ଓଡିଶା

odisha

ETV Bharat / entertainment

ସମ୍ପର୍କକୁ ପୁରିଲା 3ବର୍ଷ, ପ୍ରେମିକାଙ୍କ ସହ ରୋମାଣ୍ଟିକ ଭିଡିଓ ସେୟାର କଲେ ପ୍ରତୀକ ବାବର - ପ୍ରତୀକ ବାବର ପ୍ରିୟା ବାନାର୍ଜୀ

ପ୍ରତୀକ ବାବର ଗାର୍ଲଫ୍ରେଣ୍ଡ ପ୍ରିୟା ବାନାର୍ଜୀଙ୍କ ସହ ସମ୍ପର୍କକୁ 3 ବର୍ଷ ପୁରିଛି। ଏହି ଅବସରରେ ଅଭିନେତା ନିଜ ପ୍ରେମିକାଙ୍କ ସହ ଏକ ରୋମାଣ୍ଟିକ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଏହି ଖୁସିକୁ ସେଲିବ୍ରେସନ କରିଛନ୍ତି। ଅଧିକ ପଢନ୍ତୁ...

ସମ୍ପର୍କକୁ ପୁରିଲା 3 ବର୍ଷ, ପ୍ରେମିକାଙ୍କ ସହ ରୋମାଣ୍ଟିକ ଭିଡିଓ ସେୟାର କଲେ ପ୍ରତୀକ ବାବର
ସମ୍ପର୍କକୁ ପୁରିଲା 3 ବର୍ଷ, ପ୍ରେମିକାଙ୍କ ସହ ରୋମାଣ୍ଟିକ ଭିଡିଓ ସେୟାର କଲେ ପ୍ରତୀକ ବାବର

By ETV Bharat Odisha Team

Published : Aug 29, 2023, 8:03 PM IST

ହାଇଦ୍ରାବାଦ:ବଲିଉଡ ଅଭିନେତା ପ୍ରତୀକ ବାବର ପୁଣିଥରେ ତାଙ୍କ ଗାର୍ଲଫ୍ରେଣ୍ଡ ପ୍ରିୟା ବାନାର୍ଜୀଙ୍କ ସହ ଆଲୋଚନାରେ ରହିଛନ୍ତି। ବର୍ତ୍ତମାନ ଏହି ଲଭବାର୍ଡ ସୋସିଆଲ ମିଡିଆରେ ଏକ ରୋମାଣ୍ଟିକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଏହି କପଲ ଲିପଲକ୍ କରୁଥିବା ଦେଖିବାକୁ ମିଳିଛି। ବାସ୍ତବରେ ଏହି କପଲ ନିଜ ସମ୍ପର୍କର 3ୟ ବାର୍ଷିକୀ ପାଳନ କରୁଛନ୍ତି। ସୋସିଆଲ ମିଡିଆରେ ଏହି ରୋମାଣ୍ଟିକ ଭିଡିଓ ସେୟାର କରି ଏହି ସୂଚନା ଦେଇଛନ୍ତି।

ଉଭୟ କପଲ ନିଜ ଇନଷ୍ଟାଗ୍ରାମରେ କିସିଂର ଭିଡିଓ ସେୟାର କରିଛନ୍ତି। ଭିଡିଓରେ କେବଳ ଯେ ପରୁସ୍ପରକୁ ଲିପଲକ କରୁଥିବା ଦେଖିବାକୁ ମିଳିନି ବରଂ ଏହି ଲଭବାର୍ଡ ସେମାନେ ଯାଇଥିବା ଭ୍ୟାକସନର ଝଲକ ମଧ୍ୟ ଦେଖାଇଛନ୍ତି। ଏହି ରୋମାଣ୍ଟିକ ଭିଡିଓ ସେୟାର କରି ଏହି କପଲ କ୍ୟାପସନରେ ଲେଖିଛନ୍ତି, ହାପି 3 ସୋଲମେଟ୍। ସୂଚନା ଥାଉ କି, ସମ୍ପର୍କକୁ 3 ବର୍ଷ ପୂର୍ତ୍ତି ଅବସରରେ ଏହି କପଲ ସେଲିବ୍ରେସନ କରିଛନ୍ତି। ଏବଂ ଏହି ଭିଡିଓର ବେକଗ୍ରାଉଣ୍ଡରେ ପପୁଲାର ଗାୟକ ଏପି ଢିଲୋଙ୍କ ବିଦ ୟୁ ଗୀତ ବାଜୁଛି। ଏଥିସହ ଏହି ଭିଡିଓରେ ଏହି କପଲଙ୍କ 3ବର୍ଷ ମଧ୍ୟରେ କଟିଥିବା ପ୍ରତ୍ୟେକଟି ମୁହୁର୍ତ୍ତର ଝଲକ ମଧ୍ୟ ଦେଖିବାକୁ ମିଳିଛି।

ଭିଡିଓ ସେୟାର ହେବା ମାତ୍ରେ ଫ୍ୟାନ୍ସଙ୍କ ସମେତ ଅନେକ ସେଲିବ୍ରିଟି ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି। ଅଭିନେତ୍ରୀ ଏଲି ଅବରାମ ଲେଖିଛନ୍ତି, ଓ ମାଇ ଗଡ, ମୋତେ ଲାଗିଲା ଏହା ଏକ ପ୍ରପୋଜାଲ ପ୍ରୋଗାମ। ସମ୍ପର୍କକୁ 3 ବର୍ଷ ପାଇଁ ଶୁଭେଚ୍ଛା ସାଙ୍ଗ। ସାୟାନୀ ଗୁପ୍ତା ଲେଖିଛନ୍ତି, ସବୁବେଲେ ତୁମେ ଦୁହେଁ ଶ୍ରେଷ୍ଠ ଥିଲ। ତୁମ 2 ଜଣଙ୍କୁ ବହୁତ ଭଲପାଇବା। ସେହିପରି ଅନେକ ଫ୍ୟାନ୍ସ ମଧ୍ୟ ପ୍ରତିକ୍ରିୟାରେ ଏହି କପଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜମେ ଫ୍ୟାନ୍ସ ଲେଖିଛନ୍ତି, ତୁମେ ଦୁଇ ଜଣ ମୋ ପାଇଁ ପ୍ରେରଣା। ଉଭୟଙ୍କୁ ନଜର ନ ଲାଗୁ। ଆଉ ଜଣେ ଫ୍ୟାନ୍ସ ଲେଖିଛନ୍ତି, ତୁମେ ଦୁହିଁଙ୍କୁ ଶୁଭେଚ୍ଛା।

ଏହା ମଧ୍ୟ ପଢନ୍ତୁ:ଡବିଂ ଷ୍ଟୁଡିଓରେ ନଜର ଆସିଲେ ସଲମାନ ଖାନ, ବାଲ୍ଡ ଲୁକରେ ଭାଇଜାନଙ୍କୁ ଦେଖି ଫ୍ୟାନ୍ସ କହିଲେ ଏମିତି

ସୂଚନା ଥାଉ କି, ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରିବା ପରେ ଆଜକୁ 3 ବର୍ଷ ପୂର୍ବେ ଭାଲେଣ୍ଟାଇନ୍ସ ଡେ’ରେ ଶେଷରେ ଏହି କପଲ ନିଜ ସମ୍ପର୍କକୁ ଅପିସିଆଲ କରିଥିଲେ। ବର୍ତ୍ତମାନ 3 ବର୍ଷ ପରେ ବି ଏହି କପଲ ଏକାଠି ରହିଛନ୍ତି। ଏବଂ ପରସ୍ପର ପ୍ରତି ସମାନ ପ୍ରେମବ୍ୟକ୍ତ କରୁଛନ୍ତି। ଏବଂ ସୋସିଆଲ ମିଡିଆରେ ସର୍ବଦା ଏହି କପଲ ନିଜ ଭିଡିଓ ଏବଂ ଫଟୋ ସେୟାର କରିଥାନ୍ତି। ପ୍ରତୀକ ବାବର ଜାନେ ତୁ ୟା ଜାନେ ନା ଫିଲ୍ମ ସହ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ଦମଦାର ଅଭିନୟ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟକୁ ଚୁଇଁଥିଲା। ଏବଂ ଅନେକ ପ୍ରଶଂସା ମଧ୍ୟ ପାଇଥିଲା।

ABOUT THE AUTHOR

...view details