ଓଡିଶା

odisha

ଝିଅ ମାଲତୀର କ୍ୟୁଟ୍‌ ବେଡଟାଇମ ଫଟୋ ସେୟାର କଲେ ଦେଶୀ ଗର୍ଲ

By

Published : Mar 27, 2023, 1:30 PM IST

ପୁଣି ସୋସିଆଲ ମିଡିଆରେ ନିଜ ଝିଅ ମାଲତୀ ମେରିଙ୍କ ଫଟୋ ସେୟାର କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ମାଲତୀଙ୍କ ଶୋଇବା ସମୟର ଫଟୋକୁ ସେୟାର କରିଛନ୍ତି ଅଭିନେତ୍ରୀ । ଅଧିକ ପଢନ୍ତୁ,

ମାଲତୀ ମେରିଙ୍କ ଶୋଇବା ସମୟର ଫଟୋ ସେୟାର କଲେ ପ୍ରିୟଙ୍କା ଚୋପ୍ରା
ମାଲତୀ ମେରିଙ୍କ ଶୋଇବା ସମୟର ଫଟୋ ସେୟାର କଲେ ପ୍ରିୟଙ୍କା ଚୋପ୍ରା

ହାଇଦ୍ରାବାଦ:ଗ୍ଲୋବାଲ ଷ୍ଟାର ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଦେଖିବାକୁ ମିଳିଥାଏ । କେବେ ନିଜ ସ୍ବାମୀ ନିକ ଜୋନ୍ସଙ୍କ ସହ ତ କେବେ ଝିଅ ମାଲତୀ ମେରିଙ୍କ ସହ ଫଟୋ ସେୟାର କରୁଥିବାର ନଜର ଆସିଥାନ୍ତି ପ୍ରିୟଙ୍କା ଚୋପ୍ରା । ଶନିବାର ପ୍ରିୟଙ୍କା ଝିଅ ମାଲତୀଙ୍କୁ ଛାଡି ସ୍ବାମୀ ନିକଙ୍କ ସହ ସମୟ ଅତିବାହିତ କରିଥିବାର ଏକ ଭିଡିଓ ସେୟାର କରିଥିବା ବେଳେ ଆଜି ଝିଅ ମାଲତୀ ମେରିଙ୍କ ଫଟୋ ସେୟାର କରିଥିବାର ନଜର ଆସିଛି । ଏହି ଫଟୋ ଦେଖି ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି ।

ମାଲତୀ ମେରିଙ୍କ ଶୋଇବା ସମୟର ଫଟୋ ସେୟାର କଲେ ପ୍ରିୟଙ୍କା ଚୋପ୍ରା
ବାପା ଏବଂ ଝିଅଙ୍କ ଜୋତାର ଫଟୋ ସେୟାର କଲେ ନିକ ଜୋନ୍ସ

ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଝିଅ ମାଲତୀଙ୍କ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ମାଲତୀ ବେଡ ଉପରେ ଶୋଇଥିବାର ନଜର ଆସିଛନ୍ତି । ଏହି ଫଟୋକୁ ସେୟାର କରି ପ୍ରିୟଙ୍କା ହାର୍ଟ ଇମୋଜି ସହ ଶୋଇବା ସମୟର କାହାଣୀ ଲେଖିଛନ୍ତି । ଏହି ସମୟରେ ପ୍ରିୟଙ୍କାଙ୍କ ସ୍ବାମୀ ନିକ ଜୋନାସ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ପୋଷ୍ଟ କରିଥିଲେ । ଏକ ଚଟାଣରେ ଗାୟକ ତାଙ୍କ ଧଳା ଜୋତା ଏବଂ ମାଲତୀଙ୍କ ଧଳା ଜୋତାର ଥିବାର ଫଟୋ ସେୟାର କରିଛନ୍ତି । ଏବଂ ଫଟୋ ସେୟାର କରି ସେ ଲେଖିଛନ୍ତି, ବାପା ଏବଂ ଝିଅ । ଏହାକୁ ମଧ୍ୟ ଫ୍ୟାନ୍ସ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି ।

ଶନିବାର ବିଳମ୍ବିତ ରାତିରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ବାମୀ ଆମେରିକୀୟ ଗାୟକ ନିକ ଜୋନ୍ସଙ୍କ ପିତାମାତାଙ୍କ କର୍ତ୍ତବ୍ୟରୁ କିଛି ସମୟ ବିରତି ନେଇ ଏକତ୍ର ସମୟ ଉପଭୋଗ କରୁଥିବାର ନଜର ଆସିଥିଲେ । ଏନେଇ ସେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ଉଭୟ ଝିଅ ମାଲତୀ ମ୍ୟାରି ବିନା ଏହି କପଲ ଶନିବାର ରାତିକୁ ଏକାଠି ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓର ଏକ କ୍ଲବର ଭଳି ମନେହେଉଥିବା ବେଳେ ଏକ ଖାଇବା ଟେବୁଲ ସହ ପ୍ରିୟଙ୍କା ଏବଂ ନିକ ନଜର ଆସିଥିଲେ । ଏବଂ ପଛପଟୁ ମ୍ୟୁଜିକରେ ନିକ ମୁଣ୍ଡ ହଲାଇ ନାଚୁଥିବାର ନଜର ଆସୁଥିବା ବେଳେ ପ୍ରିୟଙ୍କା ଏହି ସେଲଫି ଭିଡିଓ ସୁଟ କରୁଥିବାର ନଜର ଆସିଥିଲେ । ଏଥିସହ ପ୍ରିୟଙ୍କା ଏହି ଭିଡିଓ ସୁଟ କରି ହସୁଥିବାର ମଧ୍ୟ ନଜର ଆସିଥିଲେ ।

ତେବେ ପ୍ରିୟଙ୍କାଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ଆଗାମୀ ଆକ୍ସନ୍ ଥ୍ରୀଲର ଫିଲ୍ମ ସିଟାଡେଲରେ ନଜର ଆସିବାକୁ ଯାଉଛନ୍ତି ଅଭିନେତ୍ରୀ ପ୍ରିୟଙ୍କା । ସର୍ବଭାରତୀୟ ସିରିଜର ପ୍ରଥମ ସିଜନରେ 6ଟି ଏପିସୋଡ୍ ରହିଛି । ଯେଉଁଥିରେ ଏପ୍ରିଲ୍ 28 ରେ ପ୍ରାଇମ୍ ଭିଡିଓରେ ଦୁଇଟି ଏପିସୋଡ୍ ରିଲିଜ୍ ହୋଇଛି । ଏବଂ ତା ପରଠାରୁ ଗୋଟିଏ ଏପିସୋଡ୍ ମେ 26 ପର୍ଯ୍ୟନ୍ତ ସାପ୍ତାହିକ ରିଲିଜ୍ ହେବ । ରୁସୋ ବ୍ରଦର୍ସଙ୍କ AGBO ଏବଂ ଶୋ’ରନର୍ ଡେଭିଡ୍ ୱିଲ୍ ଏହି ସିରିଜ୍ ପ୍ରସ୍ତୁତ କରିଥିବା ବେଳେ ଏଥିରେ ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ବ୍ୟତୀତ ଷ୍ଟାନଲେ ଟୁଚି ଏବଂ ଲେସଲି ମାନଭିଲ୍ ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ ଏହି ଫିଲ୍ମ ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡରେ ସିଟାଡେଲ୍ ରିଲିଜ ହେବାକୁ ଯାଉଛି।

ABOUT THE AUTHOR

...view details