ଓଡିଶା

odisha

Smriti Irani Birthday: ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

By

Published : Mar 23, 2023, 4:31 PM IST

47ବର୍ଷ ବୟସରେ ପାଦ ଥାପିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ଏହି ଅବସରରେ ସ୍ମୃତି ଇରାନୀଙ୍କ ପାଇଁ ଛୁଟୁଛି ଶୁଭେଚ୍ଛାର ବାର୍ତ୍ତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଧିକ ପଢନ୍ତୁ

47ବର୍ଷ ବୟସରେ ପାଦ ଥାପିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ
47ବର୍ଷ ବୟସରେ ପାଦ ଥାପିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ଆଜି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କ ପାଇଁ ଚାରିଆଡୁ ଛୁଟୁଛି ଅଭିନନ୍ଦନର ସୁଅ । ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଅନେକ ମନ୍ତ୍ରୀ ଓ ବଲିଉଡ ତାରକା ଏବଂ ଫ୍ୟାନ୍ନ୍ସ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି ।

ପିଏମ ଟ୍ବିଟ କରି ତାଙ୍କ ଅଭିନନ୍ଦନ ବାର୍ତ୍ତାରେ ଲେଖିଛନ୍ତି, "କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ନାରୀ ଶକ୍ତି ପାଇଁ ଆମ ସରକାରଙ୍କ ଉଦ୍ୟମକୁ ସେ ପ୍ରଶଂସନୀୟ ନେତୃତ୍ବ ପ୍ରଦାନ କରିଛନ୍ତି । ସେ ତାଙ୍କ କାମ ପାଇଁ ପ୍ରଶଂସିତ ଏବଂ ବିଭିନ୍ନ ବର୍ଗର ଲୋକଙ୍କ ସହ ଯୋଡି ହୁଅ ନ୍ତି। ତାଙ୍କ ଦୀର୍ଘ ଆୟୁ ପାଇଁ ପ୍ରାର୍ଥନା କରୁଛି ।"

ସେହିପରି ଅଭିନେତା ଅନୁପମ ଖେରଙ୍କ ପତ୍ନୀ ବିଜେପି ସାଂସଦ କିରନ୍ ଖେରଙ୍କ ସମେତ ଅନେକ ସେଲିବ୍ରିଟି ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ନିଜ ଇନzଷ୍ଟାଗ୍ରାମ ହ୍ୟାଣ୍ଡଲରେ କିରନ୍ ଖେର ତାଙ୍କର ଏବଂ ସ୍ମୃତିଙ୍କ ଫଟୋ ସେୟର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ସେ କ୍ୟାପସନ୍‌ରେ ଲେଖିଛନ୍ତି କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ସୁସ୍ଥ ଶରୀର ଏବଂ ଦୀର୍ଘ ଆୟୁ କାମନା କରିବା ସହ ସର୍ବଦା ଦେଶର ନାଗରିକଙ୍କ ପାଇଁ ସେବା କରୁଥାନ୍ତୁ ବୋଲି ଆର୍ଶୀବାଦ କରିଛନ୍ତି କିରନ୍।

ସୂଚନା ଥାଉ କି, ମାର୍ଚ୍ଚ 23, 1976ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ସ୍ମୃତି ଇରାନୀ । ତାଙ୍କ ପିତାଙ୍କ ନାମ ଅଜୟ କୁମାର ମଲହୋତ୍ରା ଏବଂ ମାତାଙ୍କ ନାମ ଶିବାନୀ ବାଗଚି। ସେ ଜୁବିନ୍ ଇରାନୀଙ୍କୁ ବିବାହ କରିଛନ୍ତି । ଛୋଟ ପରଦାରେ ପ୍ରଦର୍ଶିତ ହୋଇଥିବା ଲୋକପ୍ରିୟ ସିରିଏଲ 'କ୍ୟୋଁ କି ସାସ୍ ଭି କଭି ବୋହୂ ଥି'ରୁ ତାଙ୍କୁ ନୂଆ ପରିଚୟ ମିଳିଥିଲା । ସ୍ମୃତି ଇରାନୀ ବର୍ତ୍ତମାନ ବିଜେପି ଟିକେଟ୍‌ରେ ଜିତି ଉତ୍ତରପ୍ରଦେଶର ଅମେଠୀ ଲୋକସଭା ନିର୍ବାଚନମଣ୍ଡଳୀରୁ ସାଂସଦ ଅଛନ୍ତି ।

ଏଥିସହ ସ୍ମୃତି ଇରାନୀ ବିଜେପି ଟିକେଟ ଜିତି 2011ରେ ରାଜ୍ୟସଭା ସଦସ୍ୟ ହୋଇଥିଲେ। ପରେ 2014ରୁ 2016 ପର୍ଯ୍ୟନ୍ତ ସେ ମୋଦୀ ସରକାରରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଥିଲେ । ଏହାପରେ ସେ ବୟନ ଶିଳ୍ପ ମନ୍ତ୍ରୀ, ସୂଚନା ପ୍ରସାରଣ ମନ୍ତ୍ରଣାଳୟରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରି ସାରିଛନ୍ତି । ବର୍ତ୍ତମାନ ସେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ବେଳେ ଜୁଲାଇ 2022ରୁ ସେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଭାବରେ ଅତିରିକ୍ତ ଦାୟିତ୍ବ ନେଇଛନ୍ତି ।

ସୂଚନା ଥାଉ କି, ସ୍ମୃତି ଇରାନୀଙ୍କ କ୍ୟାରିଅର୍ ସଂଘର୍ଷରେ ଭରପୁର ଥିଲା । ଅଭିନୟ କ୍ୟାରିଅର ଆରମ୍ଭ ହେବା ପୂର୍ବରୁ ସେ ମ୍ୟାକଡୋନାଲ୍ଡରେ ମଧ୍ୟ କାମ କରିଥିଲେ । ଏହି ସମୟରେ ସେ ଫ୍ଲାଇଟ୍‌ ଆଟେଣ୍ଡଣ୍ଟ ପୋଷ୍ଟ ପାଇଁ ଆବେଦନ କରିଥିଲେ । ଏହାପରେ ସେ ମଡେଲିଂରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ ।

1998ରେ ଇଣ୍ଡିଆ ବିୟୁଟି ପିଜେଣ୍ଟରେ ଅଂଶଗ୍ରହଣ କରିବା ପରେ ସ୍ମୃତିଙ୍କ କ୍ୟାରିଅରରେ ମୋଡ଼ ଆସିଥିଲା । ସେ ମିସ୍ ଇଣ୍ଡିଆ ହେବାରୁ ବଞ୍ଚିତ ହୋଇଥିଲେ କିନ୍ତୁ ଲୋକଙ୍କ ହୃଦୟ ଜିତିବାରେ ସଫଳ ହେଲେ । 2000ରେ, ସ୍ମୃତି ଇରାନୀ ଟିଭି ଶୋ 'କ୍ୟୋଁ କି ସାସ୍ ଭି କଭି ବୋହୂ ଥି'ରେ ତୁଲସୀଙ୍କ ଭୂମିକାରୁ ଏକ ନୂତନ ପରିଚୟ ମିଳିଥିଲା । ଏହି ସିରିଏଲ ଦୀର୍ଘ ଦିନ ଧରି ଚାଲୁରହିଥିବା ସିରିଏଲ ମଧ୍ୟରୁ ଗୋଟିଏ ।

ABOUT THE AUTHOR

...view details