ନୂଆଦିଲ୍ଲୀ:ନାଗିନ, ଇସକବାଜ ଭଳି ଟିଭି ଶୋ'ର ଲୋକପ୍ରିୟ ଅଭିନେତ୍ରୀ ସୁରଭୀ ଚନ୍ଦନା ଭିସ୍ତାରା ଏୟାରଲାଇନ୍ସ ବିରୋଧରେ ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି । ନିକଟରେ ମୁମ୍ବାଇ ବିମାନବନ୍ଦନରେ ଏହି ଏୟାରଲାଇନ୍ସ ଦ୍ବାରା ଘଟିଥିବା ଘଟଣାକୁ ସେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି । ସେ ଭିସ୍ତାରା ଏୟାରଲାଇନ୍ସ ଉପରେ ଅସନ୍ତୋଷ ପ୍ରକାଶ କରି ଏହାକୁ ସବୁଠାରୁ ଖରାପ ଏୟାରଲାଇନ୍ସ ବୋଲି କହିଛନ୍ତି । ସେ ଭିସ୍ତାରା ଏୟାରଲାଇନ୍ସର ଜଣେ ଗ୍ରାଉଣ୍ଡ କର୍ମଚାରୀ ଦ୍ବାରା ଅସଦାଚରଣର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ଭିସ୍ତାରା ଏୟାରଲାଇନ୍ସ ଅଭିନେତ୍ରୀଙ୍କୁ କ୍ଷମା ମାଗିଛି ।
ଏକ୍ସ ଏବଂ ଇନଷ୍ଟାଗ୍ରାମରେ ଅଭିନେତ୍ରୀ ଏୟାରଲାଇନ୍ସ ଦ୍ବାରା ଘଟିଥିବା ଅବହେଳାକୁ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ସବୁଠାରୁ ଖରାପ ଏୟାରଲାଇନ୍ସ ଭିସ୍ତାରା । ଏୟାରଲାଇନ୍ସ ତାଙ୍କୁ ନ ଜଣାଇ ତାଙ୍କ ବ୍ୟାଗ ବାହାର କରିଦେଇଥିଲେ । ଏହାର କାରଣ ସେମାନଙ୍କୁ ହିଁ ଜଣା ସେମାନେ ଏପରି କାହିଁକି କଲେ । ମୋର ପୁରା ଦିନ ବରବାଦ କଲେ । ମୋତେ ଏପର୍ଯ୍ୟନ୍ତ ଏହି କଥାର ଆଶ୍ବାସନା ମଧ୍ୟ ଦେଲେ ନାହିଁ ଯେ, ମୋ ବ୍ୟାଗ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଲା କି ନାହିଁ । ଏଣୁ ମୁଁ ପରାମର୍ଶ ଦେବି ଆପଣମାନେ ଦୟାକରି ଏଥିରେ ଟ୍ରାଭେଲ କରିବା ପୂର୍ବରୁ ୧୦୦ ଥର ଭାବନ୍ତୁ ।