ଓଡିଶା

odisha

ETV Bharat / entertainment

Lata Mangeshkar Birth Anniversary: କୋକିଳକଣ୍ଠୀଙ୍କୁ ଝୁରୁଛି ଦେଶ, ମନେ ପକାଇଲେ ପ୍ରଧାନମନ୍ତ୍ରୀ - ଲତା ମଙ୍ଗେସକର ଗୀତ

ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକର ଆଜି 94 ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅଧିକ ପଢନ୍ତୁ

ଲତା ଜୀଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି
ଲତା ଜୀଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି

By ETV Bharat Odisha Team

Published : Sep 28, 2023, 2:57 PM IST

ହାଇଦ୍ରାବାଦ: ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକର ଦେହାନ୍ତକୁ ଇତିମଧ୍ୟରେ ଦେଢ ବର୍ଷରୁ ଅଧିକ ସମୟ ବିତିଗଲାଣି । ତାଙ୍କୁ ହରାଇ ଆଜି ଗୁମୁରି ଗୁମୁରି କାନ୍ଦୁଛି ସାରା ଦେଶ । ସେ ଛାଡି ଯାଇଥିବା ଶୂନ୍ୟସ୍ଥାନ କେବେବି ପୂରଣ ହୋଇପାରିବ ନାହିଁ । ସେ ଦେହତ୍ୟାଗ କରିଛନ୍ତି ସତ, କିନ୍ତୁ ତାଙ୍କ ସଙ୍ଗୀତ ମାଧ୍ୟମରେ ପ୍ରତିଟି ବ୍ୟକ୍ତି ହୃଦୟରେ ସେ ସବୁଦିନ ପାଇଁ ବଞ୍ଚି ରହିବେ । ପ୍ରତିଟି ଗୀତିକାରଙ୍କ ପାଇଁ ପ୍ରେରଣାଦାୟୀ ହୋଇ ରହିବେ । ଆଜି ସେଇ ପ୍ରେରଣାଦାୟୀ କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କର 94 ତମ ଜନ୍ମ ବାର୍ଷିକୀ । ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ।

ଲତା ଜୀଙ୍କ ଜନ୍ମ ବାର୍ଷିକୀରେ ସୋସିଆଲ ମିଡିଆରେ ତାଙ୍କୁ ସ୍ମରଣ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କୁ ସ୍ମରଣ କରି ତାଙ୍କ ନାମରେ ଶ୍ରଦ୍ଧାଞ୍ଜଳି ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ପୋଷ୍ଟରେ ଲେଖିଛନ୍ତି, ‘‘ଲତା ଦିଦିଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ସ୍ମରଣ କରୁଛି, ଭାରତୀୟ ସଂଗୀତରେ ତାଙ୍କର ଅବଦାନ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛି । ଆମ ସଂସ୍କୃତିରେ ସର୍ବଦା ତାଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରହିବ।’’

ଅମିତ ଶାହଙ୍କ ପୋଷ୍ଟ:

94 ତମ ଜନ୍ମ ବାର୍ଷିକୀରେ ଲତା ମଙ୍ଗେଶକରଙ୍କୁ ସ୍ମରଣ କରି ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ X (ପ୍ରଥମ ଟ୍ୱିଟର) ପୋଷ୍ଟରେ ଲେଖିଛନ୍ତି, 'ଲତା ଦିଦି ତାଙ୍କର ସାରା ଜୀବନ ଭାରତୀୟ ସଙ୍ଗୀତ ପରମ୍ପରାକୁ ସମୃଦ୍ଧ କରି ନୂଆ ଶିଖରରେ ପହଞ୍ଚାଇବାକୁ ନିଜକୁ ଉତ୍ସର୍ଗ କରିଥିଲେ । ସଙ୍ଗୀତର ଶିଖରରେ ପହଞ୍ଚିବା ପରେ ମଧ୍ୟ ସେ ଯେଉଁଭଳି ଭାରତୀୟତା ସହ ଯୋଡି ହୋଇ ରହିଲେ ତାହା ଦେଶବାସୀଙ୍କ ଏକ ବିଶିଷ୍ଟ ଉଦାହରଣ । ଭାରତ ରତ୍ନ ଲତା ଦିଦିଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ନମସ୍କାର ।

ଏହା ମଧ୍ୟ ପଢନ୍ତୁ: କୋକିଳକଣ୍ଠୀଙ୍କୁ ଝୁରୁଛନ୍ତି ଭଉଣୀ ଆଶା, ଲେଖିଲେ ଭାବବିହ୍ବଳ ନୋଟ

ପ୍ରାୟ ୫୦ ହଜାର ଗୀତ ଗାଇଥିଲେ ଲତା:

ଭାରତ ରତ୍ନ, କୋକିଳକଣ୍ଠୀ, ସୁର ସାମ୍ରୀଜ୍ଞୀ ତଥା କିମ୍ବଦନ୍ତୀ ଗାୟିକା ନିଜ ସଫଳ ଜୀବନକାଳ ମଧ୍ୟରେ ପ୍ରାୟ 50 ହଜାର ଗୀତ ଗାଇଥିଲେ । ଲତାଙ୍କ ପ୍ରତିଟି ସଂଗୀତ ଥିଲା ଚମତ୍କାର । ନିଜର ଅନେକ ଗୀତ ମଧ୍ୟରେ ସେ ୫ଟି ଗୀତକୁ ଅଧିକ ପସନ୍ଦ କରୁଥିଲେ । ଲତାଙ୍କ ଅନେକ ପ୍ରସିଦ୍ଧ ଗୀତ ମଧ୍ୟରେ 'ବିନ୍ଦିୟା ଚମକେଗି', 'ପିୟା ବିନା ପିୟା ବିନା', 'ତୁହ୍ନେ ୟାଦ କରତେ କରତେ' ଗୀତ ଗୁଡ଼ିକୁ ଅନ୍ୟତମ । ଏହି ଗୀତକୁ ମଧ୍ୟ ଲତା ଅଧିକ ପସନ୍ଦ କରୁଥିଲେ । ଏ ସମ୍ପର୍କରେ ସେ ନିଜର ୯୦ତମ ଜନ୍ମ ଦିବସରେ ଦେଶବାସୀଙ୍କ ସହିତ ସେୟାର କରିଥିଲେ।

ସୂଚନାଯୋଗ୍ୟ ଯେ, ବୟସ ସମ୍ବନ୍ଧୀୟ ଅସୁସ୍ଥତା ହେତୁ ଲତା ଜୀଙ୍କର 6 ଫେବୃଆରୀ 2022ରେ ଦେହାନ୍ତ ହୋଇଥିଲା। ଲତା ଜୀଙ୍କର ଦେହାନ୍ତରେ ସମଗ୍ର ଦେଶ ସ୍ଚବ୍ଧ ହୋଇଯାଇଥିଲା ଏବଂ ଓଦା ଆଖିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ABOUT THE AUTHOR

...view details