ଓଡିଶା

odisha

ETV Bharat / entertainment

ପୂଜା ହେଗଡେଙ୍କ ଜନ୍ମଦିନ ଧୁମଧାମରେ ପାଳିଲେ ସଲମାନ, ସେୟାର କଲେ ଭିଡିଓ - ପୂଜା ହେଗଡେ ଇନ୍‌ଷ୍ଟାଗ୍ରାମ ଫଟୋ

ଅଭିନେତ୍ରୀ ପୂଜା ହେଗଡେ ଫିଲ୍ମର ସେଟରେ ତାଙ୍କର 32ତମ ଜନ୍ମଦିନ ପାଳନ କରିଥିଲେ । ଅଭିନେତ୍ରୀ ଉତ୍ସବର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ପୂଜା ହେଗଡେଙ୍କ ଜନ୍ମଦିନ ଧୁମଧାମରେ ପାଳିଲେ ସଲମାନ ଖାନ, ସେୟାର କଲେ ଭିଡିଓ
ପୂଜା ହେଗଡେଙ୍କ ଜନ୍ମଦିନ ଧୁମଧାମରେ ପାଳିଲେ ସଲମାନ ଖାନ, ସେୟାର କଲେ ଭିଡିଓ

By

Published : Oct 13, 2022, 9:35 PM IST

ମୁମ୍ବାଇ:ସାଉଥ୍‌ ସୁନ୍ଦରୀ ପୂଜା ହେଗଡେ ଆଜି (ଅକ୍ଟୋବର 13) ତାଙ୍କର 32 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ସଲମାନ ଖାନ ଏବଂ 'କିସି କା ଭାଇ କିସି କି ଜାନ'ର ଟିମ୍‌ ପୂଜା ହେଗଡେଙ୍କ ଜନ୍ମଦିନକୁ ବଡ ଧୁମ୍‌ଧାମ୍‌ର ସହିତ ପାଳନ କରିଛନ୍ତି । ଏହି ଟିମ୍ ପୂଜା ହେଗଡେଙ୍କ ପାଇଁ ଗୀତ ଗାଇଥିଲେ ଏବଂ ତାଙ୍କ ପାଇଁ କେକ୍ କାଟି ଫିଲ୍ମର ସେଟ୍‌ରେ ବାର୍ଥ ଡେ' ସେଲିବ୍ରେଟ କରିଥିଲେ । ଏସ୍‌କେ ଫିଲ୍ମସ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର ହୋଇଥିବା ଏକ ଭିଡିଓରେ ପୂଜା କେକ୍ କାଟିଥିବାର ଦେଖିବାକୁ ମିଳିଛି । ଏଥିସହିତ ସଲମାନ, ଜଗପତି ବାବୁ, ଭେଙ୍କଟେଶ ଦଗଗୁବତୀ ଏବଂ ଜସି ଗିଲ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ଏହି ଭିଡିଓ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି କ୍ୟାପସନ୍ ଲେଖାଯାଇଛି - Wishing the gorgeous @hegdepooja a very Happy Birthday from the team of #KisiKaBhaiKisiKiJaan । ତାଙ୍କ ଜନ୍ମଦିନରେ ପୂଜା ଏକ ବିବୃତ୍ତିରେ କହିଛନ୍ତି, “ମୁଁ ଭାବୁଛି ନୂଆ ବର୍ଷରେ ପାଦ ଦେବାର ସବୁଠୁ ଭଲ ଉପାୟ ଆଉ କିଛି ହୋଇପାରିବ ନାହିଁ, ଯାହା ମୋତେ ପସନ୍ଦ, ସୁଟିଂ କରିବା । ଏହା ସହିତ ସୁଟିଂ ସେଟରେ ଜନ୍ମଦିନର କିଛି ନିଆରା ମଜା ରହିଛି । ଦର୍ଶକମାନେ ଦେଖିବେ ଏହି ଫିଲ୍ମରେ ମୋର ଏକ ଭିନ୍ନ ଦିଗ । ମୁଁ ଏହାକୁ ରିଲିଜ୍‌ ହେବା ପର୍ଯ୍ୟନ୍ତ ଅପେକ୍ଷା କରିପାରିବି ନାହିଁ ।”

ପୂଜା ହେଗଡେ

'କିସି କା ଭାଇ କିସି କି ଜାନ' ହେଉଛି ଫରହାଦ୍ ସାମଜୀଙ୍କ ନିର୍ଦ୍ଦେଶିତ ଏକ ଆକ୍ସନ୍‌ରେ ଭରପୂର ଏଣ୍ଟରଟେନମେଣ୍ଟ, ଯିଏ ପୂର୍ବରୁ ଅକ୍ଷୟ କୁମାର ଏବଂ କ୍ରିତି ସାନନ୍ ଅଭିନୀତ 'ବଚ୍ଚନ ପାଣ୍ଡେ'ର ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରରେ ଦଗୁବତୀ ଭେଙ୍କଟେଶ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସଲମାନ ଖାନ ଫିଲ୍ମସ ଦ୍ୱାରା ନିର୍ମିତ 'କିସି କା ଭାଇ କିସି କି ଜାନ' 2022 ଶେଷରେ ରିଲିଜ ହେବ ।

ପୂଜା ହେଗଡେ ସଲମାନ ଖାନ

'କିସି କା ଭାଇ କିସି କି ଜାନ' ହେଉଛି ସଲମାନଙ୍କ 2022 ର ପ୍ରଥମ ଚଳଚ୍ଚିତ୍ର । ନିକଟରେ ଫିଲ୍ମର ଟିଜର ରିଲିଜ୍‌ ହୋଇଥିଲା । ଏହି ଟିଜରକୁ ସଲମାନ ତାଙ୍କ ସୋସିଆଲ ମିଡିଆରେ ସେୟାର କରି କ୍ୟାପସନରେ ଲେଖିଥିଲେ, “#KisiKaBhaiKisiKiJaan”। ମାତ୍ର ଏକ ମିନିଟର ଟିଜରରେ ସଲମାନଙ୍କ ଲୁକ୍‌ର ଝଲକ ଦେଖିବାକୁ ମିଳିଥିଲା ।

ABOUT THE AUTHOR

...view details