ଓଡିଶା

odisha

By ETV Bharat Odisha Team

Published : Oct 26, 2023, 1:15 PM IST

ETV Bharat / entertainment

ଝିଅ ମାଲତୀଙ୍କ ସହ ଭାରତ ଆସୁଛନ୍ତି ଦେଶୀ ଗାର୍ଲ, ସେୟାର କଲେ କ୍ୟୁଟ ଫଟୋ

ପ୍ରିୟଙ୍କା ଚୋପ୍ରା ଦୀର୍ଘ ସମୟ ପରେ ଭାରତ ଆସୁଛନ୍ତି । ସୋସିଆଲ ମିଡିଆରେ ପାସପୋର୍ଟର ଫଟୋ ଏବଂ ଝିଅ ମାଲତୀଙ୍କ ସହ କ୍ୟୁଟ ଫଟୋ ସେୟାର କରି ଏହାର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ,

ଝିଅ ମାଲତୀଙ୍କ ସହ ଭାରତ ଆସୁଛନ୍ତି ଦେଶୀ ଗାର୍ଲ, ସେୟାର କଲେ କ୍ୟୁଟ ଫଟୋ
ଝିଅ ମାଲତୀଙ୍କ ସହ ଭାରତ ଆସୁଛନ୍ତି ଦେଶୀ ଗାର୍ଲ, ସେୟାର କଲେ କ୍ୟୁଟ ଫଟୋ

ହାଇଦ୍ରାବାଦ: ଦୀର୍ଘ ଦିନ ବ୍ୟବଧାନ ପରେ ଭାରତ ଆସୁଛନ୍ତି ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା । ଏପରିକି ସେ ତାଙ୍କ ସମ୍ପର୍କୀୟ ଭଉଣୀ ପରିଣୀତି ଚୋପ୍ରାଙ୍କ ବିବାହରେ ମଧ୍ୟ ଯୋଗ ଦେଇନଥିଲେ । କିନ୍ତୁ ବର୍ତ୍ତମାନ ପ୍ରିୟଙ୍କା ପୁଣି ତାଙ୍କ ଝିଅ ମାଲତୀଙ୍କ ସହ ମୁମ୍ବାଇ ଆସୁଛନ୍ତି । ସୋସିଆଲ ମିଡିଆରେ ପାସପୋର୍ଟର ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । ଏଥିସହ ଝିଅ ମାଲତୀଙ୍କ ସହ ମଧ୍ୟ ଏକ କ୍ୟୁଟ ଫଟୋ ସେୟାର କରିଛନ୍ତି ।

ପ୍ରିୟଙ୍କା ଚୋପ୍ରାଙ୍କ ପୋଷ୍ଟ

ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଭାରତ ଆସୁଥିବା ବେଳେ ସେ ଭାରତୀୟ ପାସପୋର୍ଟର ଫଟୋ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, 'ଆଉ ଅପେକ୍ଷା ହେଉନାହିଁ ।' ସେପଟେ ମାଲତୀଙ୍କ ସହ ମଧ୍ୟ ଏକ ଫଟୋ ସେୟାର କରିଛନ୍ତି । ଉଭୟ କାରରେ ଥିବା ବେଳେ ମାଲତୀ ପ୍ରିୟଙ୍କାଙ୍କ ହାତ ଧରିଥିବା ନଜର ଆସିଛନ୍ତି । ଏହି ଫଟୋରେ ମାଲତୀ ଏକ ପ୍ରିଣ୍ଟେଡ ଡ୍ରେସରେ ନଜର ଆସିଛନ୍ତି । ହେଲେ ଉଭୟଙ୍କ ଚେହେରା ଦେଖାଯାଉନାହିଁ ।

ସୂଚନା ଅନୁସାରେ, ଜିଓ MAMI ଚଳଚ୍ଚିତ୍ର ମହୋତ୍ସବ 2023ରେ ସାମିଲ ହେବାକୁ ପ୍ରିୟଙ୍କା ଭାରତ ଆସୁଛନ୍ତି । ଜିଓ MAMI ଚଳଚ୍ଚିତ୍ର ମହୋତ୍ସବର ଚେୟାରପର୍ସନ ଅଟନ୍ତି ପ୍ରିୟଙ୍କା । ଅକ୍ଟୋବର 27 ରୁ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଜିଓ MAMI ଚଳଚ୍ଚିତ୍ର ମହୋତ୍ସବ ପୂର୍ବରୁ ସେ ଆଜି 26 ଅକ୍ଟୋବରରେ ଭାରତରେ ପହଞ୍ଚିବେ । ନିଜ ଦେଶକୁ ଫେରିବା ନେଇ ସେ ଏହି ଉତ୍ସାହକୁ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ପ୍ରିୟଙ୍କା ଚୋପ୍ରାଙ୍କ ପୋଷ୍ଟ

ପ୍ରକାଶ ଥାଉ କି, ଅକ୍ଟୋବର 27 ରୁ ନଭେମ୍ବର 5 ପର୍ଯ୍ୟନ୍ତ ନୀତା ମୁକେଶ ଅମ୍ବାନୀ ସଂସ୍କୃତି କେନ୍ଦ୍ର (NMACC) ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବୋର୍ଡ ସଦସ୍ୟମାନେ କବୀର ଖାନ, ବିଶାଲ ଭରଦ୍ୱାଜ, ବିକ୍ରମାଦିତ୍ୟ ମୋଟୱାନେ ଏବଂ ଜୋୟା ଅଖତର, ଫରହାନ ଅଖତର, ରିତେଶ ଦେଶମୁଖ ଏବଂ ରାଣା ଡଗ୍ଗୁବତୀ ମଧ୍ୟ ଏଥିରେ ସାମିଲ ହେବେ ।

ଏହା ମଧ୍ୟ ପଢନ୍ତୁ:ସ୍ବାମୀଙ୍କ କନସର୍ଟରେ ଝିଅ ସହ ସାମିଲ ହେଲେ ପ୍ରିୟଙ୍କା, ଅଡିଏନ୍ସଙ୍କୁ ହେଲୋ କହିଲେ ମାଲତୀ

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ପ୍ରିୟଙ୍କା ଚୋପ୍ରାଙ୍କୁ ଶେଷ ଥର ପାଇଁ ଆମେରିକାର ୱେବ୍ ସିରିଜ୍ ସିଟାଡେଲରେ ଦେଖିବାକୁ ମିଳିଥିଲା । ତାଙ୍କର ବର୍ତ୍ତମାନ ଅନେକ ହଲିଉଡ ପ୍ରୋଜେକ୍ଟ ରହିଛି । ବଲିଉଡ ବିଷୟରେ କହିବାକୁ ଗଲେ ଫରହାନ ଅଖତରଙ୍କ ଜି ଲେ ଜାରା ପାଇଁ ପ୍ରିୟଙ୍କା ସାଇନ କରିଥିଲେ । ହେଲେ ଫିଲ୍ମର ସୁଟିଂରେ ବିଳମ୍ବ ହେତୁ ପ୍ରିୟଙ୍କା ଏହି ପ୍ରୋଜେକ୍ଟକୁ ଛାଡିଥିବା ସୂଚନା ମିଳିଛି ।

ABOUT THE AUTHOR

...view details