ମୁମ୍ବାଇ: ପ୍ରଭାସ (Prabhas) ଏବଂ କ୍ରିତି ସାନନଙ୍କ (Kriti Sanon) ଅଭିନୀତ ଚଳଚ୍ଚିତ୍ର 'ଆଦିପୁରୁଷ' (Adipurush) ଏହାର ନିର୍ଦ୍ଧାରିତ ରିଲିଜ୍ ତାରିଖ ଦିନ ପ୍ରେକ୍ଷାଳୟକୁ ଆସିବ ନାହିଁ । ଏହି ଜିନିଷ ପୂର୍ବରୁ ସ୍ଥିର ହୋଇସାରିଛି, କିନ୍ତୁ ଏପର୍ଯ୍ୟନ୍ତ ଏହି କଥା ସରକାରୀ ଭାବେ ନିଶ୍ଚିତ ହୋଇନଥିଲା । କିନ୍ତୁ ବର୍ତ୍ତମାନ ନିର୍ମାତାମାନେ ଘୋଷଣା କରିଛନ୍ତି ଯେ, ଏହି ଫିଲ୍ମ ଜାନୁଆରୀରେ ରିଲିଜ ହେବ ନାହିଁ । ଏହି ଚଳଚ୍ଚିତ୍ରର ନୂଆ ରିଲିଜ୍ ତାରିଖ ବର୍ତ୍ତମାନ 2023 ଜୁନ୍ 16 ଭାବରେ ସ୍ଥିର କରାଯାଇଛି । ଟିଜର ପରଠାରୁ, ଏହି ଚଳଚ୍ଚିତ୍ରକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ଅନେକ ସ୍ଥାନରେ ଏହି ଚଳଚ୍ଚିତ୍ର ସମ୍ବନ୍ଧରେ ମାମଲା ମଧ୍ୟ ପଞ୍ଜିକୃତ ହୋଇଛି । ଏହି ସବୁ ଉତ୍ତେଜନା ମଧ୍ୟରେ ନିର୍ମାତାମାନେ ବର୍ତ୍ତମାନ ଏହି ମେଗା ବଜେଟ୍ ଚଳଚ୍ଚିତ୍ରକୁ ଆଗକୁ ବଢାଇବାକୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ତାଙ୍କ ଚଳଚ୍ଚିତ୍ରର ନୂଆ ରିଲିଜ୍ ତାରିଖ ଘୋଷଣା କରି ନିର୍ଦ୍ଦେଶକ ଓମ୍ ରାଉତ ଲେଖିଛନ୍ତି, 'ଆଦପୁରୁଷ କେବଳ ଏକ ଚଳଚ୍ଚିତ୍ର ନୁହେଁ, ବରଂ ପ୍ରଭୁ ରାମଙ୍କ ପ୍ରତି ଆମର ଭକ୍ତି ଏବଂ ଆମର ଗୌରବମୟ ଇତିହାସ ଏବଂ ସଂସ୍କୃତି ପ୍ରତି ଆମର ପ୍ରତିବଦ୍ଧତାର ପ୍ରତୀକ । ଦର୍ଶକଙ୍କୁ ଏକ ଅଦ୍ଭୁତ ଅନୁଭୂତି ଦେବା ପାଇଁ, ଆଦିପୁରୁଷ ନିର୍ମାଣରେ ଜଡିତ ଲୋକମାନଙ୍କୁ ଟିକିଏ ଅଧିକ ସମୟ ଦେବା ଆବଶ୍ୟକତା ରହିଛି । ଆଦିପୁରୁଷ ବର୍ତ୍ତମାନ 2023 ଜୁନ୍ 16ରେ ମୁକ୍ତିଲାଭ କରିବ । 'ରଘୁକୁଲ ରୀତ ସଦା ଚଲି ଆଇ, ପ୍ରାଣ ଜାଏ ପର ବଚନ ନ ଯାଏ ।'