ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା 18 ଜୁଲାଇରେ ତାଙ୍କର 40 ତମ ଜନ୍ମଦିନ ପାଳନ କରିଥିଲେ । ଜନ୍ମଦିନକୁ ପ୍ରାୟ 22 ଦିନ ବିତିଯାଇଥିଲେ ସୁଦ୍ଧା ଏବେବି ଏହି ବାର୍ଥ ଡେ' ସେଲିବ୍ରେସନରୁୁ ନୂଆ ନୂଆ ଫଟୋ ସାମ୍ନାକୁ ଆସୁଛି । ନିକଟରେ, ନିକ ଜୋନାସ ତାଙ୍କ ପତ୍ନୀଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କରିଥିଲେ, ବର୍ତ୍ତମାନ ନିକଙ୍କ ଫ୍ୟାନ ପେଜ୍ ଏକ ଭିଡିଓ ସେୟାର କରାଯାଇଛି ଯାହା ଇଣ୍ଟରନେଟରେ ଭାଇରାଲ ହେଉଛି । ଏଥିରେ ପ୍ରିୟଙ୍କାଙ୍କ କିସିଂ ଭିଡିଓ ଥିବାବେଳେ ନିକ୍ ତାଙ୍କ ଶାଶୁ ମଧୁ ଚୋପ୍ରାଙ୍କ ସହ ନାଚୁଥିବାର ମଧ୍ୟ ନଜର ଆସିଛନ୍ତି ।
ଏହି ଭିଡିଓ ଆରମ୍ଭରେ ପ୍ରିୟଙ୍କା ଚୋପ୍ରା ବାଇଗଣୀ ରଙ୍ଗର ପୋଷାକ ପିନ୍ଧି ଡାଇନିଂ ଟେବୁଲ ଉପରେ ବସିଥିବାର ନଜର ଆସିଛନ୍ତି । କିଛି ସମୟ ପରେ ପ୍ରିୟଙ୍କା ନିକ୍ଙ୍କୁ ଚୁମ୍ବନ ଦେଉଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିସହିତ ତାଙ୍କ ମାଆ ମଧୁ ଚୋପ୍ରା ଲାଲ ରଙ୍ଗର କୁର୍ତ୍ତା ଏବଂ କଳା ରଙ୍ଗର ଲେଗିନ୍ସରେ ଜ୍ୱାଇଁ ନିକ ଜୋନାସଙ୍କ ସହ ନାଚୁଥିବାର ନଜର ଆସିଛନ୍ତି ।