ଓଡିଶା

odisha

ETV Bharat / entertainment

ଆଉନାହାଁନ୍ତି ବର୍ଷିୟାନ ଅଭିନେତ୍ରୀ ସୁଲୋଚନା ଲତକର, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ - ସୁଲୋଚନା ଲତକରଙ୍କ ପରଲୋକ

ଆରପାରିରେ 1960 ଏବଂ 70 ଦଶକର ଲୋକପ୍ରିୟ ଅଭିନେତ୍ରୀ ସୁଲୋଚନା ଲତକର । 94 ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ତାଙ୍କ ବିୟୋଗରେ ପିଏମ ମୋଦିଙ୍କ ସମେତ ଅନେକ କଳାକାର ଶୋକ ପ୍ରକାଶ କରିଛନ୍ତି। ଅଧିକ ପଢନ୍ତୁ,

ଆଉନାହାଁନ୍ତି ବର୍ଷିୟାନ ବଲିଉଡ ଏବଂ ମରାଠୀ ଅଭିନେତ୍ରୀ ସୁଲୋଚନା ଲତକର
ଆଉନାହାଁନ୍ତି ବର୍ଷିୟାନ ବଲିଉଡ ଏବଂ ମରାଠୀ ଅଭିନେତ୍ରୀ ସୁଲୋଚନା ଲତକର

By

Published : Jun 5, 2023, 2:05 PM IST

ମୁମ୍ବାଇ: 1960 ଏବଂ 70 ଦଶକର ଲୋକପ୍ରିୟ ବଲିଉଡ ଚଳଚ୍ଚିତ୍ରରେ 'ମାତା' ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୁଲୋଚନା ଲତକରଙ୍କ ରବିବାର ଦେହାନ୍ତ ହୋଇଛି । ସୂଚନା ଅନୁଯାୟୀ, ସେ କିଛି ଦିନ ଅସୁସ୍ଥ ଥିଲେ । ତାଙ୍କର ନିଶ୍ବାସ ପ୍ରଶ୍ବାସରେ ଅସୁବିଧା ଏବଂ ଅନ୍ୟାନ୍ୟ ଶାରୀରିକ ସମସ୍ୟା ଥିବାରୁ ତାଙ୍କୁ ଦାଦର ସୁଶ୍ରୁଶା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ 94 ବର୍ଷ ହୋଇଥିଲା । ଅଭିନେତ୍ରୀଙ୍କ ପୁତୁରା ତାଙ୍କୁ ଦେହାନ୍ତ ନେଇ ସୂଚନା ଦେଇଥିଲେ । ତେବେ ତାଙ୍କ ବିୟୋଗରେ ପୁରା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବଲିଉଡ ସେଲିବ୍ରିଟିମାନେ ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟେରାନ ଅଭିନେତ୍ରୀ ସୁଲୋଚନା ଲତକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । କହିଛନ୍ତି, ସୁଲୋଚନା ଲତକରଙ୍କ ମୃତ୍ୟୁ ଭାରତୀୟ ସିନେମା ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ତାଙ୍କର ଅବିସ୍ମରଣୀୟ ଅଭିନୟ ଆଜି ବି ଲୋକଙ୍କ ମନରେ ପ୍ରିୟ ହୋଇ ରହିଛି । ତାଙ୍କ କଳା ମାଧ୍ୟମରେ ତାଙ୍କ ସିନେମାଗୁଡିକ ସବୁବେଳେ ବଞ୍ଚି ରହିବ। ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି । ଓମ୍ ଶାନ୍ତି ।"

ଏଥିସହିତ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ମଧ୍ୟ ସୁଲୋଚନା ଲତକରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଲେଖିଛନ୍ତି, "ସୁଲୋଚାନା ତାଇ ଚଳଚ୍ଚିତ୍ର ଜଗତର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଥିଲେ । ତାଙ୍କ ଦ୍ୱାରା ଅଭିନୀତ ପ୍ରତ୍ୟେକ ଚରିତ୍ର ସ୍ମରଣୀୟ ହେବ । ଆମ ମଧ୍ୟରେ ହୋଇଥିବା ସମସ୍ତ କଥା ମୋର ମନେ ରହିବ । ଆପଣ ଯେଉଁଠାରେ ଥାଆନ୍ତୁ ଶାନ୍ତିରେ ରୁହନ୍ତୁ ।

ସେହିପରି ଅଭିନେତ୍ରୀ ରେଣୁକା ଶାହାଣୀ ମଧ୍ୟ ତାଙ୍କୁ ସମବେଦନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏମାନଙ୍କ ବ୍ୟତୀତ ବଲିଉଡ ଅଭିନେତା ରିତେଶ ଦେଶମୁଖ ମଧ୍ୟ ଟ୍ୱିଟରରେ ଏକ ପୋଷ୍ଟ କରି ସୁଲୋଚନା ଲତକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥି ସହିତ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ମଧ୍ୟ ଶେଷ ବିଦାୟରେ ସୁଲୋଚନା ଲତକରଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ସୂଚନା ଥାଉ କି, ଅଭିନେତ୍ରୀ ସୁଲୋଚନାଙ୍କ ମୃତଶରୀର ଆଜି ପ୍ରଭା ଦେବୀ ସ୍ଥିତ ତାଙ୍କ ବାସଭବନରେ ରଖାଯିବ । ଯେଉଁଠାରେ ଅଭିନେତ୍ରୀଙ୍କ ଶେଷ ଦର୍ଶନ ହେବ । ଏହା ପରେ ଶିବାଜୀ ପାର୍କରେ ଅନ୍ତିମ ସଂସ୍କାର ସମ୍ପନ୍ନ କରାଯିବ ।

ସୁଲୋଚନା 50ରୁ ଅଧିକ ମରାଠୀ ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତ୍ରୀଙ୍କଠାରୁ ଆରମ୍ଭ କରି ଅନେକ ଚରିତ୍ରରେ ଅଭିନୟ କରିଛନ୍ତି । ଅନ୍ୟପକ୍ଷରେ ସୁଲୋଚନା 250ରୁ ଅଧିକ ହିନ୍ଦୀ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ । ତେବେ ଉଭୟ ଇଣ୍ଡଷ୍ଟ୍ରିରେ ଦର୍ଶକ ତାଙ୍କ ଚରିତ୍ରକୁ ବହୁତ ପସନ୍ଦ କରିଥିଲେ । କ୍ୟାରିଅରର ପ୍ରଥମରୁ ସେ ଅନେକ ବଡ ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଥିଲେ, କିନ୍ତୁ ପରେ ସେ ହିନ୍ଦୀ ସିନେମାରେ ଜଣେ 'ମାଆ' ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଭାବରେ ସ୍ୱୀକୃତି ପାଇଥିଲେ । ସୁଲୋଚାନା ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର ଏବଂ ଦିଲୀପ କୁମାରଙ୍କ ଅନସ୍କ୍ରିନ୍ ମାତା ଭାବରେ ମଧ୍ୟ ବେଶ ଜଣାଶୁଣା । ସେ ଉଭୟ ସୁପରଷ୍ଟାରଙ୍କ ଅନେକ ଚଳଚ୍ଚିତ୍ରରେ ମାଆ ଭୂମିକାରେ ନଜର ଆସିଥିଲେ ।

ABOUT THE AUTHOR

...view details