ଓଡିଶା

odisha

ETV Bharat / entertainment

ପ୍ରିୟଙ୍କା ଚୋପ୍ରାଙ୍କୁ ସରପ୍ରାଇଜ ଦେଲେ ଏହି ନିର୍ଦ୍ଦେଶକ, ଫଟୋ ସେୟାର କଲେ ଅଭିନେତ୍ରୀ - ବିଶାଲ ଭରଦ୍ବାଜ

ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ନିର୍ଦ୍ଦେଶକ ବିଶାଲ ଭରଦ୍ବାଜଙ୍କ ସହ ନଜର ଆସିଛନ୍ତି । ଫଟୋ ସେୟାର କରି ପ୍ରିୟଙ୍କା ନିର୍ଦ୍ଦେଶକ ତାଙ୍କୁ ସରପ୍ରାଇଜ ଦେଇଥିବା କହିଛନ୍ତି । ଅଧିକ ପଢନ୍ତୁ,

ପ୍ରିୟଙ୍କା ଚୋପ୍ରାଙ୍କୁ ସରପ୍ରାଇଜ ଦେଲେ ଏହି ନିର୍ଦ୍ଦେଶକ, ଫଟୋ ସେୟାର କଲେ ଅଭିନେତ୍ରୀ
ପ୍ରିୟଙ୍କା ଚୋପ୍ରାଙ୍କୁ ସରପ୍ରାଇଜ ଦେଲେ ଏହି ନିର୍ଦ୍ଦେଶକ, ଫଟୋ ସେୟାର କଲେ ଅଭିନେତ୍ରୀ

By ETV Bharat Odisha Team

Published : Oct 10, 2023, 5:28 PM IST

ହାଇଦ୍ରାବାଦ:ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ସର୍ବଦା ଫ୍ୟାନ୍ସଙ୍କ ପାଇଁ ସୋସିଆଲ ମିଡିଆରେ କିଛି ନା କିଛି ପୋଷ୍ଟ ସେୟାର କରିଥାନ୍ତି । ବର୍ତ୍ତମାନ ଆମେରିକାରେ ରହୁଥିବା ବେଳେ ଅନେକ ସମୟରେ ନିଜ ପରିବାର ସହ ଗୁଣାତ୍ମକ ସମୟ ବିତାଉଥିବା ଦେଖିବାକୁ ମିଳିଥାଏ । ଏହାରି ମଧ୍ୟରେ ବର୍ତ୍ତମାନ ପ୍ରିୟଙ୍କା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଅଭିନେତ୍ରୀ ବଲିଉଡ ନିର୍ଦ୍ଦେଶକ ବିଶାଲ ଭରଦ୍ବାଜଙ୍କ ସହ ନଜର ଆସିଛନ୍ତି । ନିର୍ଦ୍ଦେଶକ ଆମେରିକା ଗସ୍ତରେ ଆସି ତାଙ୍କୁ ସର୍‌ପ୍ରାଇଜ ଦେଇଥିବା ସେ କହିଛନ୍ତି ।

ପ୍ରିୟଙ୍କା ଚୋପ୍ରାଙ୍କୁ ସରପ୍ରାଇଜ ଦେଲେ ବିଶାଲ ଭରଦ୍ବାଜ

ପ୍ରିୟଙ୍କା ଚୋପ୍ରା ମଙ୍ଗଳବାର ଦିନ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି । ଫଟୋରେ ତାଙ୍କ ସହ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ବିଶାଲ ଭରଦ୍ୱାଜ ନଜର ଆସିଛନ୍ତି । ପ୍ରିୟଙ୍କା ତାଙ୍କ ସୁନ୍ଦର ଝିଅ ମାଲତୀ ମେରିଙ୍କୁ କୋଳରେ ଧରି ବିଶାଲ ଭରଦ୍ୱାଜଙ୍କ ସହ ଏକ ଫଟୋ କ୍ଲିକ୍ କରୁଥିବା ଦେଖିବାକୁ ମିଳିଛି । ଉଭୟ ମାଁ ଏବଂ ଝିଅ ଅରେଞ୍ଜ୍‌ ରଙ୍ଗର ଆଉଟଫିଟ୍‌ରେ ନଜର ଆସିଥିବା ବେଳେ ନିର୍ମାତା ଗ୍ରେ' ରଙ୍ଗର ସାର୍ଟ ଏବଂ ବ୍ଲାକ୍‌ ପ୍ୟାଣ୍ଟରେ ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ଦେଶୀ ଗାର୍ଲ କ୍ୟାପସନରେ ଲେଖିଛନ୍ତି, 'ବିଶାଲ ଭରଦ୍ୱାଜଙ୍କ ସରପ୍ରାଇଜ୍ ପରିଦର୍ଶନ ।'

ନିକଟରେ ବିଶାଲ ଭରଦ୍ୱାଜଙ୍କ OTT ଚଳଚ୍ଚିତ୍ର ଖୁଫିଆ ନେଟଫ୍ଲିକ୍ସରେ ପ୍ରସାରିତ ହୋଇଥିଲା । ଏଥିରେ ଓପେନିଂ କ୍ରେଡିଟରେ ପ୍ରିୟଙ୍କା ଚୋପ୍ରାଙ୍କୁ 'ସ୍ପେଶାଲ ଥ୍ୟାଙ୍କସ୍' ଅଧୀନରେ ଉଲ୍ଲେଖ କରାଯାଇଛି । ଏକ ସାକ୍ଷାତକାରରେ ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି ଯେ, ଯେତେବେଳେ ୟୁନିଟ୍ ସୁଟିଂ ପାଇଁ କାନାଡାର ଅଲବର୍ଟାକୁ ଯାଇଥିଲା, ପ୍ରିୟଙ୍କା ଚୋପ୍ରା ଭିସା ପ୍ରକ୍ରିୟାରେ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ। ଏଥିସହ ବିଶାଲ ଭରଦ୍ୱାଜ ଏବଂ ପ୍ରିୟଙ୍କା ଚୋପ୍ରା ପୂର୍ବରୁ 2009 ଆକ୍ସନ୍ ଡ୍ରାମା କମିନେ ଏବଂ 2011ର ଥ୍ରୀଲର ଫ୍ଲିକ୍ 'ସାତ୍‌ ଖୁନ୍ ମାଫ୍' ଭଳି ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:Gadar 2 ସଫଳତା ଦେଖି ଖୁସି ହେଲେ ନିକ-ପ୍ରିୟଙ୍କା, ଫିଲ୍ମ ନିର୍ଦ୍ଦେଶକଙ୍କୁ ଦେଲେ ଶୁଭେଚ୍ଛା ବାର୍ତ୍ତା

ପ୍ରିୟଙ୍କାଙ୍କ ୱାର୍କଫ୍ରଣ୍ଟ୍‌ କଥା କହିବାକୁ ଗଲେ, ସେ ରୁସୋ ବ୍ରଦର୍ସ ସିଟାଡେଲ୍ ଏବଂ ଲଭ୍ ଏଗେନ୍‌ରେ ଅଭିନୟ କରିଥିଲେ, ଯେଉଁଥିରେ ସେ ସାମ୍ ହ୍ୟୁଗେନ୍ ଏବଂ ସେଲିନ୍ ଡିଅନଙ୍କ ସହ ନଜର ଆସିଥିଲେ । ବର୍ତ୍ତମାନ ଜନ୍ ସିନା ଏବଂ ଇଡ୍ରିସ୍ ଏଲବାଙ୍କ ବିପକ୍ଷରେ ତାଙ୍କୁ ଆଗାମୀ ଫିଲ୍ମ ହେଡସ୍ ଅଫ୍ ଷ୍ଟେଟରେ ଦେଖିବାକୁ ମିଳିବ । ଏଥିସହ ବଲିଉଡ୍‌ରେ ସେ ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା କୈଫଙ୍କ ସହ ଫରହାନ ଅଖତରଙ୍କ ଫିଲ୍ମ 'ଜି ଲେ ଜରା'ରେ ନଜର ଆସିବେ ।

ABOUT THE AUTHOR

...view details