ଓଡିଶା

odisha

By

Published : May 4, 2023, 1:53 PM IST

ETV Bharat / entertainment

PS 2 Collection Day 6: ଧମାକା କରୁଛି ଫିଲ୍ମ, ବିଶ୍ବବ୍ୟାପୀ 250 କୋଟି କଲାଣି ଆୟ

ଐଶ୍ୱର୍ଯ୍ୟା ରାୟଙ୍କ ଅଭିନୀତ ଫିଲ୍ମ ପୋନିୟିନ୍ ସେଲଭାନ୍ 2 ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ରିଲିଜର 6 ଦିନ ମଧ୍ୟରେ 250କୋଟି ଆୟ କରି ସଫଳତା ହାସଲ କରିଛି ଫିଲ୍ମ । ଅଧିକ ପଢନ୍ତୁ,

ବିଶ୍ବବ୍ୟାପୀ 250 କୋଟି ଆୟ କଲା ଫିଲ୍ମ ପୋନିୟିନ୍ ସେଲଭାନ୍ 2
ବିଶ୍ବବ୍ୟାପୀ 250 କୋଟି ଆୟ କଲା ଫିଲ୍ମ ପୋନିୟିନ୍ ସେଲଭାନ୍ 2

ମୁମ୍ବାଇ:ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ ନିର୍ଦ୍ଦେଶକ ମଣି ରତ୍ନାମଙ୍କ ଫିଲ୍ମ ପୋନିୟିନ ସେଲଭାନ ପାର୍ଟ 2 ମଧ୍ୟ ଫିଲ୍ମର ପ୍ରଥମ ଭାଗ ପରି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବାରେ ଲାଗିଛି । ଫିଲ୍ମ ରିଲିଜ ହେବାର 6 ଦିନ ବିତିଗଲାଣି । ଏପରି ସ୍ଥିତିରେ ଫିଲ୍ମର ଆୟ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଏହି ଫିଲ୍ମ 5 ଦିନ ମଧ୍ୟରେ ବିଶ୍ବର ବକ୍ସ ଅଫିସରେ 200 କୋଟି ଆୟ କରିଥିବା ବେଳେ ଫିଲ୍ମଟି 6ଷ୍ଠ ଦିନରେ ମଧ୍ୟ ବକ୍ସ ଅଫିସରେ ଭଲ ସଂଗ୍ରହ କରିଛି । ଫଳରେ ଫିଲ୍ମର ଆୟ 250କୋଟିରେ ପହଞ୍ଚିଛି ।

ଏହି ଫିଲ୍ମଟି ଫିଲ୍ମଟି 5ମ ଦିନରେ 10.5 କୋଟି ବ୍ୟବସାୟ କରିଥିବା ବେଳେ ଷଷ୍ଠ ଦିନରେ 8 କୋଟି ଟଙ୍କା ବ୍ୟବସାୟ କରିଛି । ଏହି ସମୟରେ ବର୍ତ୍ତମାନ ଫିଲ୍ମର ଘରୋଇ ବକ୍ସ ଅଫିସ୍ ସଂଗ୍ରହ 122.25 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏବଂ ବିଶ୍ବ ବକ୍ସ ଅଫିସରେ ଏହି ଫିଲ୍ମ ବର୍ତ୍ତମାନ ମୋଟ 250 କୋଟି ଆୟ କରି ଇତିହାସ ରଚିଛି ।

ଏପ୍ରିଲ 28ରେ 'ପୋନିୟିନ୍ ସେଲଭାନ୍ ୨' ତାମିଲ, ତେଲୁଗୁ, ହିନ୍ଦୀ, କନ୍ନଡ ଏବଂ ମାଲାୟାଲାମ ଭାଷାରେ ରିଲିଜ କରିଥିଲା । ତେବେ ଦେଶର ତାମିଲ ଭାଷାଭାଷୀ ଅଞ୍ଚଳରେ PS 2କୁ ଭଲ ରେସପନ୍ସ ମିଳୁଛି । ଏଥିସହ ଫିଲ୍ମ ବିଦେଶରେ ମଧ୍ୟ ଭଲ ପ୍ରଦର୍ଶନ କରୁଛି । ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ ବିଦେଶରେ ଶ୍ରେଷ୍ଠ 5 ତାଲିକାରେ ସ୍ଥାନ ପାଇଛି । ଏହା ମଣି ରତ୍ନାମଙ୍କ ଆଉ ଏକ ରେକର୍ଡ ଭାଙ୍ଗିବାକୁ ଯାଉଛି । ଏହି ଫିଲ୍ମ ବହୁଭାଷାରେ ରିଲିଜ ହୋଇଥିବାରୁ ଶୀଘ୍ର ସଂଖ୍ୟା ହାସଲ କରିବାରେ ସଫଳ ହେଉଛି ।

ରୋଜଗାର ବିଷୟରେ କହିବାକୁ ଗଲେ, ପୋନିୟିନ୍ ସେଲଭାନ୍ ପ୍ରଥମ ଦିନରେ 38କୋଟି, 2ୟ ଦିନରେ 26.2 କୋଟି, 3ୟ ଦିନରେ 30.3 କୋଟି, 4ର୍ଥ ଦିନରେ 23.25 କୋଟି, 5ମ ଦିନରେ 10.5 କୋଟି ରୋଜଗାର କରିଛି । ଷଷ୍ଠ ଦିନରେ 8 କୋଟି ଟଙ୍କା ବ୍ୟବସାୟ କରି ବର୍ତ୍ତମାନ ବିଶ୍ବ ବକ୍ସ ଅଫିସରେ ମୋଟ 250 କୋଟି ଆୟ କରିଛି । ସୂଚନା ଥାଉ କି, ଫିଲ୍ମଟି 2 ଦିନରେ ବିଶ୍ୱବ୍ୟାପୀ 100 କୋଟି ରୋଜଗାର କରିଥିଲା ଏବଂ ଭାରତରେ ଏହି ଫିଲ୍ମ 4 ଦିନରେ 100 କୋଟି ରୋଜଗାର କରିଥିଲା ।

ସୂଚନା ଥାଉ କି, ପୋନିୟିନ୍ ସେଲଭାନ୍ ପ୍ରଥମ ଭାଗ ରିଲିଜ୍ ସମୟରେ ବିଶ୍ୱ ବକ୍ସ ଅଫିସରେ 500 କୋଟିରୁ ଅଧିକ ଆୟ କରି ରେକର୍ଡ ସୃଷ୍ଟି କରିଥିଲା ​। ତେବେ ବକ୍ସ ଅଫିସ୍ ଦୃଷ୍ଟିରୁ ଏହାର ସିକ୍ୱେଲ୍ ପଛରେ ଥିବାବେଳେ, ଏହା ପ୍ରଥମ ଭାଗର ରେକର୍ଡକୁ କେତେ ଦିନରେ ଭାଙ୍ଗି ପାରିବ ତାହା ଦେଖିବାକୁ ବାକି ରହିଲା । ପୋନିୟିନ୍ ସେଲଭାନ 2ରେ ବିକ୍ରମ, ଜୟମ ରବି, କାର୍ତ୍ତି, ତ୍ରିଶା କୃଷ୍ଣନ୍ ଏବଂ ଶୋଭିତା ଧୁଲିପାଲା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ABOUT THE AUTHOR

...view details