ମୁମ୍ଵାଇ:ସାଉଥ୍ ସୁପରଷ୍ଟାର୍ ପ୍ରଭାସ ମନୋରଞ୍ଜନ ଇଣ୍ଡଷ୍ଟ୍ରିର ସବୁଠାରୁ ମୋଷ୍ଟ ଏଲିଜିବଲ ବ୍ୟାଚଲର ଅଟନ୍ତି । ପ୍ରଭାସଙ୍କ ନାମ ବଲିଉଡର ପରମ ସୁନ୍ଦରୀ କ୍ରିତି ସାନନ୍ଙ୍କ ସହିତ ଦୀର୍ଘ ଦିନ ଧରି ଯୋଡା ଯାଇଥିଲା । ଏମିତି କି ପ୍ରଭାସ ଏବଂ କ୍ରିତୀଙ୍କ ବିବାହ ଖବର ମଧ୍ୟ ଅନେକ ଥର ଚର୍ଚ୍ଚାକୁ ଆସିଥିଲା । କିନ୍ତୁ ଅଭିନେତ୍ରୀ ପ୍ରଭାସଙ୍କ ସହ ଥିବା ସମ୍ପର୍କକୁ କେବଳ ଗୁଜବ ବୋଲି କହିଥଲେ । ଏହି ସବୁ ଗୁଜବ ମଧ୍ୟରେ ପ୍ରଭାସ ବର୍ତ୍ତମାନ ତାଙ୍କ ବିବାହ ଯୋଜନା ବିଷୟରେ ଖୁଲାସା କରିଛନ୍ତି ।
କେବେ ବିବାହ କରିବେ ପ୍ରଭାସ ?
ପ୍ରଭାସ କେବେ ବିବାହ କରିବେ ? ବର୍ତ୍ତମାନ ସେ ଏକ ସୋ’ରେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି । ପ୍ରଭାସ ଖୁବ୍ ଶୀଘ୍ର ନନ୍ଦମୁରି ବାଲକ୍ରିଷ୍ଣାଙ୍କ ଟକ୍ ସୋ ଅନଷ୍ଟପବଲ୍-୨ରେ ନଜର ଆସିବେ । ଏହି ସୋ’ରେ ନନ୍ଦମୁରି ପ୍ରଭାସଙ୍କୁ କେବେ ବିବାହ କରିବେ ବୋଲି ପଚାରିଥିଲେ । ପ୍ରଭାସ ଏହି ପ୍ରଶ୍ନର ଅତି ଚତୁରତାର ସହ ଉତ୍ତର ଦେଇ କହିଥିଲେ 'ସଲମାନ ଖାନଙ୍କ ପରେ'। ଏହି ଉତ୍ତର ଦେଇ ପ୍ରଭାସ ଜୋରରେ ହସିବାକୁ ଲାଗିଲେ ।