ହାଇଦ୍ରାବାଦ: ଦୁଇ ଯୁବତୀଙ୍କୁ ଉଲଗ୍ନ ଅବସ୍ଥାରେ ରାସ୍ତାରେ ବୁଲାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ମଣିପୁରରେ ଉତ୍ତେଜନା ଜାରି ରହିଛି । ଦେଶ ତମାମ ଲୋକେ ଏହାକୁ ନିନ୍ଦା କରିବା ସହ ରାଜନୈତିକ ମାହୋଲ ମଧ୍ୟ ସରଗରମ ହୋଇଛି । ତେବେ ବର୍ତ୍ତମାନ ଏହି ପ୍ରସଙ୍ଗରେ ଏବେ ବଲିଉଡ ସେଲିବ୍ରିଟି କଡା ନିନ୍ଦା କରିଛନ୍ତି । ଅନେକ ତାରକା ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି । ବଲିଉଡ ଅଭିନେତା ଅନୁପମ ଖେର, ଅକ୍ଷୟ କୁମାର, ଅଭିନେତ୍ରୀ କିଆରା ଆଡଭାନୀ, ଉର୍ମିଲା ମାଟେଣ୍ଡକର, ପ୍ରିୟଙ୍କା ଚୋପ୍ରା ଏବଂ ସୋସିଆଲ ମିଡିଆ ସେନ୍ସନ ଉର୍ଫି ଜାଭେଦ ଏନେଇ ବର୍ଷିବା ସହ ଦୋଷୀଙ୍କୁ ବିରୁଦ୍ଧରେ କଠୋର ଦଣ୍ଡ ଦାବି କରିଛନ୍ତି ।
ଘଟଣା ନେଇ ଇନଷ୍ଟାଗ୍ରାମ ଷ୍ଟୋରୀରେ ପ୍ରିୟଙ୍କା ଲେଖିଛନ୍ତି, “ଜଘନ୍ୟ ଅପରାଧ ହେବାର 77 ଦିନ ପରେ ଏହା ଏକ ଭିଡିଓ ଭାଇରାଲ ହେଉଛି । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପୂର୍ବରୁ । ଏହା କେତେ ଯୁକ୍ତିଯୁକ୍ତ ? ମହିଳା ମାନଙ୍କ ସହ କୌଣସି କ୍ଷେତ୍ରରେ ଖେଳିବାକୁ ଆମେ ଅନୁମତି ଦେଇପାରିବୁ ନାହିଁ । ଏହା ଲଜ୍ଜାର ବିଷୟ ଏବଂ ମଣିପୁରର ମହିଳାମାନଙ୍କ ପାଇଁ ନ୍ୟାୟ ମିଳିବା ଆବଶ୍ୟକ । ଏନେଇ ସ୍ୱରରେ ଉଠାଯିବା ଆବଶ୍ୟକ । ମହିଳାଙ୍କୁ ତୁରନ୍ତ ନ୍ୟାୟ ଦିଆଯାଉ ।’’
କରୀନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, “ମଣିପୁର ପରିସ୍ଥିତିକୁ ନେଇ ଗଭୀର ବିବ୍ରତ କରିଛି । ଅପରାଧକୁ ସମାଲୋଚନା କରିବାର ସମସ୍ତ ଶବ୍ଦର ଅର୍ଥ କିଛି ନହେବା ପର୍ଯ୍ୟନ୍ତ କିଛି ନୁହେଁ ।” ଶୀଘ୍ର ନ୍ୟାୟ ମିଳିବା ଆବଶ୍ୟକ । ସେହିପରି ଏକ ପାପାରାଜି ଆକାଉଣ୍ଟରେ ସୋସିଆଲ ମିଡିଆ ସେନ୍ସେନ ଉର୍ଫି ଜାଭେଦଙ୍କ ଏକ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ଉର୍ଫି ହାତରେ ଏକ ପ୍ଲାକାର୍ଡ ଧରିଛନ୍ତି । ଏଥିରେ କୁକି ଏବଂ ମଣିପୁର ଲେଖାଯାଇଛି ।
ମଣିପୁର ଘଟଣାକୁ ନିନ୍ଦା କରିଛନ୍ତି କରୀନା କପୁର ଖାନ
ଅଭିନେତା ଅକ୍ଷୟ କୁମାର କହିଛନ୍ତି ଯେ ମଣିପୁରରେ ମହିଳାଙ୍କ ପ୍ରତି ହେଉଥିବା ହିଂସା ଭିଡିଓ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, ମୁଁ ଆଶା କରୁଛି ଦୋଷୀମାନଙ୍କୁ ଏତେ କଠୋର ଦଣ୍ଡ ଦିଆଯିବ ଯେ କେହି ଏପରି ଭୟାନକ କାର୍ଯ୍ୟ କରିବାକୁ ଚିନ୍ତା ମଧ୍ୟ କରିପାରିବେ ନାହିଁ । ସେହିପରି 2020 ମସିହାରେ ଶିବସେନାରେ ଯୋଗ ଦେଇଥିବା ଚଳଚ୍ଚିତ୍ର ଅଭିନେତ୍ରୀ ଉର୍ମିଲା ମାଟୋଣ୍ଡକର କହିଛନ୍ତି ଯେ, ମଣିପୁରର ଭିଡିଓ ମୋତେ ଆଶ୍ଚର୍ଯ୍ୟ ଏବଂ ଭୟଭୀତ କରିଛି । ସବୁଠୁ ବଡ ଆଶ୍ଚର୍ଯ୍ୟଜନକ କଥା ଯେ ମେ ମାସରେ ଘଟିଥିବା ଘଟଣାରେ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ କିଭଳି ଗ୍ରହଣ କରିନାହାଁନ୍ତି ।
ମଣିପୁର ଘଟଣାକୁ ନିନ୍ଦା କରିଛନ୍ତି ପ୍ରିୟଙ୍କା ଚୋପ୍ରା
ସେପଟେ କିଆରା ଆଡଭାନୀ କହିଛନ୍ତି ଯେ ମହିଳାମାନଙ୍କୁ ଯଥାଶୀଘ୍ର ନ୍ୟାୟ ଦେବାକୁ ପ୍ରାର୍ଥନା କରୁଛି । ସେ ଟୁଇଟ୍ କରି କହିଛନ୍ତି ଯେ ମଣିପୁରରେ ମହିଳାଙ୍କ ପ୍ରତି ହେଉଥିବା ହିଂସା ଭିଡିଓ ଭୟଙ୍କର । ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ୍ । ଏଥିସହିତ ଅଭିନେତ୍ରୀ ରିଚା ଚଢା ଘଟଣାକୁ ଲଜ୍ଜାଜନକ ଏବଂ ଜଙ୍ଗଲ ରାଜ ବୋଲି କହିଛନ୍ତି । ଅଭିନତା ଅନୁପମ ଖେର ଲେଖିଛନ୍ତି - ମଣିପୁରରେ ଦୁଇଜଣ ମହିଳାଙ୍କ ସହ ଘଟିଥିବା ଘଟଣା ଲଜ୍ଜାଜନକ । ମୋ ମନରେ ଅନେକ କ୍ରୋଧ ଜାଗ୍ରତ ହୋଇଛି । ମୁଁ ରାଜ୍ୟ ସରକାର / କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି ଯେ ଏହି ଘୃଣ୍ୟ କାର୍ଯ୍ୟ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉ ।
ସୂଚନା ଥାଉ କି, ଚଳିତ ବର୍ଷ ମେ ମାସରେ ଘଟିଥିବା ଘଟଣାର ଏକ ଭିଡିଓ ଯେଉଁଥିରେ ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଯିବା ସହ ଯୌନ ନିର୍ଯାତନା ଦିଆଯାଇଥିଲା । "ଭାଇରାଲ ଭିଡିଓ ମାମଲାରେ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏନେଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ କହିଛନ୍ତି, ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଚେଷ୍ଟା କରିବେ। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଘଟଣା ନେଇ ଅସନ୍ତୋଷ ପ୍ରକାଶ କରିବା ସହ କୌଣସି ଅଭିଯୁକ୍ତଙ୍କୁ ରକ୍ଷା କରାଯିବ ନାହିଁ, ଯେଉଁମାନେ ଏହା ପଛରେ ଅଛନ୍ତି ସେମାନଙ୍କୁ ଆମେ କଦାପି କ୍ଷମା କରିବୁ ନାହିଁ ବୋଲି କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ତଥ୍ୟ ସହ ସତ୍ୟ ଦେଖାଇବ 'ଦି କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ' ! ଟିଜର ରିଲିଜ