ଓଡିଶା

odisha

ETV Bharat / entertainment

Pippa: ଇଶାନ ଖଟ୍ଟରଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ଏହି ଦିନ ରିଲିଜ ହେବ ଫିଲ୍ମ - ପିପ୍ପା ଟ୍ରେଲର

୨୮ ବର୍ଷ ବୟସରେ ପାଦ ଥାପିଲେ ଇଶାନ ଖଟ୍ଟର । ଏହି ଅବସରରେ ଅଭିନେତାଙ୍କ ଆଗାମୀ ଫିଲ୍ମ 'ପିପ୍ପା'ର ଟ୍ରେଲର ରିଲିଜ କରିଛନ୍ତି ନିର୍ମାତା । ଏଥିସହ ଫିଲ୍ମ କେବେ ରିଲିଜ ହେବ ସେନେଇ ବି ଘୋଷଣା କରାଯାଇଛି । ଅଧିକ ପଢନ୍ତୁ

ଇଶାନ ଖଟ୍ଟରଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ଏହି ଦିନ ରିଲିଜ ହେବ ଫିଲ୍ମ
ଇଶାନ ଖଟ୍ଟରଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ଏହି ଦିନ ରିଲିଜ ହେବ ଫିଲ୍ମ

By ETV Bharat Odisha Team

Published : Nov 1, 2023, 4:47 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତା ଇଶାନ ଖଟ୍ଟର ଆଜି ତାଙ୍କ ୨୮ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଅଭିନେତାଙ୍କ ଫ୍ୟାନ୍ସଙ୍କ ଉପହାର ମିଳିଛି । ଇଶାନଙ୍କ ଜନ୍ମଦିନ ପରିପ୍ରେକ୍ଷୀରେ ନିର୍ମାତା ତାଙ୍କ ଫିଲ୍ମ 'ପିପ୍ପା'ର ଟ୍ରେଲର ରିଲିଜ କରିଛନ୍ତି । ଫିଲ୍ମର ରିଲିଜ ଡେଟ ମଧ୍ୟ ଘୋଷଣା କରିଛନ୍ତି । ଫିଲ୍ମଟି ଦୀପାବଳି ଅବସରରେ ନଭେମ୍ବର ୧୦ରେ ଓଟିଟିରେ ରିଲିଜ ହେବ ।

ସୋସିଆଲ ମିଡିଆରେ ଫିଲ୍ମର ଟ୍ରେଲର କରିଛନ୍ତି ନିର୍ମାତା । ଏଥିସହ ଇନଷ୍ଟାଗ୍ରାମରେ ମଧ୍ୟ ନିର୍ମାତା ଏହାର ଟ୍ରେଲର ରିଲିଜ କରି ଆମାଜନ ପ୍ରାଇମ ଭିଡିଓରେ ଦୀପାବଳି ଅବସରରେ ନଭେମ୍ବର ୧୦ରେ ରିଲିଜ ହେବ ବୋଲି ସୂଚନା ଦେଇଛନ୍ତି । ଫିଲ୍ମଟି ଏକ ଐତିହାସିକ ଘଟଣାକୁ ନେଇ ନିର୍ମିତ ହୋଇଛି । ୧୯୭୧ର ଭାରତ-ପାକିସ୍ତାନୀ ଯୁଦ୍ଧରେ ଗରିବପୁର ଯୁଦ୍ଧର କାହାଣୀକୁ ନେଇ ପର୍ଯ୍ୟବେଶିତ । ଯାହା ବାଂଲାଦେଶର ସ୍ୱାଧୀନତା ସଂଗ୍ରାମରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

ଆରଏସଭିପି ଏବଂ ସିଦ୍ଧାର୍ଥ ରୟ କପୁରଙ୍କ ରୟ କପୁର ଫିଲ୍ମ ବ୍ୟାନରରେ ରୋନି ସ୍କ୍ରୁଭାଲା ଦ୍ୱାରା ନିର୍ମିତ ଏବଂ ରାଜ କୃଷ୍ଣ ମେନନଙ୍କ ନିର୍ଦ୍ଦେଶିତ ଇଶାନ ରିଅଲ ଲାଇଫ ୱାର ହିରୋ କ୍ୟାପଟେନ ବଳରାମ ସିଂ ମେହେତା ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ଇଶାନଙ୍କ ସହ ମୃଣାଲ ଠାକୁର, ପ୍ରିୟଙ୍କା ପେନୁଲି ଏବଂ ସୋନି ରଜଦନ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ବ୍ରିଗେଡିୟର୍ ବଳରାମ ସିଂ ମେହେତାଙ୍କ 'The Burning Chaffees- A Soldier's First Hand Account of the 1971 War' ଉପରେ ଆଧାର କରି ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଥିବା ବେଳେ ରାଜା କୃଷ୍ଣା ମେନନ୍, ତନ୍ମୟ ମୋହନ ଏବଂ ରବିନ୍ଦର ରନ୍ଧୱା ଏହାକୁ ଲେଖିଛନ୍ତି । ଏହି ଚଳଚ୍ଚିତ୍ରର ସଂଗୀତ ଭେଟେରାନ୍ ଏ ଆର୍ ରେହମାନ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଚର୍ଚ୍ଚା ହେଲାକି ସତ, ପ୍ରେମିକା ଚାନ୍ଦିନୀଙ୍କ ସହ ଏକାଠି ନଜର ଆସିଲେ ଇଶାନ ଖଟ୍ଟର

ଫିଲ୍ମକୁ ନେଇ ନିର୍ଦ୍ଦେଶକ ରାଜା କୃଷ୍ଣ ମେନନ୍ କହିଛନ୍ତି, 'ଯେତେବେଳେ ମୁଁ ବ୍ରିଗେଡିୟର୍ ବଳରାମ ସିଂ ମେହେତାଙ୍କ ପୁସ୍ତକ' ଦି ବର୍ନିଂ ଚଫିଜ' ପଢିଥିଲି, ସେତେବେଳେ ମୁଁ ନିଶ୍ଚିତ ହୋଇଥିଲି ଯେ ବିଜୟର ଏହି ପ୍ରେରଣାଦାୟକ ତଥା କମ ଜଣାଶୁଣା କାହାଣୀ ବିଶ୍ବ ସହ ସେୟାର କରିବା ଆବଶ୍ୟକ । ମୋର ବିଶ୍ୱାସ ଯେ ଆମ ଇତିହାସରେ ଲୁଚି ରହିଥିବା ଏହି କାହାଣୀକୁ ଜୀବନ୍ତ କରି ଆମେ ଆମର ସଶସ୍ତ୍ର ବାହିନୀକୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ଫିଲ୍ମଟି ପ୍ରସ୍ତୁତ କରିଛୁ ।

ABOUT THE AUTHOR

...view details