ ନିର୍ମାତା ଫିଲ୍ମରୁ ଦୀପିକା ପାଦୁକୋନଙ୍କ ପ୍ରଥମ ଲୁକ୍‌ ରିଲିଜ କରିଛନ୍ତି । 'ପ୍ରୋଜେକ୍ଟ କେ'ରୁ ଦୀପିକା ପାଦୁକୋନଙ୍କ ପ୍ରଥମ ଲୁକ୍ ପୋଷ୍ଟର ବୈଜୟନ୍ତୀ ଚଳଚ୍ଚିତ୍ରର ଅଫିସିଆଲ୍ ଇନଷ୍ଟାଗ୍ରାମରେ ରିଲିଜ ହୋଇଛି । ପୋଷ୍ଟରରେ ଦୀପିକା ପାଦୁକୋନଙ୍କ ଭିନ୍ନ ଲୁକ୍‌ ଦେଖିବାକୁ ମିଳିଛି । ଏହା ସହିତ କ୍ୟାପସନରେ ଲେଖାଯାଇଛି, “କାଲିର ଦୁନିଆ ପାଇଁ ଏକ ନୂଆ ଆଶାର କିରଣ ସୃଷ୍ଟି ହୋଇଛି । ଏ ହେଉଛନ୍ତି ଦୀପିକା ପାଦୁକୋନ । ଫିଲ୍ମର ପ୍ରଥମ ଝଲକ ଜୁଲାଇ 20 (ଯୁକ୍ତରାଷ୍ଟ୍ର) ଏବଂ ଜୁଲାଇ 21 (ଭାରତ)କୁ ରିଲିଜ ହେବ ।” ଦୀପିକାଙ୍କ ଏହି ପୋଷ୍ଟରକୁ ପ୍ରଭାସ ମଧ୍ୟ ଟ୍ବିଟରରେ ସେୟାର କରିଛନ୍ତି । ତେବେ ଏହି ପୋଷ୍ଟର ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଟାଇମ୍ସ ସ୍କ୍ବାୟାର ବିଲବୋର୍ଡରେ ପ୍ରଦର୍ଶିତ ହେଲା 'ପ୍ରୋଜେକ୍ଟ କେ' ପୋଷ୍ଟର

ସୂଚନା ଥାଉ କି, ନାଗ ଅଶ୍ୱିନଙ୍କ ଦ୍ୱାରା ନିର୍ଦ୍ଦେଶିତ, ପ୍ରୋଜେକ୍ଟ କେ ହେଉଛି ତେଲୁଗୁ ସିନେମା ଇଣ୍ଡଷ୍ଟ୍ରୀର ଏକ ବିଗ୍‌ ବଜେଟ୍‌ ଫିଲ୍ମ । ଏହି ଫିଲ୍ମ 2024 ଜାନୁଆରୀ 12ରେ ସିନେମା ହଲରେ ରିଲିଜ ହେବ ଫିଲ୍ମ । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ ପ୍ରାୟ 50 କୋଟି ଅଟେ । ଏହାକୁ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଉଛି । ଫିଲ୍ମ ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ଼ ଏବଂ ମାଲାୟାଲମରେ ଭାଷାରେ ରିଲିଜ ହେବ । ତେବେ ପ୍ରଭାସ ନାଗ ଅଶ୍ୱିନ୍ ଏବଂ କମଲ ହାସନଙ୍କ ସହ ଦୀପିକା ପ୍ରଥମ ପାଇଁ କାମ କରିଥିବା ବେଳେ ଅମିତାଭ ବଚ୍ଚନଙ୍କ ସହ ସେ ପୂର୍ବରୁ କାମ କରିସାରିଛନ୍ତି ।

'ପ୍ରୋଜେକ୍ଟ କେ' ପ୍ରଥମ ଭାରତୀୟ ଚଳଚ୍ଚିତ୍ର ହେବାକୁ ଯାଉଛି ଯାହା ସୈନ ଡିଏଗୋ କୋମିକ୍-କନ୍ (SDCC) 2023ରେ ପ୍ରଦର୍ଶିତ ହେବ । ଏହାପୂର୍ବରୁ ଟାଇମ୍ସ ସ୍କ୍ବାୟାର ବିଲବୋର୍ଡରେ 'ପ୍ରୋଜେକ୍ଟ କେ' ପୋଷ୍ଟର ଦେଖାଯାଇଥିଲା । ପ୍ରୋଜେକ୍ଟ କେ ଟିମ୍ କୋମିକ୍-କନରେ ଫିଲ୍ମର ଟାଇଟଲ୍, ଟ୍ରେଲର ଏବଂ ରିଲିଜ୍ ତାରିଖ ଘୋଷଣା କରିବ । ପ୍ରୋଜେକ୍ଟ କେ ହେଉଛି ବୈଜୟନ୍ତୀ ମୁଭିସ୍‌ ଦ୍ୱାରା ନିର୍ମିତ ଏକ ବହୁଭାଷୀ ସାଇନ୍ସ-ଫାଇ ଚଳଚ୍ଚିତ୍ର । ତେବେ SDCC କାର୍ଯ୍ୟକ୍ରମ ଜୁଲାଇ 20ରୁ 23 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ABOUT THE AUTHOR

...view details