ଓଡିଶା

odisha

ETV Bharat / entertainment

ପରଦାକୁ ଆସିବ ମହାତ୍ମା ଗାନ୍ଧୀଙ୍କ ଜୀବନୀ, ଅଭିନୟ କରିବେ ପ୍ରତୀକ ଗାନ୍ଧୀ - ଲେଖକ ରାମଚନ୍ଦ୍ର ଗୁହା

ଅଭିନେତା ପ୍ରତୀକ ଗାନ୍ଧୀ ଖୁବ୍ ଶୀଘ୍ର ପରଦାରେ ମହାତ୍ମା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିବେ । Applause Entertainment ଗାନ୍ଧୀଙ୍କ ଜୀବନୀ ଉପରେ ଏକ ବାୟୋପିକ୍ କରିବାକୁ ଘୋଷଣା କରିଛି। ଅଧିକ ପଢନ୍ତୁ

ପରଦାକୁ ଆସିବ ମହାତ୍ମା ଗାନ୍ଧୀଙ୍କ ଜୀବନୀ, ଅଭିନୟ କରିବେ ପ୍ରତୀକ ଗାନ୍ଧୀ
ପରଦାକୁ ଆସିବ ମହାତ୍ମା ଗାନ୍ଧୀଙ୍କ ଜୀବନୀ, ଅଭିନୟ କରିବେ ପ୍ରତୀକ ଗାନ୍ଧୀ

By

Published : May 19, 2022, 8:30 PM IST

ମୁମ୍ବାଇ: ଅଭିନେତା ପ୍ରତୀକ ଗାନ୍ଧୀ ଖୁବ୍ ଶୀଘ୍ର ପରଦାରେ ମହାତ୍ମା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିବେ । Applause Entertainment ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ଏକ ବାୟୋପିକ୍ କରିବାକୁ ଘୋଷଣା କରିଛି। ଏହି ବାୟୋପିକରେ ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଚିତ୍ରଣ କରି ଭାରତୀୟ ସ୍ୱାଧୀନତାର ସମୟକୁ ଜୀବନ୍ତ କରାଯିବ । ପ୍ରତୀକ ବିଶେଷ ଭାବରେ 'ସ୍କାମ 1992 - ହର୍ଷଦ ମେହେଟ୍ଟା ଷ୍ଟୋରୀ' ପାଇଁ ଜଣାଶୁଣା ।

ରାମଚନ୍ଦ୍ର ଗୁହାଙ୍କ ପୁସ୍ତକ ଉପରେ ଆଧାରିତ ହେବ ଏହି ସିରିଜ

ଏହି ମଲ୍ଟି ସିଜନ୍ ସିରିଜ୍ ପ୍ରଖ୍ୟାତ ଐତିହାସକାର ତଥା ଲେଖକ ରାମଚନ୍ଦ୍ର ଗୁହାଙ୍କ ଲେଖା ଉପରେ ଆଧାରିତ ହେବ । ତାଙ୍କର ଦୁଇଟି ପ୍ରସିଦ୍ଧ ପୁସ୍ତକ 'Gandhi: Bharat se Pahle' ଏବଂ 'Gandhi: The Years That Changed the World' ରୁ ନିଆଯିବ । ଏହାର ସୁଟିଂ ଭାରତର ତଥା ବିଶ୍ବର ବିଭିନ୍ନ ସ୍ଥାନରେ କରାଯିବ। Applause Entertainment ମିଜ ଇନଷ୍ଟାଗ୍ରାମରେ ମଧ୍ୟ ଏହି ସୂଚନା ସେୟାର କରିଛି ।

ହୃଦୟର ନିକଟତର ଏହି ଚରିତ୍ର

ମହାତ୍ମା ଗାନ୍ଧୀଙ୍କ ଚରିତ୍ର ବିଷୟରେ ପ୍ରତୀକ ଗାନ୍ଧୀ କହିଛନ୍ତି, 'ଗାନ୍ଧୀବାଦୀ ଦର୍ଶନ ଏବଂ ସେମାନଙ୍କର ମୂଲ୍ୟବୋଧ ଉପରେ ମୋର ଦୃଢ ବିଶ୍ୱାସ ରହିଛି। ବ୍ୟକ୍ତିଗତ ଭାବରେ, ମୁଁ ନିଜେ ମୋର ଦୈନନ୍ଦିନ ଜୀବନରେ ତାଙ୍କର ମୂଲ୍ୟବୋଧ ଏବଂ ଶିକ୍ଷାକୁ ଗ୍ରହଣ କରିବାକୁ ଚେଷ୍ଟା କରେ । ସେ କହିଛନ୍ତି ଯେ, ଥିଏଟର ଦିନରୁ ମହାତ୍ମା ଗାନ୍ଧୀଙ୍କ ଚରିତ୍ର ମୋ ହୃଦୟର ଅତି ନିକଟତର । ପୁଣି ଥରେ ପରଦାରେ ଜଣେ ମହାନ ନେତାଙ୍କ ଭୂମିକା ନିଭାଇବାର ସୁଯୋଗ ମିଳୁଛି, ଏହା ଏକ ବଡ କଥା।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details