ଓ୍ବାଶିଂଟନ:ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବଲିଉଡ ପରେ ଏବେ ହଲିଉଡରେ ବି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଆଜି ତାଙ୍କର କୌଣସି ପରିଚୟ ଦେବାର ଆବଶ୍ୟକତା ନାହିଁ । ବର୍ତ୍ତମାନ ତାଙ୍କ ସହ ଜଡିତ ଆଉ ଏକ ଅପଡେଟ୍ ସାମ୍ନାକୁ ଆସୁଛି । ପ୍ରିୟଙ୍କା ଖୁବ୍ ଶୀଘ୍ର ସାମ୍ ହେଗାନ୍ଙ୍କ ସହ 'It's All Coming Back to Me Now' ଚଳଚ୍ଚିତ୍ରରେ ନଜର ଆସିବେ । 1996ରେ ରିଲିଜ ହୋଇଥିବା ଆଲବମ Falling Into Youର ଏକ ଗୀତ ପରେ ଏହି ଚଳଚ୍ଚିତ୍ରର ନାମକରଣ କରାଯାଇଛି । ଏହି ଫିଲ୍ମ ଆସନ୍ତା ବର୍ଷ ଫେବୃଆରୀ 10ରେ ରିଲିଜ ହୋଇପାରେ ।
Its All Coming Back to Me Now: ସାମ୍ ହେଗାନ୍ଙ୍କ ସହ ନଜର ଆସିବେ ଦେଶୀ ଗର୍ଲ - ହଲିଉଡ ଷ୍ଟାର ସାମ୍ ହେଗାନ୍
ପ୍ରିୟଙ୍କା ଖୁବ୍ ଶୀଘ୍ର ସାମ୍ ହେଗାନ୍ଙ୍କ ସହ 'It's All Coming Back to Me Now' ଚଳଚ୍ଚିତ୍ରରେ ନଜର ଆସିବେ । 1996ରେ ରିଲିଜ ହୋଇଥିବା ଆଲବମ Falling Into You ର ଏକ ଗୀତ ପରେ ଏହି ଚଳଚ୍ଚିତ୍ରର ନାମକରଣ କରାଯାଇଛି ।
ସାମ ହେଗାନ୍ ଇନଷ୍ଟାଗ୍ରାମରେ ନିଜ ଏବଂ ପ୍ରିୟଙ୍କାଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, ଚମତ୍କାର ପ୍ରିୟଙ୍କା ଏବଂ ସେଲିନଙ୍କ ଦ୍ବାରା ଦିଆଯାଇଥିବା ସଙ୍ଗୀତ ସହିତ ଫିଲ୍ମ 'It's All Coming Back to Me Now' 2023 ଫେବୃଆରୀ 10 ରେ ମୁକ୍ତିଲାଭ କରିବ । ଯଦିଓ ସାମ ଏହି ପୋଷ୍ଟକୁ କିଛି ସମୟ ପରେ ଡିଲିଟ କରିଦେଇଥିଲେ, କିନ୍ତୁ ଫିଲ୍ମ ରିଲିଜ ବିଷୟରେ ସୂଚନା ପାଇ ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି । ସାମ୍ ପୂର୍ବରୁ ତାଙ୍କର ଏକ ସାକ୍ଷାତକାରରେ କହିଥିଲେ ଯେ ପ୍ରିୟଙ୍କା ବହୁତ ସୁନ୍ଦର ଏବଂ ଜଣେ ଭଲ ମଣିଷ ।
'It's All Coming Back to Me Now' ହେଉଛି 2016 ମସିହାର ଜର୍ମାନ ଚଳଚ୍ଚିତ୍ର 'SMS fur Dich ' ର ରିମେକ୍, ଯାହା ସୋଫି କ୍ରାମରଙ୍କ ଉପନ୍ୟାସ ଉପରେ ଆଧାରିତ । ଏହା ହେଉଛି ଜଣେ ମହିଳାଙ୍କ କାହାଣୀ, ଯିଏ ତାଙ୍କ ମୃତ ପ୍ରେମିକର ଫୋନରେ ମେସେଜ୍ କରେ ଏବଂ ଜଣେ ପୁରୁଷଙ୍କୁ ଭେଟିଥାଏ । ବର୍ତ୍ତମାନ ସେ ଏହି ନମ୍ବର ବ୍ୟବହାର କରୁଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଜିମ ଷ୍ଟସ । ଏଥିରେ ସେଲିନ୍ ଡିଅନ୍, ରସେଲ୍ ଟୋଭି, ଓମିଡ୍ ଏବଂ ସେଲିଆ ଇମ୍ରି ମଧ୍ୟ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ଲଣ୍ଡନ ଏବଂ ଆମେରିକାରେ ସୁଟିଂ କରାଯାଇଛି।